ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ଲାଗି ନିୟମ କୋହଳ

ନୂଆଦିଲ୍ଲୀ,୨୦।୮: ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଲାଗି କେନ୍ଦ୍ର କ୍ୟାବିନେଟ୍‌ ପରିଚାଳନା ପୁଞ୍ଜି ସୀମା ନିୟମରେ କୋହଳ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଉଜ୍ଜ୍ୱଳ ଡିସ୍‌କମ୍‌ ଆସ୍ୟୁରାନ୍ସ ଯୋଜନା(ଉଦୟ) ଯୋଜନା ଅଧିକ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଣ କାର୍ଯ୍ୟକ୍ରମ ଅଧୀନରେ ଏହାକୁ ଅନୁମତି ମିଳିଛି। ଦେଶର ଶକ୍ତି କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୂର୍ବରୁ ପରିଚାଳାନ ପୁଞ୍ଜି ସୀମା ୨୫% ରହିଥିଲା। ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି। କମ୍ପାନୀଗୁଡିକୁ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଣ ଯୋଜନାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। ମାତ୍ର କିଛି କମ୍ପାନୀ ଏହା ଅଧୀନରେ ଋଣ ଲାଭ କରିପାରୁ ନ ଥିଲେ। କାରଣ ପରିଚାଳନା ପୁଞ୍ଜି ନିୟମକୁ ଏମାନେ ଠିକ୍‌ ଭାବେ ପାଳନ କରିବାକୁ ସକ୍ଷମ ହେଉ ନ ଥିଲେ। କମ୍ପାନୀର ୨୫% ରାଜସ୍ବ ପରିଚାଳନା ପୁଞ୍ଜି ଭାବେ ରଖିବାକୁ କଡ଼ାକଡ଼ି ନିୟମ ରହିଛି। ଉଦୟ ସ୍କିମ୍‌ରେ ଏହି ନିୟମକୁ ୨୦୧୫ରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲା। ପରିଚାଳନା ପୁଞ୍ଜି ସୀମାରେ କୋହଳ ହେଲେ କିଛି କମ୍ପାନୀ ଋଣ ପାଇବାକୁ ସକ୍ଷମ ହେବେ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ପରିବହନ ଖର୍ଚ୍ଚରେ ଅଚାନକ ୨୮% ବୃଦ୍ଧି; ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୮-୯: ସୌଦି ଆରବର ଆରାମ୍‌କୋ ତୈଳ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ(କ୍ରୁଡ୍‌) ଦର ହଠାତ ବଢ଼ିଯାଇଛି। ଫଳସ୍ବରୂପ ଦେଶରେ ପେଟ୍ରୋଲ...

ତେଲଙ୍ଗାନାରେ ୪ ଦିନରେ ୬୦୦ କୋଟିର ମଦ ବିକ୍ରି

ହାଇଦ୍ରାବାଦ,୧୧।୫: ତେଲଙ୍ଗାନାରେ ମାତ୍ର ୪ ଦିନରେ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏହାଯୋଗୁ ରାଜ୍ୟ ଏକ ରେକର୍ଡ କରିଛି। ଲକ୍‌ଡାଉନ୍‌ ସମୟରେ ରାଜ୍ୟର...

ମୁକେଶ ଅମ୍ବାନୀଙ୍କ ଶାଳୀ ସଚିନ୍‌ଙ୍କ ଠାରୁ ଶାହାରୁଖ୍‌ଙ୍କ ପିଲାଙ୍କୁ ପଢ଼ାଇ ସାରିଛନ୍ତି ପାଠ: ଜାଣନ୍ତୁ…

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ...

ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ପ୍ରୟାସ;ସରକାର ନେବେ ଟେକ୍ନୋଲୋଜି ସହାୟତା

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ୍‌ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥାରେ ଜୀବନ ସଞ୍ଚାର କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଟେକ୍ନୋଲୋଜିର ସହାୟତା...

ଜିଡିପି ୫% ଖସିବା ନେଇ ପୂର୍ବାନୁମାନ

ନୂଆଦିଲ୍ଲୀ,୨୯।୫: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥାରେ ଉଭୟ ଯୋଗାଣ ଏବଂ ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଶିଳ୍ପଜଗତର କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରି ନ ଥିବାରୁ ନିବେଶ...

ବଜେଟ ଘୋଷଣାକୁ ନେଇ ରାଜନଙ୍କ ଆଶଙ୍କା;ବିଦେଶରେ ସରକାରୀ ବଣ୍ଡ ବିକିବା ବିପଦପୂର୍ଣ୍ଣ

ନୂଆଦିଲ୍ଲୀ,୧୪-୭: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିଦେଶ ବଜାରରେ ସରକାରୀ ବଣ୍ଡ ବିକ୍ରି କରି ଅର୍ଥ ଯୋଗାଡ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରତୀୟ...

ଖାଉଟି ସର୍ଭେ ଡାଟା ପ୍ରକାଶ କରିବାକୁ ଚିଠି ଲେଖିଲେ ୨୦୦ ସ୍କଲାର

ମୁମ୍ବାଇ,୨୨-୧୧: ଖାଉଟି ଖର୍ଚ୍ଚ ସର୍ଭେ ଡାଟାକୁ ପ୍ରକାଶ କରିବାକୁ ସରକାରଙ୍କୁ ୨୦୦ ସ୍କଲାର ଚିଠି ଲେଖିଛନ୍ତି। ଡାଟା ଗୁଣବତ୍ତାରେ ଅସୁବିଧା ରହିଥିବାରୁ ୨୦୧୭-୧୮ର ଡାଟା ପ୍ରକାଶ...

ରିଲିଫ ପାଣ୍ଠିକୁ ଡାଲମିଆ ସିମେଣ୍ଟର ଦାନ

ଭୁବନେଶ୍ୱର,୯ା୪: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ପକ୍ଷରୁ କୋଭିଡ-୧୯ ବିରୋଧୀ ଲଢେଇ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି।...

Coronavirus Update

Archives

Model This Week

Why Dharitri