ଏକ ହେଲା ରିଲାଏନ୍ସ-ଡିଜନି, ଏଣ୍ଟରଟେନମେଣ୍ଟ ସେକ୍ଟରରେ ହେବ ହଇଚଇ

ମୁମ୍ବାଇ,୨୫।୨: ମୁକେଶ ଅମ୍ବାନୀଙ୍କ ମାଲିକାନା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ୱାଲ୍ଟ ଡିଜନି ବର୍ତ୍ତମାନ ଭାରତରେ ଏକାଠି କାମ କରିବେ। ମିଡିଆ ଅପରେସନ ମିଶ୍ରଣ ପାଇଁ ଦୁଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଉପରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ଆରଆଇଏଲ ଏବଂ ଡିଜନିର ଏହି ମିଳିତ ଉଦ୍ୟମରେ ରିଲାଏନ୍ସରର ୬୧ ପ୍ରତିଶତ ଅଂଶଧନ ରହିବ। ଭାରତରେ ଦୃଢ ପ୍ରତିଯୋଗିତା ହେତୁ ଡିଜସି ଏହି ନିଷ୍ପତ୍ତି ନେଇଛନ୍ତି।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ଏବଂ ୱାଲ୍ଟ ଡିଜନି ମଧ୍ୟରେ ହୋଇଥିବା ଚୁକ୍ତି ଚୂଡାନ୍ତ ହୋଇଛି। ସୂଚନାନୁସାରେ, ଏହା ଖୁବ ଶୀଘ୍ର ଘୋଷଣା କରାଯିବ। ବର୍ତ୍ତମାନ ଉଭୟ କମ୍ପାନୀ ଏହି ଡିଲ ସମ୍ବନ୍ଧରେ କିଛି ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। ଚୁକ୍ତି ଶେଷ କରିବାବେଳେ, ଡିଜନିର ସ୍ଥାନୀୟ ସମ୍ପତ୍ତି ଉପରେ ଆଧାରିତ ସେୟାର ବଣ୍ଟନରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।
ରିପୋର୍ଟରେ ଦାବି କରାଯାଇଛି ଯେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟ ଟାଟା ପ୍ଲେ ଲିମିଟେଡ କିଣିବାକୁ ଚିନ୍ତା କରୁଛି। ଏହି ପ୍ରସାରଣ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଡିଗନିର ମଧ୍ୟ ଅଂଶ ଅଛି । ସମ୍ପ୍ରତି, ଟାଟା ପ୍ଲେ ଟାଟା ସନ୍ସର ମାଲିକାନା। କମ୍ପାନୀରେ ଟାଟା ସନ୍ସର ୫୦.୨ ପ୍ରତିଶତ ଅଂଶଧନ ଅଛି। ଏହା ବ୍ୟତୀତ ଡିଜନି ଏବଂ ସିଙ୍ଗାପୁରର ନିବେଶ କମ୍ପାନୀ ଟେମାସେକ ଦ୍ୱାରା ଅବଶିଷ୍ଟ ଅଂଶଧନ ରହିଛି।

ଡିଜ୍ନି ଏବଂ ରିଲାଏନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ପରେ ଭାରତର ମନୋରଞ୍ଜନ କ୍ଷେତ୍ରରେ ଏକ ବିଶାଳ ମିଡିଆ କମ୍ପାନୀ ଜନ୍ମ ହେବ। ରିପୋର୍ଟ ଅନୁଯାୟୀ, ଏହି କାରବାରରେ ୬୧ ପ୍ରତିଶତ ଅଂଶଧନ ପାଇଁ ରିଲାଏନ୍ସ ବିପୁଳ ପରିମାଣର ୧.୫ ବିଲିୟନ ଡଲାର ବିନିଯୋଗ କରିବ। ଓଟିଟି ସେଗମେଣ୍ଟରେ ରିଲାଏନ୍ସର କଡ଼ା ପ୍ରତିଯୋଗିତା ଯୋଗୁଁ ଆମେରିକୀୟ ବିଶାଳ କମ୍ପାନୀ ଡିଜନି ଚିନ୍ତିତ ଥିଲେ। ୨୦୨୨ରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଅଧିକାରକୁ ନେଇ ଉଭୟଙ୍କ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା। କିନ୍ତୁ ଏଥିରେ ରିଲାଏନ୍ସ ଜିତିଥିଲା। ତା’ପରେ ରିଲାଏନ୍ସ ଡିଜନିରୁ ଏଚବିଓ ଶୋ ପ୍ରସାରଣ କରିବାର ଅଧିକାର ମଧ୍ୟ ଛଡ଼ାଇ ନେଇଥିଲା। ପ୍ରବଳ ଚାପ ଯୋଗୁଁ ଡିଜନିଙ୍କୁ ମୋବାଇଲରେ ଭାରତ କ୍ରିକେଟ ବିଶ୍ୱକପ ପ୍ରସାରଣକୁ ମାଗଣା କରିବାକୁ ପଡିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?