ପଦାରେ ପଡ଼ିଲା ବିଜେଡିର ବଡ଼ ଅନ୍ତଃକନ୍ଦଳ: ପଦ ଗ୍ରହଣ ପାଇଁ ମନା କଲେ ଦେବାଶିଷ, କହିଲେ…

ଭୁବନେଶ୍ୱର,୨୫।୧୧: ପୁଣି ପଦାରେ ପଡ଼ିଲା ବିଜେଡିର ବଡ଼ ଅନ୍ତଃକନ୍ଦଳ। ବରିଷ୍ଠ ଉପସଭାପତି ପଦ ଗ୍ରହଣ ପାଇଁ ମନା କଲେ ଦେବାଶିଷ ସାମନ୍ତରାୟ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପଠାଇ ଲେଖିଲେ, ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିଲା। ଆମ ପାର୍ଟି ବର୍ତ୍ତମାନ ନୂଆ ଆଇଡୋଲୋଜିରେ ଅଗ୍ରସର ହେଉଛି। କଣ ପାଇଁ ଗତ ନିର୍ବାଚନରେ ଦଳ ହାରିଲା ସ୍ବୀକାର କି ପ୍ରକାଶ କରାଗଲାନି।ମାତ୍ର ସବୁ କର୍ମୀଙ୍କ ପାଟିରେ ପରାଜୟ କାରଣ ପରିପ୍ରକାଶ ହେଉଛି।କେହି କୁହନ୍ତୁ ବା ନ କୁହନ୍ତୁ ୨୦୨୪ ପରାଜୟ କାରଣ ସମସ୍ତେ ଜାଣନ୍ତି।ବର୍ତ୍ତମାନ ସ୍ଥିତିରେ ଆପଣ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ।ମୁଁ ବିଜେଡିର ଜଣେ ସାଧାରଣ କର୍ମୀ ଭାବେ କାମ କରି ଚାଲିବି ବୋଲି ଦେବାଶିଷ କହିଛନ୍ତି।

ବିଜେଡିର ସିନିୟର ସିଟିଜେନ୍‌ ସେଲ୍‌ ଉପସଭାପତି ପଦରୁ ମଙ୍ଗଳବାର ଦେବାଶିଷ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଦେବାଶିଷ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ଦଳ ଉପରେ ଅସନ୍ତୋଷ ଥିଲେ। ତେବେ ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡ଼ିଥିବା ଇସ୍ତଫାପତ୍ରରେ ଦେବାଶିଷ ଉଲ୍ଲେଖ କରିଛନ୍ତି ।

 

Dharitri – The Largest & Most Trusted Odia Daily

Share