୨ଚକିଆ ଯାନରେ ଜିଏସ୍‌ଟି ହ୍ରାସ କରାଯାଉ: ଫାଡା

ନୂଆଦିଲ୍ଲୀ,୨୦।୧: ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୨-୨୩ର ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ଦେଶର ପ୍ରମୁଖ ଅଟୋଶିଳ୍ପ ଓ ବିଭିନ୍ନ ସଂଘ ପକ୍ଷରୁ ୨ଚକିଆ ଯାନ କାରବାର ସମ୍ପର୍କରେ ବିଭିନ୍ନ ଦାବି ଓ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ସରକାର ୨ଚକିଆ ଯାନ ଉପରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)କୁ ୨୮%ରୁ ୧୮% କୁ ଖସାଇବା ପାଇଁ ଅଟୋମୋବାଇଲ ଡିଲର ସଙ୍ଗଠନ ଫାଡା ପକ୍ଷରୁ ଦାବି ରଖାଯାଇଛି। ଫାଡାର ସୂଚନା ଅନୁସାରେ ବର୍ତ୍ତମାନ କଞ୍ଚାମାଲ, ଧାତବ ପଦାର୍ଥ ଏବଂ ଅଟୋଶିଳ୍ପ ଉପକରଣଗୁଡ଼ିକର ଦାମ୍‌ ଅହେତୁକ ଭାବେ ବୃଦ୍ଧିପାଇଛି। ଫଳରେ ୨ଚକିଆ ଯାନ ଦର ମଧ୍ୟ ଲଗାତର ବୃଦ୍ଧି ପାଉଛି। ସରକାର ଯଦି ଏହା ଉପରେ ଲାଗୁ କରୁଥିବା ଜିଏସ୍‌ଟିକୁ କିଛି ପରିମାଣରେ ହ୍ରାସ କରିବା ସହ ଟିକସ ସ୍ଲାବ୍‌କୁ ୧୮% କଲେ ଯାନର ମୂଲ୍ୟ ମଧ୍ୟ ସେହି ଅନୁସାରେ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଚାହିଦା ମଧ୍ୟ ପୂର୍ବ ପରି ବୃଦ୍ଧି ପାଇବ। ନିକଟରେ ସରକାର ୪୦୦ କୋଟି ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀଗୁଡିକ ଉପରେ କମ୍ପାନୀ ଟିକସ ହ୍ରାସ କରି ୨୫% ପର୍ଯ୍ୟନ୍ତ କରିଛନ୍ତି। ସେହିଭଳି ଗତ କିଛି ମାସ ହେବ ୨ଚକିଆ ଯାନ ନିର୍ମାଣକାରୀ କମ୍ପାନୀଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଫାଡା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩.୬ ଲକ୍ଷ କୋଟିର ପ୍ରକଳ୍ପ ସମୀକ୍ଷା କଲେ ସୀତାରାମନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩.୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପକୁ ବୁଧବାର ସମୀକ୍ଷା କରିଛନ୍ତି। ନ୍ୟାଶନାଲ ଇନଫ୍ରାଷ୍ଟକଚର ପାଇପ ଲାଇନ(ଏନ୍‌ ଆଇପି) ଅଧିନରେ...

ବେତନ ଦେବାରେ ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ ପୁଣି ବିଫଳ

ନୂଆଦିଲ୍ଲୀ,୨-୮: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌) ଏହାର କର୍ମଚାରୀଙ୍କୁ ଜୁଲାଇ ଦରମା ଦେବାରେ ବିଫଳ...

ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ନୂଆଦିଲ୍ଲୀ,୧୯।୯: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ପୁନଃ ଆରମ୍ଭ କରାଯାଇଥିବା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ନିକଟରେ ଅନୁଗୋଳ ଜିଲାରେ ପହଞ୍ଚତ୍ଛି।...

ଚନ୍ଦ୍ରଶେଖରପୁରରେ ଫ୍ରୋଜିଟ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧।୩: ରାଜ୍ୟର ପ୍ରମୁଖ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅନନ୍ୟ ଖାଦ୍ୟ ପ୍ରସ୍ତୁତକାରୀ ପ୍ରତିଷ୍ଠାନ ରୁଚି ଫୁଡ୍‌ଲାଇନ ଦ୍ୱାରା ପରିଚାଳିତ ଫ୍ରୋଜେନ୍‌ ଫୁଡ୍‌ସ ବ୍ରାଣ୍ଡ୍‌ ‘ଫ୍ରୋଜିଟ୍‌’ର...

ଟାଟା ଏଆଇଏର ଡିଜିଟାଲ ଅଭିଯାନ

ନୂଆଦିଲ୍ଲୀ,୨୯।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ତଥା ସ୍ବତନ୍ତ୍ର ଡିଜିଟାଲ ଅଭିଯାନ ‘ଯାଦୁଇ ପକେଟ୍‌ କା ସିକ୍ରେଟ’ର...

ଚନ୍ଦ୍ରୟାନ-୩ର ମୋଟର କେସିଂରେ ଜେଏସ୍‌ଏଲ୍‌ ଉତ୍ପାଦ

ଭୁବନେଶ୍ୱର,୨୫।୮:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ର ଗୁଣାତ୍ମକ ଉତ୍ପାଦ ନିକଟରେ ସଫଳତାର ସହ ଚନ୍ଦ୍ରରେ ପହଞ୍ଚତ୍ଥିବା ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ଚନ୍ଦ୍ରୟାନ-୩ରେ ବ୍ୟବହୃତ...

ପ୍ରକଳ୍ପ ମଞ୍ଜୁରୀ କ୍ଷେତ୍ରରେ ପରିବେଶ ମନ୍ତ୍ରଣାଳୟର ପଦକ୍ଷେପ

ନୂଆଦିଲ୍ଲୀ,୭।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଦେଶ ମଧ୍ୟରେ ପ୍ରକଳ୍ପ ମଞ୍ଜୁରୀକୁ ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ...

କ୍ଷତିପୂରଣ ନ ମିଳିଲେ ଖର୍ଚ୍ଚ କମାଇବେ ରାଜ୍ୟ

ନୂଆଦିଲ୍ଲୀ,୧୩।୯:ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ସହମତି ହୋଇପାରିନାହିଁ। ଏ ସଂକ୍ରାନ୍ତ କ୍ଷତିପୂରଣ ଯଦି ନ ମିଳେ ତେବେ ରାଜ୍ୟଗୁଡିକ...

Advertisement
Archives

Model This Week