କ୍ଲୋଭିଆର ୮୯% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ,୨୧।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିର ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଅନ୍ତଃବସ୍ତ୍ର ବ୍ରାଣ୍ଡ୍‌ ‘କ୍ଲୋଭିଆ’ରେ ୯୫୦କୋଟି ଟଙ୍କା ନିବେଶ ସହିତ ୮୯% ଅଂଶଧନ କ୍ରୟ କରିଥିବା ଘୋଷଣା କରିଛି। ୨୦୧୩ରେ ପଙ୍କଜ ବର୍ମାନୀ, ନେହା କାନ୍ତ ଏବଂ ସୁମନ ଚୌଧୁରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘କ୍ଲୋଭିଆ’ ଅନ୍ତଃବସ୍ତ୍ର କମ୍ପାନୀ ସହ ବ୍ୟବସାୟ ଆରମ୍ଭ କରିଥିବା ଆର୍‌ଆର୍‌ଭିଏଲ୍‌ ନିର୍ଦ୍ଦେଶକ ଇଶା ଅମ୍ବାନୀ କହିଛନ୍ତି ଯେ, ରିଲାଏନ୍ସ ସର୍ବଦା ବିକଳ୍ପଗୁଡ଼ିକୁ ଆଗକୁ ନେବାକୁ ସହଯୋଗ କରେ ଏବଂ ଗ୍ରାହକଙ୍କୁ ଠିକ୍‌ ଦାମ୍‌ରେ ଠିକ୍‌ ସେବା ତଥା ଜିନିଷ ଯୋଗାଇ ଦେଇଥାଏ। ଷ୍ଟାଇଲ୍‌, ଡିଜାଇନ ଭଳି ବିଶେଷତା ଉପରେ ଗୁରୁତ୍ୱ ଦେଉଥିବା କ୍ଲୋଭିଆ ସହ ଯୋଡ଼ି ହୋଇ ଆମେ ଖୁସି ଅନୁଭବ କରୁଛୁ। ଆମେ କ୍ଲୋଭିଆ ଟିମ୍‌ ସହ ମିଶି ବ୍ୟବସାୟକୁ ଆହୁରି ମଜଭୁତ କରିବାକୁ ଆଶା ରଖିଛୁ। ଏହାଛଡ଼ା କ୍ଲୋଭିଆ ଆର୍‌ଆର୍‌ଭିଏଲ୍‌ ପରିବାରର ଅଂଶ ହୋଇପାରିଥିବାରୁ ଆମେ ଉତ୍ସାହିତ ମନେ କରୁଛୁ। ଆମେ ରିଲାଏନ୍ସର ବଡ଼ ନେଟ୍‌ଓ୍ବର୍କ ଏବଂ ବିଶେଷଜ୍ଞମାନଙ୍କ ଦ୍ୱାରା ଆମ ବ୍ୟବସାୟକୁ ବିସ୍ତାରିତ କରିପାରିବୁ ବୋଲି କ୍ଲୋଭିଆର ସଂସ୍ଥାପକ ତଥା ସିଇଓ ପଙ୍କଜ ବର୍ମାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି ଏଣ୍ଟରଟେନମେଣ୍ଟର ଅଡୁଆ ବଢ଼ିଲା

ନୂଆଦିଲ୍ଲୀ,୩୦।୯: ଜି ଏଣ୍ଟରଟେନମେଣ୍ଟ ସୋନି ଟିଭି ସହ ମିଶ୍ରଣ ନେଇ ଯୋଜନା ରଖିଥିଲା। ମାତ୍ର ବର୍ତ୍ତମାନ ଏହାର ଅଡୁଆ ବଢିଥିବା ଜଣାପଡିଛି। ଜି ଏଣ୍ଟରଟେନମେଣ୍ଟର ସବୁଠାରୁ...

ଜେଟ୍‌ ଏୟାରଓ୍ବେଜ୍‌ରେ ଇସ୍ତଫା ଦୌଡ

ନୂଆଦିଲ୍ଲୀ,୧୫-୫: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପୁନଃକାର୍ଯ୍ୟକ୍ଷମ ହେବା ଆଶା ପ୍ରାୟ ଶେଷ ହୋଇଯିବା ପରେ ଟପ୍‌ ମ୍ୟାନେଜମେଣ୍ଟ ଅଧିକାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି।...

ସୁଜୁକିର ନୂଆ ଜିକ୍ସର ଏସ୍‌ଏଫ୍‌ ୨୫୦, ଜିକ୍ସର ଏସ୍‌ଏଫ୍‌

ନୂଆଦିଲ୍ଲୀ,୮-୬: ସୁଜୁକି ମୋଟର ସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ(ଏସ୍‌ଏମ୍‌ଆଇପିଏଲ) ପକ୍ଷରୁ ନୂଆ ଜିକ୍ସର ଏସ୍‌ଏଫ୍‌ ୨୫୦ ଏବଂ ଜିକ୍ସର ଏସ୍‌ଏଫ୍‌ ମଡେଲ ଓଡ଼ିଶା ବଜାରରେ ପ୍ରବେଶ...

ଏପ୍ରିଲରେ ଔଷଧ ବିକ୍ରି ୫୧% ବୃଦ୍ଧି

ନୂଆଦିଲ୍ଲୀ:  କରୋନା ଯୋଗୁ ଦେଶରେ ବିଭିନ୍ନ ବର୍ଗର ଔଷଧ ବିକ୍ରି ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି। ଏପରିକି ଗତବର୍ଷ ଏପ୍ରିଲ ମାସ ତୁଳନାରେ ଚଳିତ ବର୍ଷ ଏପ୍ରିଲରେ...

ଆଉ ମାତ୍ର ଦୁଇଦିନ ବାକି, ପୁଣି ବଦଳିଯିବ ଅନ୍‌ଲାଇନ୍‌ ପେମେଣ୍ଟର ପଦ୍ଧତି; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଶେଷ ହେବାକୁ ଯାଉଛି ସେପ୍ଟେମ୍ବର। ଅକ୍ଟୋବର ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଦ୍ୱାରା ପେମେଣ୍ଟ...

ମିଶିଯିବେ ସାଧାରଣ ବୀମା କମ୍ପାନୀ

ନୂଆଦିଲ୍ଲୀ,୨୪।୬: କେନ୍ଦ୍ର ସରକାର ସାଧାରଣ ବୀମା କମ୍ପାନୀଙ୍କୁ ମିଶାଇ ଦେବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏନେଇ ବିଚାରବିମର୍ଶ ଚାଲିଛି। ସରକାର ଏ ଦିଗରେ ବିଭିନ୍ନ ବିକଳ୍ପ...

ୟୁବିଓଆଇ ପକ୍ଷରୁ ଦେଶ ବିଭାଜନ ସ୍ମରଣ ଦିବସ

ଭୁବନେଶ୍ୱର,୧୮।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ...

ଆମେରିକା ବାଦାମ ଉପରୁ ସୀମାଶୁଳ୍କ ହ୍ରାସକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୧-୭: ଆମେରିକାରୁ ଆସୁଥିବା ଆଲ୍‌ମଣ୍ଡ(ବାଦାମ) ଉପରୁ ସୀମାଶୁଳ୍କ ହ୍ରାସ କରିବାକୁ ଆମେରିକାର ଅନୁରୋଧକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଛି। ଗତ ମାସରେ ଆମେରିକାରୁ ଆସୁଥିବା ଆଲମଣ୍ଡ, ଅଖରୋଟ...

Advertisement
Archives

Model This Week