‘କ୍ରସ ହେଲା ରେଡ ଲାଇନ’, ମନ୍ଦିରରେ ଖଲିସ୍ତାନୀ ଆକ୍ରମଣ ପରେ ଚେତାବନୀ ଦେଲେ କାନାଡା ସାଂସଦ

ଓଟାଓ୍ବା,୪।୧୧: କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ପରିସରରେ ଖାଲିସ୍ତାନୀ ଉଗ୍ରବାଦୀଙ୍କ ଦ୍ୱାରା ହିନ୍ଦୁ-କାନାଡିୟ ଭକ୍ତଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି। ସେ ଏହି ହିଂସାକୁ ନିନ୍ଦା କରି କହିଛନ୍ତି ଯେ ଖାଲିସ୍ତାନୀ ଉଗ୍ରବାଦୀମାନେ ଏକ ଲାଲ ରେଖା ବା ରେଡ ଲାଇନ୍‌ ଅତିକ୍ରମ କରିଛନ୍ତି ଯାହା କାନାଡାରେ ହିଂସାବାଦୀ ଉଗ୍ରବାଦକୁ ଦର୍ଶାଉଛି।
ଆର୍ଯ୍ୟ ଏକ୍ସରେ ଆକ୍ରମଣର ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ଆଜି କାନାଡିୟ ଖାଲିସ୍ତାନୀ ଉଗ୍ରବାଦୀମାନେ ଏକ ରେଡ ଲାଇନ ଅତିକ୍ରମ କରିଛନ୍ତି। ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ପରିସରରେ ଖାଲିସ୍ତାନୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣ କାନାଡାରେ କେତେ ହିଂସାତ୍ମକ ତଥା ନିଷ୍ଠୁର ହୋଇପଡିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଭାବୁଛି ଏହି ରିପୋର୍ଟଗୁଡିକରେ କିଛି ସତ୍ୟ ଅଛି ଯେ କାନାଡାର ରାଜନୈତିକ ବ୍ୟବସ୍ଥା ବ୍ୟତୀତ ଖାଲିସ୍ତାନୀମାନେ ମଧ୍ୟ ଆମର ଆଇନ ଶୃଙ୍ଖଳା ସଂସ୍ଥାରେ ଅନୁପ୍ରବେଶ କରିଛନ୍ତି। କାନାଡାର ସାଂସଦ ଆହୁରି ଚିନ୍ତା ପ୍ରକଟ କରିଛନ୍ତି ଯେ ଖାଲିସ୍ତାନୀ ଉଗ୍ରବାଦୀମାନେ କାନାଡାର ଅଭିବ୍ୟକ୍ତିର ସ୍ବାଧୀନତାର ସୁଯୋଗ ନେଉଛନ୍ତି ଏବଂ ଏସବୁ କରିବା ପାଇଁ ଏକ ମାଗଣା ପାସ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଡାରେ କ୍ରିକେଟ ଟୁର୍ନାମେଣ୍ଟ:   ମହାମାୟୀ ଟିମ୍ ଚାମ୍ପିୟନ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ଖେଳପଡିଆ ଠାରେ ଚାଲିଥିବା ଶ୍ରୀ ସିଦ୍ଧି ବିନାୟକ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି…

ଜାତୀୟ ପଞ୍ଚାୟତିରାଜ ଦିବସରେ ଥୁଆମୂଳ ରାମପୁରରେ ବଡ଼ ଆୟୋଜନ:କାର୍ଯ୍ୟାଦେଶ ବଣ୍ଟନ ସହ ଶ୍ରେଷ୍ଠ ପଞ୍ଚାୟତ ସମ୍ମାନିତ, ହେଲେ ଶେଷ ବେଳକୁ ଖାଲି ପଡ଼ିଥିଲା ଚେୟାର

ଥୁଆମୂଳରାମପୁର, ୨୪ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପ୍ରାଙ୍ଗଣରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୬ ବ୍ଲକ ସ୍ତରୀୟ ସମାରୋହ…

ଦିଗପହଣ୍ଡିରେ ଜାତୀୟ ପଞ୍ଚାୟତରାଜ ଦିବସ: ପାଳିତ ବ୍ଲକ ପ୍ରଶାସନ ପକ୍ଷରୁ ୧୦ ସରପଞ୍ଚ ପୁରସ୍କୃତ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଜାତୀୟ ପଞ୍ଚାୟତରାଜ ଦିବସ ମହାସମାରୋହରେ ପାଳନ କରାଯାଇଛି । ରାଜ୍ୟ ପଞ୍ଚାୟତରାଜ…

୨ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପ୍ରତିବାଦ କରିବାରୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୨ ଜଣ ଯୁବକ ବାଇକରେ ଆସି ପ୍ରାୟ ୨ ଘଣ୍ଟା ଧରି ଉତ୍ପାତ ଚଳାଇଥିଲେ।…

ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ମହିଳା: ଏକୁଟିଆପାଇ ଟଣାଓଟରା କଲେ, ଏବେ ଥାନାରେ…

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗ୍ରାମର ଦୂର୍ଯ୍ୟ ବେହେରା ଅସଦାଚରଣ କରିବା ସହ ତଳେ ପକାଇ…

Paytm ଗ୍ରାହକଙ୍କୁ ବଡ଼ ଝଟ୍‌କା! RBI ରଦ୍ଦ କଲା ବ୍ୟାଙ୍କିଂ ଲାଇସେନ୍ସ, ଏବେ ଆଉ…

ମୁମ୍ବାଇ,୨୪।୪: ଡିଜିଟାଲ କାରବାର କ୍ଷେତ୍ରରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏକ ବଡ଼ ଶକ୍ତ…

ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୨୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ସଲମାନ ହିରୋ, ବିବେକ ଭିଲେନ୍‌; ବକ୍ସ ଅଫିସରେ ମୁହାଁମୁହିଁ ହେବେ…

ମୁମ୍ବାଇ: ୨୦୨୭ ମସିହା ଇଦ୍‌ ଅବସରରେ ବକ୍ସ ଅଫିସରେ ଏକ ବଡ଼ ଧରଣର ମହାଲଢ଼େଇ ଦେଖିବାକୁ ମିଳିବ। ବଲିଉଡର ସୁଲତାନ ସଲମାନ ଖାନଙ୍କ ଆଗାମୀ ଆକ୍ସନ ଫିଲ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri