Posted inଜାତୀୟ

ଖାଦ୍ୟ ପ୍ୟାକେଟରେ ‘୧୦୦%’ ଲେବଲ ମନା

ନୂଆଦିଲ୍ଲୀ,୩୧ା୫: ଭାରତର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଫୁଡ୍‌ ବିଜ୍‌ନେସ୍‌ ହାଉସ୍‌ଗୁଡ଼ିକ ଉପରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି। କମ୍ପାନୀଗୁଡ଼ିକ କୌଣସି ଖାଦ୍ୟ ପ୍ୟାକେଟ, ଲେବଲ୍‌ ଓ ବିଜ୍ଞାପନରେ ‘୧୦୦% ବିଶୁଦ୍ଧ’ ଦାବି କରିପାରିବେ ନାହିଁ ବୋଲି ଫୁଡ୍‌ ସିକ୍ୟୁରିଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଗୁରୁବାର ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ‘୧୦୦%’ ବୋଲି ଉଲ୍ଲେଖ କରାଯିବା ଦ୍ୱାରା ବଜାରରେ ସବୁ ଖାଦ୍ୟର ବିକ୍ରି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ତେବେ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ (ଏଫ୍‌ଏସ୍‌ଏସ୍‌) ଆଇନ ଓ ଏହାର କୌଣସି ନିୟମରେ ଏପରି ଅଭିବ୍ୟକ୍ତି ସମ୍ପର୍କରେ ଉଲ୍ଲେଖ ନାହିଁ। ଖାଦ୍ୟ ପ୍ୟାକେଟରେ ଏପରି ଲେବଲ ଲଗାଇ ବଜାରକୁ ଛଡ଼ାଯିବା ଦ୍ୱାରା ଉପଭୋକ୍ତା ତାକୁ ସତକୁ ସତ ୧୦୦ ପ୍ରତିଶତ ବିଶୁଦ୍ଧ ମନେକରି କିଣିନେଉଛନ୍ତି। ଯେଉଁ ପ୍ୟାକେଟରେ ଏପରି ଉଲ୍ଲେଖ କରାଯାଉ ନାହିଁ, ତାକୁ ଲୋକେ ୧୦୦% ଶୁଦ୍ଧ ଲେଖାଥିବା ଖାଦ୍ୟ ତୁଳନାରେ ନୂ୍ୟନ ମନେକରୁଛନ୍ତି। ଏପରି ଭାଷା ଏଫ୍‌ଏସ୍‌ଏସ୍‌ଏଆଇ ନିୟାମକର କୌଣସି ବୈଧାନିକ ଆବଶ୍ୟକତାକୁ ପୂରଣ କରୁ ନ ଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ପଡ଼ିବ ବୋଲି ଆଡ୍‌ଭାଇଜରିରେ କୁହାଯାଇଛି। ‘୧୦୦%’ ଲେବଲକୁ ପ୍ରଚଳିତ ଆଇନ ଅନୁସାରେ ବିଧିବଦ୍ଧ ଭାବେ ପରିଭାଷିତ ଓ ନିର୍ଦ୍ଧାରିତ ନ କରି ବ୍ୟବହାର କରିବା ମିଥ୍ୟା ବିଜ୍ଞାପନ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ଚେତାଇଦେଇଛନ୍ତି।
କେବଳ ଏତିକି ନୁହେଁ, ଦେଶର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଏଫ୍‌ଏସ୍‌ଏସ୍‌(ଆଡଭର୍ଟାଇଜିଂ ଆଣ୍ଡ୍‌ କ୍ଲେମ୍ସ) ରେଗୁଲେଶନ୍ସ, ୨୦୧୮: ସବ୍‌-ରେଗୁଲେଶନ୍‌ ୪(୧) ଏବଂ ୧୦(୭)ର ଅବତାରଣା କରି କମ୍ପାନୀଗୁଡ଼ିକୁ ସତର୍କ କରାଇଛନ୍ତି। ସବ୍‌-ରେଗୁଲେଶନ୍‌ ୪(୧) ଅନୁସାରେ ଖାଦ୍ୟ ଲେବଲ ବା ବିଜ୍ଞାପନର ଦାବିରେ ସମ୍ପୂର୍ଣ୍ଣ ସତ୍ୟତା ଓ ସ୍ପଷ୍ଟତା ରହିବା ଉଚିତ। ଉପଭୋକ୍ତାମାନେ ବଜାରରେ ଉପଲବ୍ଧ କେଉଁ ଖାଦ୍ୟ କିଣିବେ ତାକୁ ନେଇ ସମ୍ପୂର୍ଣ୍ଣ ରୂପେ ବିଭ୍ରାନ୍ତିମୁକ୍ତ ହୋଇପାରିବେ। ସେହିପରି ସବ୍‌-ରେଗୁଲେଶନ୍‌ ୧୦(୭) ଅନୁସାରେ ଅନ୍ୟ ଉତ୍ପାଦକୁ ନୂ୍ୟନ କରୁଥିବା କୌଣସି ଦାବି କିମ୍ବା ବିଜ୍ଞାପନ ପ୍ରସାର କରାଯାଇପାରିବ ନାହିଁ। ବିସ୍ତୃତ ଭାବେ ବିବରଣୀ ପ୍ରଦାନ ନ କରି କେବଳ ସଂଖ୍ୟାରେ ଉଲ୍ଳେଖ କରିବା ପ୍ରଚଳିତ ଆଇନର ଉଲ୍ଲଂଘନ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ଉକ୍ତ ନିର୍ଦ୍ଦେଶନାମାରେ କହିଛନ୍ତି।
ପ୍ରକାଶ ଯେ, ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଫ୍ରୁଟ୍‌ ଜୁସ୍‌ ପ୍ୟାକେଟରେ ‘୧୦୦% ଫ୍ରୁଟ୍‌ ଜୁସ୍‌’ ଉଲ୍ଳେଖକୁ ବାରଣ କରିଥିଲେ। ଏହା ଆଇନତଃ ଅନୁମତିଯୋଗ୍ୟ ନୁହେଁ ଏବଂ ମାର୍କେଟିଂ ପାଇଁ ବିଭ୍ରାନ୍ତିକର ବୋଲି ଉଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ। ୨୦୨୪ ଜୁନ୍‌ରେ ଡାବର ପକ୍ଷରୁ ଦାଖଲ ଏକ ପିଟିଶନର ଜବାବରେ ଏଫ୍‌ଏସ୍‌ଏସ୍‌ଏଆଇ ୧୦୦% ଦାବିକୁ ଖାରଜ କରିବା ସହ ବର୍ତ୍ତମାନ ପ୍ରଚଳିତ କୌଣସି ଆଇନରେ ଏପରି ବ୍ୟବସ୍ଥା ନ ଥିବା ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ କେମିତି ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?