ଶରଣାର୍ଥୀ ସଙ୍କଟ, ୧୨ ଦେଶ ପାଇଁ ସତର୍କ ଘଣ୍ଟି…

କାବୁଲ,୨୬।୮: ଆଫଗାନିସ୍ତାନ ଶରଣାର୍ଥୀ ସଙ୍କଟ ଧିରେ ଧିରେ ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ଲୋକଙ୍କୁ ଥଇଥାନ କରାଯିବା ବିଶ୍ୱସ୍ତରରେ ଏକ ଆହ୍ବାନ ସୃଷ୍ଟି କରିଛି। ଜୀବନ ବିକଳରେ ଭିଟାମାଟି ଛାଡିଥିବା ଲୋକଙ୍କ ଦୟନୀୟ ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ତାଲିବାନର ଆତଙ୍କକୁ ନେଇ ଲୋକଙ୍କ ମଧ୍ୟରେ ଏକ ବିରୋଧାଭାସ ସୃଷ୍ଟି କରୁଛି। ଆଫଗାନିସ୍ତାନରୁ ପଳାୟନ କରୁଥିବା ଶରଣାର୍ଥୀଙ୍କ ସଂଖ୍ୟା ଏବେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆମେରିକା ଅନୁଯାୟୀ, ଅଗଷ୍ଟ ୧୫ ତାରିଖଠାରୁ ବିମାନ ମାଧ୍ୟମରେ ୮୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁକ୍ରେନ ସମେତ ଅନ୍ୟ ସମସ୍ତ ଦେଶ ସେମାନଙ୍କ ନାଗରିକଙ୍କ ସହିତ ଏବଂ ଆଫଗାନିସ୍ତାନୀଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନାନ୍ତର କରୁଛନ୍ତି। ସେଠାରେ ଫସି ରହିଥିବା ଭାରତୀୟ ଏବଂ ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁମାନଙ୍କୁ ଥଇଥାନ କରିବା ପାଇଁ ଭାରତ ପକ୍ଷରୁ ଏକ ବଡ ଉଦ୍ଧାର କାର୍ଯ୍ୟ ଜାରି ରହିିଛି। ପ୍ରତିଦିନ ଦୁଇଟି ବିମାନ ଦୋହା ଅଭିମୁଖେ ଯାତ୍ରା କରୁଛନ୍ତି ଏବଂ ଦୋହା ଦେଇ ଭାରତୀୟମାନଙ୍କୁ ଆଫଗାନିସ୍ତାନରୁ ବାହାର କରାଯାଉଛି। ଗୋଟିଏ ପଟେ ଲୋକଙ୍କୁ କାବୁଲ ବିମାନବନ୍ଦରରୁ ସ୍ଥାନାନ୍ତର କରାଯାଉଥିବା ବେଳେ ଅନ୍ୟ ପଟେ ଆଫଗାନିସ୍ତାନବାସୀ ସେମାନଙ୍କ ପରିବାର ସହିତ ପଡୋଶୀ ଦେଶ ସୀମାରେ ବହୁ ସଂଖ୍ୟାରେ ଆଶ୍ରୟ ନେବାକୁ ଯାଉଛନ୍ତି। ଏହି ଶରଣାର୍ଥୀମାନଙ୍କୁ ଆମେରିକା, କାତାର, ବ୍ରିଟେନ, ଜର୍ମାନୀ, ୟୁଏଇ ସମେତ ଅନେକ ଦେଶରେ ରଖାଯାଉଛି। ଆଫଗାନିସ୍ତାନ ସହିତ ଇରାନ, ପାକିସ୍ଥାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଏବଂ ତାଜିକିସ୍ତାନ ଆଦି ୫ ଟି ଦେଶର ସୀମା ଲାଗିଛି। ଜୀବନ ଭୟରେ ଲୋକେ ପଡୋଶୀ ଦେଶର ସୀମା ଆଡକୁ ମୁହାଁଇଛନ୍ତି। ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ(ୟୁଏନ୍‌ଏଚ୍‌ସିଆର୍‌)ଅନୁସାରେ ତାଲିବାନ ଦଖଲ ପୂର୍ବରୁ ୨୨ ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀ ପଡୋଶୀ ଦେଶରେ ଆଶ୍ରୟ ନେଇଥିବାବେଳେ ୩୫ ଲକ୍ଷ ଲୋକ କାବୁଲ-କାନ୍ଦାହାର ଭଳି ସହରର ପଳାଇ ଆସିଥିଲେ। ତାଲିବାନ ଶାସନ ସହିତ ତାଜିକିସ୍ତାନ, ଇରାନ, ଉଜବେକିସ୍ତାନ ସୀମାରେ ଜନସମାଗମ ଆରମ୍ଭ ହୋଇଥିଲା। ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ରୋକିବା ପାଇଁ ପଡୋଶୀ ଦେଶ ତୁର୍କୀରେ ସୀମାରେ କାନ୍ଥ ନିର୍ମାଣ କରାଯାଇଛି। ଇରାନର ଆଫଗାନିସ୍ତାନ ସୀମାରେ ଥିବା ତିନୋଟି ପ୍ରଦେଶରେ ଜରୁରୀକାଳୀନ ତମ୍ବୁ ସ୍ଥାପନ କରାଯାଇଛି। ଶରଣାର୍ଥୀଙ୍କୁ ଜରୁରୀକାଳୀନ ସହାୟତା ଦିଆଯାଉଛି। ଇରାନ ଆଶା କରୁଛି ଯେ ଯେତେବେଳେ ଆଫଗାନିସ୍ତାନରେ ସ୍ଥିତିରେ ସୁଧାର ଆସିବ, ସେମାନଙ୍କୁ ପୁନର୍ବାର ପଠାଇ ଦିଆଯିବ। ତାଜିକିସ୍ତାନ ସୀମାରେ ୧ ଲକ୍ଷରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଆଫଗାନିସ୍ତାନ ସେନା ଏବଂ ବାୟୁସେନା କର୍ମଚାରୀ ମଧ୍ୟ ଅଛନ୍ତି। ଉଜବେକିସ୍ତାନର ସୀମାରେ ମଧ୍ୟ ଶରଣାର୍ଥୀ ସମସ୍ୟା ଦେଖାଦେଇଛି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଭାରତ ଆଦି ଦେଶରେ ଶରଣାର୍ଥୀଙ୍କୁ ଆଶ୍ରୟ ମିଳିଛି। ୟୁଏନ୍‌ଏଚ୍‌ସିଆର୍‌ର ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ଶରଣାର୍ଥୀଙ୍କ ସଙ୍କଟ ୧୨ ଦେଶ ପାଇଁ ସତର୍କ ଘଣ୍ଟି ସୃଷ୍ଟି କରିଛି। ଏହା ପାକିସ୍ତାନକୁ ଅଧିକ ପ୍ରଭାବିତ କରୁଛି । ପାକିସ୍ତାନରେ ୧୪ ଲକ୍ଷ ୫୦ ହଜାରରୁ ଅଧିକ ଆଫଗାନିସ୍ତାନୀ ଆଶ୍ରୟ ନେଇଛନ୍ତି। ସେହିପରି ୭ ଲକ୍ଷ ୮୦ ହଜାର ଶରଣାର୍ଥୀ ଇରାନରେ ପହଞ୍ଚିଛନ୍ତି। ଜର୍ମାନୀରେ ଶରଣାର୍ଥୀଙ୍କ ସଂଖ୍ୟା ୧ ଲକ୍ଷ ୮୧ ହଜାର, ତୁର୍କୀରେ ୧ ଲକ୍ଷ ୨୯ ହଜାର, ଅଷ୍ଟ୍ରିଆରେ ୪୬ ହଜାର, ଫ୍ରାନ୍ସରେ ୪୫ ହଜାର, ଗ୍ରୀସରେ ୪୧ ହଜାର, ସ୍ବିଡ଼େନରେ ୩୧ ହଜାର, ସ୍ବିଜରଲାଣ୍ଡରେ ୧୫ ହଜାର, ଭାରତରେ ୧୫ ହଜାର,ଇଟାଲୀରେ ୧୩ ହଜାର,ବ୍ରିଟେନ୍‌ରେ ୧୨ ହଜାର ରହିଛି। ଏସବୁ ୧୨ ଦେଶରେ ଶରଣାର୍ଥୀଙ୍କ ଯୋଗୁ ଆଗାମୀ ଦିନରେ ବିଭିନ୍ନ ସମସ୍ୟା ଉପୁଜିବାର ଆଶଙ୍କା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri