ବ୍ରିଜ ଉପରେ ରିଲ୍ସ କରିବା ପଡ଼ିଲା ମହଙ୍ଗା: ନଦୀକୁ ଖସି ପଡ଼ିଲେ ଯୁବତୀ

ଢେଙ୍କାନାଳ,୧୪।୨: ମୋବାଇଲ ଫୋନରେ ରିଲ୍ସ କରିବା କାଳ ହୋଇଛି। ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀକୁ ଖସି ପଡିଛନ୍ତି ଜଣେ ଯୁବତୀ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

କିଛି ଦିନ ତଳେ କଳାହାଣ୍ଡି ଜିଲା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଜଳପ୍ରପାତରେ ସେଲ୍ଫି ନେବାବେଳେ ଏକ ଅଘଟଣ ଘଟିଥିଲା। ୬୦ ଫୁଟ ଉଚ୍ଚରୁ ଜଳପ୍ରପାତରେ ପଡି ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା ଗ୍ରାମର ଅଭିନାଶ ପରଜା(୨୧) ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ ମିଳିଥିଲା।