ହିଜାବ ବିବାଦରେ ଏଣ୍ଟ୍ରି କଲେ ମଲାଲା: କଲେ ଏମିତି ଅପିଲ

ଲଣ୍ଡନ,୯।୨:କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ସାରା ବିଶ୍ୱରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ସମୟରେ ଘଟିଥିବା ହିଂସା ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ଟୁଇଟରରେ ଲେଖିଛନ୍ତି,ଝିଅମାନଙ୍କୁ ହିଜାବରେ ସ୍କୁଲ ଯିବା ବନ୍ଦ କରିବା ଭୟଙ୍କର ଅଟେ।
ଆମକୁ ଅଧ୍ୟୟନ ଏବଂ ହିଜାବ ମଧ୍ୟରେ ଗୋଟିଏ ବାଛିବାକୁ ବାଧ୍ୟ କରାଯାଉଛି। ଅଧିକ କିମ୍ବା କମ ପିନ୍ଧିବା ମହିଳାଙ୍କ ପ୍ରତି ଏକ ମନୋଭାବ ସୃଷ୍ଟି କରାଯାଉଛି। ଭାରତୀୟ ନେତାମାନେ ମୁସଲମାନ ମହିଳାମାନଙ୍କୁ ମାର୍ଜିତ କରିବା ବନ୍ଦ ହେବା ଉଚିତ୍‌।
ସୂଚନାଯୋଗ୍ୟ, କର୍ନାଟକରେ ହିଜାବକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗୀନ ହେଉଛି। ଗୋଟିଏ ଗୋଷ୍ଠୀ ହିଜାବ ପିନ୍ଧି କଲେଜ ଆସିବାକୁ ଜିଦ ଧରିଥିବା ବେଳେ ଅନ୍ୟ ଏକ ଗୋଷ୍ଟୀର ଛାତ୍ରୀଛାତ୍ରମାନେ ଗେରୁଆ ସ୍କାର୍ପ ପନ୍ଧି ଆସିବାକୁ ଦାବି କରିଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଟୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ କର୍ନାଟକର ପିୟୁ ସରକାରୀ ମହିଳା ମହାବିଦ୍ୟାଳୟରେ ହିଜାବ ବିବାଦ ସୃଷ୍ଟି ହୋଇଥିଲା। ଯେଉଁଠି ୬ ଜଣ ଛାତ୍ରୀ ହିଜାବ ପକାଇ ଆସିଥିବା ବେଳେ ସେମାନଙ୍କୁ କ୍ଲାସ ରୁମରେ ପ୍ରତିବନ୍ଧକ ଲାଗାଯାଇଥିଲା। କଲେଜ ହିଜାବ ପ୍ରତିବନ୍ଧକକୁ ନେଇ ଜଣେ ଯୁବତୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ହାଇକୋର୍ଟରେ ଏହାର ଶୁଣାଣି ହୋଇଥିଲା। କୋର୍ଟରେ ସରକାରଙ୍କ ଆଡଭୋକେଟ ଜେନେରାଲ ଏବଂ ହିଜାବ ପିନ୍ଧି ସ୍କୁଲ-କଲେଜରେ ଆଡମିଶନ ଚାହୁଁଥିବା ଛାତ୍ରୀଙ୍କ ଆଡଭୋକେଟଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ। ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଆଜିର ଶୁଣାଣି ଶେଷ କରିଛନ୍ତି ଏବଂ ଆଜି ଅପରାହ୍ନ ୨.୩୦ରେ ମାମଲାର ପୁଣି ଶୁଣାଣି ହେବ ବୋଲି କହିଛନ୍ତି।
ହିଜାବ ବିବାଦ ମଧ୍ୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ତିନି ଦିନ ପାଇଁ ରାଜ୍ୟର ସମସ୍ତ ହାଇସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ବୋମ୍ମାଇ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଆମେ କର୍ନାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ମୁଁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ଛାତ୍ରୀଛାତ୍ରମାନଙ୍କୁ ନିବେଦନ କରୁଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ କୌଣସି ସଂଘର୍ଷ ନ ହେବା ଉଚିତ ବୋଲି ମୁଁ ବିଦ୍ୟାଳୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri