Posted inଜାତୀୟ

ବିଚାରାଧିନ ମାମଲାଗୁଡ଼ିକ ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଆହ୍ୱାନ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଚାରାଧୀନ ମାମଲା ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ ଆହ୍ୱାନ । ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଜିଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ସମସ୍ତ ଅଂଶୀଦାର ଏକାଠି ହୋଇ ବକେୟା ମାମଲାର ସମାଧାନ ପାଇଁ ଉପାୟ ଖୋଜିବା ଉଚିତ ।

ଆଇନ୍‌ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ତାଙ୍କ ଅଭିଭାଷଣରେ ସୁପି୍ରମ୍‌କୋର୍ଟ ୭୫ ବଷଁର ଯାତ୍ରାକୁ ପୂରା କରିଥିବାରୁ ଗର୍ବିତ ବୋଲି କହିଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନାଗରିକମାନଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାର ଏକ ଉତ୍ତମ ବ୍ୟବସ୍ଥା ଉପଲବ୍ଧ ହେବା ଉଚିତ୍‌ । ଯାହାଦ୍ୱାରା ସେମାନେ ସେମାନଙ୍କର ବ୍ୟକ୍ତିଗତ ଏବଂ ସାମୂହିକ ସାମର୍ଥ୍ୟକୁ ରାଷ୍ଟ୍ର ନିର୍ମାଣରେ ନିୟୋଜିତ କରିପାରିବେ ବୋଲି ସେ କହିଥିଲେ ।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ କହିଛନ୍ତି, ବକେୟା ମାମଲା ହ୍ରାସ ସଂକ୍ରାନ୍ତ କମିଟି ମାମଲା ପରିଚାଳନା ଜରିଆରେ ବିଚାରାଧୀନ ମାମଲାକୁ ହ୍ରାସ କରିବା ପାଇଁ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଚାରାଧୀନ ମାମଲାର ସମାଧାନ ପାଇଁ ଅନ୍ୟ କେତେକ ରଣନୀତି ମଧ୍ୟରେ ପ୍ରାକ୍‌ ମାମଲା ବିବାଦ ସମାଧାନ ଅନ୍ତର୍ଭୁକ୍ତ ।

ପ୍ରଧାନ ବିଚାରପତି କହିଛନ୍ତି, ସୁପି୍ରମ୍‌କୋର୍ଟ ନିକଟର ତାଙ୍କର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶେଷ କରିଛନ୍ତି, ଯେଉଁଥିରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପ୍ରାୟ ଏକ ହଜାର ମାମଲାର ଆପୋଷ ସମାଧାନ ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?