ଇ-ଶ୍ରମ ପୋର୍ଟାଲରେ ୨୫ କୋଟି ଶ୍ରମିକଙ୍କ ପଞ୍ଜିକରଣ…

ନୂଆଦିଲ୍ଲୀ, ୫।୨ : ଇ-ଶ୍ରମ ପୋର୍ଟାଲରେ ଦେଶର ୨୫ କୋଟି ଶ୍ରମିକ ପଞ୍ଜିକରଣ କରିଛନ୍ତି। ଶ୍ରମିକ ପଞ୍ଜିକରଣ କ୍ଷେତ୍ରରେ ମଧ୍ୟପ୍ରଦେଶ ଆଗରେ ରହିଛି। ଏହା ପଛକୁ ଦ୍ୱିତୀୟରେ ମହାରାଷ୍ଟ୍ର, ତୃତୀୟରେ ରାଜସ୍ଥାନ, ଚତୁର୍ଥରେ କର୍ନାଟକ ରହିଛି। ଶେଷରେ ଗୁଜରାଟ ରହିଛି। ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଉତ୍ତରପ୍ରଦେଶର ୩.୮୧ କୋଟି ଶ୍ରମିକ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି। ପୋର୍ଟାଲରେ ୫୨.୭୭ ପ୍ରତିଶତ ମହିଳା ଥିବାବେଳେ ୪୬.୨୩ ପୁରୁଷ ଶ୍ରମିକ ଅଛନ୍ତି। ସେମାନେ ବିଭିନ୍ନ କମନ୍‌ ସର୍ଭିସ୍‌ ସେଣ୍ଟର ମାଧ୍ୟମରେ ପଞ୍ଜିକରଣ କରିଛନ୍ତି।

ସେମାନଙ୍କ ମଧ୍ୟରେ ରାସ୍ତା ଭେଣ୍ଡର, ରିକ୍ସାଚାଳକ, ପୋଷାକ ସଫା କରୁଥିବା ବ୍ୟକ୍ତି ବିଶେଷ. ଟେଲର, ଜୋତା ମରାମତି କାରିଗର, ଫଳ ବିକାଳି, କ୍ଷୀର ବିକାଳି ଆଦି ରହିଛନ୍ତି। ଏହି ପୋର୍ଟାଲରେ ପଞ୍ଜିକରଣ କରିଥିବା ଶ୍ରମିକଙ୍କୁ ସରକାର ମାସିକ ୫୦୦ ଟଙ୍କାର ଭତ୍ତା ପ୍ରଦାନ କରିଥାନ୍ତି। ଏବେ ଏହାର ତୃତୀୟ କିସ୍ତି ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରସମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର,୪।୮: ଓଡ଼ିଶା ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ୱାରସମ୍‌ (କୁଇକ୍‌ ରିଆକସନ୍‌ ସର୍ଫେସ୍‌-ଟୁ-ଏୟାର ମିଜାଇଲ୍‌)ର ସଫଳ ପରୀକ୍ଷଣ ହୋଇଛି। ରବିବାର ପୂର୍ବାହ୍ନ ୧୧ଟା ୫ରେ ଏହି...

ଅନାଥ ପିଲାଙ୍କୁ ୫ହଜାର-ନିଶୁଳ୍କ ଶିକ୍ଷା ଦେବେ ଏହି ରାଜ୍ୟର ସରକାର

ଭୋପାଳ,୧୩।୫: କରୋନା ମହାମାରୀ ଆଉ କେତେ ତାଣ୍ଡବ ରଚିବ ତାହା କାହାକୁ ଜଣାନାହିଁ। ଏହି ମହାମାରୀ ଅନେକଙ୍କଠାରୁ ନିଜ ଆତ୍ମୀୟଙ୍କୁ ବି ଛଡ଼ାଇ ନେଇଛି। ତେବେ...

ପିଏନ୍‌ବି ଗୃହଋଣ ଷ୍ଟଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨୬।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଏକ ସ୍ବତନ୍ତ୍ର ଋଣମେଳା ଷ୍ଟଲ୍‌ର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ମେଗା...

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା କରୋନା ପଜିଟିଭ

ଅଗରତାଲା,୨୧ ।୭: ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବୁଧବାର ଏହି ସୂଚନା ମିଳିଥିବା ବେଳେ ଏବେ ସେ...

ନାମାଙ୍କନ ପତ୍ର ଦାଖଲ କଲେ ଟିବ୍ରେୱାଲ

କୋଲକାତା,୧୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ସୋମବାର ଭବନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାମଭକ୍ତଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଭୋଟ ଦେବାଭଳି ପାପ କଦାପି କରିବେ ନାହିଁ: ଆଦିତ୍ୟନାଥ

ଅଯୋଧ୍ୟା,୨୨।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ସମସ୍ତ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। ନେତାମାନେ ସାଧାରଣ ସଭା କରି ଜନସାଧାରଣଙ୍କ ମନ କିଣିବାକୁ...

ବିକାଶ ଦୁବେଙ୍କୁ ପୁଣି କରାଗଲା ଏନ୍‌କାଉଣ୍ଟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲକ୍ଷ୍ନୌ, ୧୮।୭: ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଜୁଲାଇ ୧୦ରେ ଏନ୍‌କାଉଣ୍ଟର କରାଯାଇଥିଲା। ଏବେ ଏହାର କ୍ରାଇମ୍‌ ସିନ୍‌ର ଭିଡ଼ିଓ ପୁଣିଥରେ ରିକ୍ରିଏଟ୍‌ କରାଯାଇଛି। ପୋଲିସଙ୍କ...

ଏସିଡିଟିରୁ ମୁକ୍ତି ପାଇଁ ରାନିଟିଡିନ୍‌ ଔଷଧ ଖାଇଲେ ହୋଇପାରେ କ୍ୟାନସର୍‌: ଡ୍ରଗ୍‌ କଣ୍ଟ୍ରୋଲର୍‌ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୫।୯: ଏସିଡିଟିରୁ ମୁକ୍ତି ଲାଗି ଡାକ୍ତର ରାନିଟିଡିନ୍‌ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଏହାକୁ ଖାଇଲେ କ୍ୟାନସର ହେବାର ଆଶଙ୍କା ରହିଥାଏ ବୋଲି ଭାରତୀୟ...

Advertisement
Archives

Model This Week