‘ପୁରୁଣା ପେନ୍‌ସନ ଯୋଜନା ପୁନଃ ଲାଗୁ କର’

ଭୁବନେଶ୍ୱର,୨୭।୪(ବ୍ୟୁରୋ): ନୂତନ ବା ଜାତୀୟ ପେନ୍‌ସନ ଯୋଜନା (ଏନ୍‌ପିଏସ୍‌) ଉଚ୍ଛେଦକରି ପୁରୁଣା ପେନ୍‌ସନ ଯୋଜନା (ଓପିଏସ୍‌) ପୁନଃ ଲାଗୁ କରିବା ପାଇଁ ୨୦ବର୍ଷ ଧରି ହେଉଥିବା ଦାବିକୁ ତୀବ୍ରତର କରିଛନ୍ତି ଶିକ୍ଷକ ଓ କେନ୍ଦ୍ର-ରାଜ୍ୟ ସରକାରୀ କର୍ମଚାରୀ। ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦର ଡାକରାରେ ବୁଧବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବଡ଼ ସମାବେଶ କରାଯାଇଥିଲା। ୫୦ ହଜାରରୁ ଊର୍ଦ୍ଧ୍ୱ ରେଳ କର୍ମଚାରୀଙ୍କ ସହ କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ସାମିଲ ହୋଇଥିଲେ। ପ୍ରଥମେ ସେମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ନିଜ ନିଜ ସଙ୍ଗଠନର ବ୍ୟାନର ଓ ପତାକା ଧରି ପଦଯାତ୍ରାରେ ଲୋୟର ପିଏମ୍‌ଜି ସମାବେଶ ସ୍ଥଳରେ ପହଞ୍ଚତ୍ଥିଲେ। ‘ଏନ୍‌ପିଏସ୍‌ ଉଚ୍ଛେଦ କର, ଓପିଏସ୍‌ ଲାଗୁକର’ ଏବଂ ‘ରାଜ୍ୟର ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କୁ ପୁରୁଣା ପେନ୍‌ସନ ସହ ଚାକିରି ସର୍ତ୍ତାବଳୀ ତୁରନ୍ତ ଦିଅ’ ଆଦି ବିଭିନ୍ନ ନାରା ଦେଇଥିଲେ। ପୂର୍ବତଟ ରେଳପଥ ଶ୍ରମିକ ସଂଘ, ଓଡ଼ିଶା ସ୍କୁଲ କଲେଜ୍‌ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ସଂଘ, ଓଡ଼ିଶା ରାଜ୍ୟ ସମ୍ବୟ ସମିତି, ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ, ଓଡ଼ିଶା ସରକାରୀ କର୍ମଚାରୀ ସମନ୍ବୟ ସମିତି, ଓଡ଼ିଶା ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ, ଆୟକର କର୍ମଚାରୀ ସଂଘ, ପ୍ରାଥମିକ ସଂଘ ସଦସ୍ୟଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀଙ୍କ ବିକ୍ଷୋଭ ଓ ଦାବିରେ ଲୋୟର ପିଏମ୍‌ଜି କମ୍ପି ଉଠିଥିଲା। ସମାବେଶକୁ ସମ୍ବୋଧିତ କରି ଏନ୍‌ଜେସିଏର ଓଡ଼ିଶା ଆବାହକ ତଥା ପୂର୍ବତଟ ରେଳପଥ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପି.କେ. ପାଟଶାଣୀ, ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ସମେତ ବିଭିନ୍ନ ସଂଘର ନେତୃବୃନ୍ଦ କହିଲେ, କେନ୍ଦ୍ର ସରକାର ୨୦୦୪ରେ ଓ ରାଜ୍ୟ ସରକାର ୨୦୦୫ରେ ପୁରୁଣା ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲେ। ଫଳରେ ନୂତନ ପେନ୍‌ସନ ଯୋଜନାରେ ସରକାରୀ କର୍ମଚାରୀମାନେ ଅବସର ପରେ ୧୦୦୦ରୁ ୧୫୦୦ଟଙ୍କା ପେନ୍‌ସନ ପାଉଛନ୍ତି। ଏହା ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହି ରାଜ୍ୟର ସରକାରୀ କର୍ମଚାରୀମାନେ ବିରୋଧ କରିଛନ୍ତି। ୩୦ରୁ ୪୦ ବର୍ଷ ସରକାରୀ ଚାକିରି କରି ସ୍ବଳ୍ପ ପେନ୍‌ସନ ପାଇବା ଫଳରେ ଅବସରପ୍ରାପ୍ତ କର୍ମଚାରୀମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ବିଧାୟକ ଓ ଏମ୍‌ପିମାନେ ପୁରୁଣା ପେନ୍‌ସନ ପାଉଥିବାବେଳେ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ପାତରଅନ୍ତର କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନକାରୀଙ୍କ ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ ଓଡ଼ିଶାର ୫ ହଜାର ନୂତନ ଅନୁଦାନପ୍ରାପ୍ତ ସ୍କୁଲ, କଲେଜରେ କାର୍ଯ୍ୟ କରୁଥିବା ଶିକ୍ଷକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଚାକିରି ସର୍ତ୍ତାବଳୀ ଲାଗୁ କରିବା ସହ ସେମାନଙ୍କୁ ପୁରୁଣା ପେନ୍‌ସନଭୁକ୍ତ କରିବା, ଅଷ୍ଟମ ବେତନ ଆୟୋଗ ଗଠନ, ବିଭିନ୍ନ ସରକାରୀ ଦପ୍ତର ଓ ସରକାରୀ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ପଦବୀ ପୂରଣ, ଚୁକ୍ତି ଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ କରିବା, ସପ୍ତମ ବେତନରୁ ବାଦ୍‌ ପଡ଼ିଥିବା ରାଜ୍ୟର ବିଦ୍ୟାଳୟକୁ ଏଥିରେ ସାମିଲ କରିବା ଆଦି ଦାବି ରଖିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଆନ୍ଦୋଳନାକାରୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri