ଭଞ୍ଜନଗରରେ ଥିବା ଜଳଭଣ୍ଡାର, ନଦୀ ଆଡ଼ିବନ୍ଧର ନିୟମିତ ଯାଞ୍ଚ କରାଯାଉ: ସଚିବ

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ)-ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ସତନ୍ତ୍ର ସଚିବ (ଜଳ ପ୍ରଭାରୀ ,ଗଞ୍ଜାମ)
ମୁକୁଳ ଚନ୍ଦ୍ର ବେରା ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ଶନିବାର ଦ୍ୱିତୀୟ ଦିନରେ ଭଞ୍ଜନଗର ଜଳଭଣ୍ଡାର, ଡହ ଜଳଭଣ୍ଡାର, ମାଧବରିଡା ଆନିକାଟ ବୁଲି ଦେଖିଥିଲେ। ଏହି ସମୟରେ ସର୍ବୋଚ୍ଚ ଯନ୍ତ୍ରୀ ଜଳଭଣ୍ଡାର, ନଦୀ ଏବଂ କେନାଲ ଆଡିବନ୍ଧ ଗୁଡ଼ିକ ନିୟମିତ ଯାଞ୍ଚ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ କ୍ଷୁଦ୍ର ଜଳସେଚନ ବିଭାଗର ଜୟମଙ୍ଗଳ ପ୍ରକଳ୍ପ ନିରୀକ୍ଷଣ କରିଥିଲେ। ଏହି ସମୟରେ ସେ ଆଡ଼ିବନ୍ଧ ସମତୁଲ କେତେକ ସ୍ଥାନରେ ଠିକ ନଥିବା ଯୋଗୁଁ ତାହାକୁ ସୁଧାରିବା ପାଇଁ କହିଥିଲେ। ଏଥିସହ ଘାସ ବିଛା ସମେତ ଅନ୍ୟାନ୍ୟ କାମ ନିର୍ଦ୍ଧାରିତ ସମୟ ପୁର୍ବରୁ ଶେଷ କରିବାକୁ କହିଥିଲେ।

ଜୟମଙ୍ଗଳ ପ୍ରକଳ୍ପ ଏକ ଭଲ ପ୍ରକଳ୍ପ । ଏହାର ସୁଫଳ ଚାଷୀ ମାନେ ପାଉଛନ୍ତି। ରବି ଋତୁରେ ମଧ୍ୟ ଉକ୍ତ ପ୍ରକଳ୍ପରୁ ଚାଷୀ ମାନେ କିଭଳି ଜମିକୁ ପାଣି ପାଇପାରିବେ ସେଥିପ୍ରତି ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ସଚିବ ନିର୍ଦ୍ଧେଶ ଦେଇଥିଲେ। ଏହାପରେ ସର୍ବୋଚ୍ଚ ଯନ୍ତ୍ରୀ ସେଠାରୁ ବାଲିସିରା ନିକଟରେ ସେଚାଞ୍ଚଳ ଉନ୍ନତିକରଣ (କାଡା) ଯୋଜନାରେ ଚାଲିଥିବା ସିମେଣ୍ଟ କେନାଲ କାମ ବୁଲି ଦେଖିଥିଲେ। ଏହାପରେ ସେ ବ୍ରହ୍ମପୁର ଅଭିମୁଖ ଚାଲି ଯାଇଥିଲେ। ସନ୍ଧ୍ୟାରେ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜିଲାର ବିଭିନ୍ନ ଯନ୍ତ୍ରୀଙ୍କ ସହ ସମୀକ୍ଷା କରିଥିଲେ। ସଚିବଙ୍କ ଗସ୍ତ ସମୟରେ ମୁଖ୍ୟଯନ୍ତ୍ରୀ ଅଜୟ କୁମାର ବିଶ୍ବାଳ, ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ଡହ ସହକାରୀ ର୍ନିବାହୀ ଯନ୍ତ୍ରୀ ପଞ୍ଚୁ ବେହେରା, ଯନ୍ତ୍ରୀ ଶାନ୍ତନୁ ସାହୁ, ଅସଲମ ଖାନ, ଭଞ୍ଜନଗର ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ, ଭଞ୍ଜନଗର ସହକାରୀ ର୍ନିବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri