ଲାଲ କଙ୍କଡ଼ାଙ୍କୁ ବର୍ଜ୍ୟବସ୍ତୁ କାଳ

ମହାକାଳପଡ଼ା,୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ପ୍ରକୃତି ରାଣୀର ଅପୂର୍ବ ସୌନ୍ଦର୍ଯ୍ୟକୁ ଯିଏ ବି ଦେଖୁନା କାହିଁକି ଘଡ଼ିଏ ଅଟକି ଯିବ। ଆଉ ମନ ଭରି ଏହାକୁ ଉପଭୋଗ କରିବା ସହ ତା’ର ପ୍ରେମରେ ପଡ଼ିବା ସାର୍‌ ହେବ। ଏହି ଯେମିତି ଚତୁଃପାର୍ଶ୍ୱସ୍ଥ ସମୁଦ୍ରର ନୀଳ ଜଳରାଶିର ବିସ୍ତୀର୍ଣ୍ଣ ବେଳାଭୂମି ଆଉ ତାରି ଭିତରେ ମେକ୍ରୋ ସେରା ବା ଲାଲ୍‌ କଙ୍କଡାର ମେଳି ସମୁଦ୍ର ବେଳାଭୂମିର ଅନନ୍ୟ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରେ। ଏହି ଲାଲ୍‌ ରଙ୍ଗର କଙ୍କଡ଼ା ଓଡ଼ିଶା ଉପକୂଳର ବିଶେଷ ଭାବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ତଥା ହୁକିଟୋଲା, ମାଦଳୀ, ଲଞ୍ଚଘୋଲା, ତଣ୍ଡା, ଅଗରନାଶି ଆଦି ବାଲୁକା ଶଯ୍ୟାର ଗହୀର ଗାତ ଏମାନଙ୍କ ବାସସ୍ଥାନ ପାଲଟିଛି। ବାଲୁକା ଶଯ୍ୟା ଉପରେ ଲାଲ କଙ୍କଡାଙ୍କ ମେଳି ସୁନେଲି ବାଲି ଉପରେ ସେମାନଙ୍କ ଲୁଚକାଳି ଖେଳ ପରିବେଶ ଓ ପ୍ରକୃତିପ୍ରେମୀଙ୍କୁ ଆନମନା କରୁଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ କୂଳେ କୂଳେ ବିସ୍ତୀର୍ଣ୍ଣ ହେନ୍ତାଳ ଲୁଣା ଜଙ୍ଗଲ, ଜୈବ ବିବିଧତା ସାମୁଦ୍ରିକ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଲାଲ୍‌ କଙ୍କଡ଼ା ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି। ଏବେ ସେମାନଙ୍କ ପାଇଁ ବର୍ଜ୍ୟବସ୍ତୁ କାଳ ସାଜିଛି।
ଏହି ବିରଳ ପ୍ରଜାତିର ଲାଲ୍‌ ରଙ୍ଗର କଙ୍କଡାଗୁଡ଼ିକର ବିଶେଷ କରି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଉପକୂଳ ଅଞ୍ଚଳରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳନ୍ତି। ଏହି ବିରଳ ପ୍ରଜାତିର କଙ୍କଡା ଦୁଇରୁ ତିନି ଫୁଟ୍‌ ପର୍ଯ୍ୟନ୍ତ ବାଲିରେ ଗାତ ଖୋଳି ବାସସ୍ଥାନ ବନେଇଥାନ୍ତି। ମୃତ ଶୈବାଳ, ମଲା ମାଛ ଓ ଛୋଟ ଛୋଟ ସାମୁଦ୍ରିକ ଜୀବମାନଙ୍କୁ ଆହାର ରୂପେ ଗ୍ରହଣ କରିଥାନ୍ତି। ଏହି କଙ୍କଡାଙ୍କ ଲମ୍ବ ଦୁଇ ଇଞ୍ଚ ହୋଇଥିବା ବେଳେ ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି। ଏମାନେ ସଂଘବଦ୍ଧ ଭାବେ ବସବାସ କରିବା ପାଇଁ ପସନ୍ଦ କରନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଆସିବାର ଢେର୍‌ ପୂର୍ବରୁ ଏମାନେ ଆଗୁଆ ସୂଚନା ପାଇ ପାରନ୍ତି। ଶତ୍ରୁକୁ ଦେଖିବା ମାତ୍ରେ ଅତି କ୍ଷିପ୍ର ଗତିରେ ନିଜ ବାସସ୍ଥାନ ଗାତ କିମ୍ବା ସମୁଦ୍ର ଜଳକୁ ଚାଲିଯାଆନ୍ତି। ନବେ ଦଶକରେ ଏମାନଙ୍କ ସଂଖ୍ୟା ଢେର୍‌ ଅଧିକ ଥିଲା। ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଝଡ଼ ବାତ୍ୟା ଓ ଅସନ୍ତୁଳିତ ପରିବେଶ, ଶିଳ୍ପ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ସମୁଦ୍ର ଜଳରେ ମିଶିବା ଦ୍ୱାରା ଏମାନଙ୍କ ବଞ୍ଚତ୍ବା ଓ ଜୀବନ ଶୈଳୀରେ ବାଧକ ସାଜିଛି। ଅପରପକ୍ଷେ ବେଳାଭୂମିର ତଟକ୍ଷୟ ଓ ପ୍ଲାଷ୍ଟିକଜାତ ସାମଗ୍ରୀ ସମୁଦ୍ର ଜଳରେ ଭାସି ଆସି ବେଳାଭୂମିରେ କୁଢ଼ କୁଢ଼ ଜମିବା ଦ୍ୱାରା ଏମାନଙ୍କ ଚଳ ପ୍ରଚଳରେ ବାଧା ସୃଷ୍ଟି ହେଉଛି। ଯାହା ଫଳରେ ଏମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କଲେଣି। ସମୁଦ୍ର ବେଳାଭୂମିରେ ଏମାନେ ବିଚରଣ କରୁଥିବା ବେଳେ ଚିଲ, କୁଆ, ହେଏନା, ଫେରେଣ୍ଡା ଓ ଜଙ୍ଗଲୀ ଜନ୍ତୁମାନଙ୍କ ଦ୍ୱାରା ବେଳେ ବେଳେ ଶିକାର ହୋଇଥାନ୍ତି। ଏ ନେଇ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି, ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ସମୁଦ୍ରର ଆବର୍ଜନା ଦ୍ରବ୍ୟକୁ ଏମାନେ ଖାଇବା ଦ୍ୱାରା ସମୁଦ୍ର ପରିଷ୍କାର ରହିଥାଏ। ଏମାନଙ୍କର ସୁରକ୍ଷା ଓ ସଂରକ୍ଷଣର ଆବଶ୍ୟକତା ରହିଛି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଦିନ ଥିଲା ଆମ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଆଶାତୀତଠାରୁ ଢେର୍‌ ଅଧିକ ଥିଲା। ବିଭିନ୍ନ କାରଣରୁ ଏମାନଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇଛି। ବେଳ ଥାଉ ଥାଉ ଏହି ବିରଳ ଲାଲା କଙ୍କଡ଼ାଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ଥାନୀୟ ବନ ବିଭାଗ, ପର୍ଯ୍ୟଟକମାନେ ଆଗେଇ ଆସିଲେ ଏମାନଙ୍କ ବଂଶ ବିସ୍ତାର ହୋଇପାରିବ ନଚେତ ଭବିଷ୍ୟତ ପିଢ଼ିମାନେ କେବଳ ଛବିରେ ଦେଖିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri