ଲାଲ କଙ୍କଡ଼ାଙ୍କୁ ବର୍ଜ୍ୟବସ୍ତୁ କାଳ

ମହାକାଳପଡ଼ା,୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ପ୍ରକୃତି ରାଣୀର ଅପୂର୍ବ ସୌନ୍ଦର୍ଯ୍ୟକୁ ଯିଏ ବି ଦେଖୁନା କାହିଁକି ଘଡ଼ିଏ ଅଟକି ଯିବ। ଆଉ ମନ ଭରି ଏହାକୁ ଉପଭୋଗ କରିବା ସହ ତା’ର ପ୍ରେମରେ ପଡ଼ିବା ସାର୍‌ ହେବ। ଏହି ଯେମିତି ଚତୁଃପାର୍ଶ୍ୱସ୍ଥ ସମୁଦ୍ରର ନୀଳ ଜଳରାଶିର ବିସ୍ତୀର୍ଣ୍ଣ ବେଳାଭୂମି ଆଉ ତାରି ଭିତରେ ମେକ୍ରୋ ସେରା ବା ଲାଲ୍‌ କଙ୍କଡାର ମେଳି ସମୁଦ୍ର ବେଳାଭୂମିର ଅନନ୍ୟ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରେ। ଏହି ଲାଲ୍‌ ରଙ୍ଗର କଙ୍କଡ଼ା ଓଡ଼ିଶା ଉପକୂଳର ବିଶେଷ ଭାବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ତଥା ହୁକିଟୋଲା, ମାଦଳୀ, ଲଞ୍ଚଘୋଲା, ତଣ୍ଡା, ଅଗରନାଶି ଆଦି ବାଲୁକା ଶଯ୍ୟାର ଗହୀର ଗାତ ଏମାନଙ୍କ ବାସସ୍ଥାନ ପାଲଟିଛି। ବାଲୁକା ଶଯ୍ୟା ଉପରେ ଲାଲ କଙ୍କଡାଙ୍କ ମେଳି ସୁନେଲି ବାଲି ଉପରେ ସେମାନଙ୍କ ଲୁଚକାଳି ଖେଳ ପରିବେଶ ଓ ପ୍ରକୃତିପ୍ରେମୀଙ୍କୁ ଆନମନା କରୁଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ କୂଳେ କୂଳେ ବିସ୍ତୀର୍ଣ୍ଣ ହେନ୍ତାଳ ଲୁଣା ଜଙ୍ଗଲ, ଜୈବ ବିବିଧତା ସାମୁଦ୍ରିକ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଲାଲ୍‌ କଙ୍କଡ଼ା ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି। ଏବେ ସେମାନଙ୍କ ପାଇଁ ବର୍ଜ୍ୟବସ୍ତୁ କାଳ ସାଜିଛି।
ଏହି ବିରଳ ପ୍ରଜାତିର ଲାଲ୍‌ ରଙ୍ଗର କଙ୍କଡାଗୁଡ଼ିକର ବିଶେଷ କରି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଉପକୂଳ ଅଞ୍ଚଳରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳନ୍ତି। ଏହି ବିରଳ ପ୍ରଜାତିର କଙ୍କଡା ଦୁଇରୁ ତିନି ଫୁଟ୍‌ ପର୍ଯ୍ୟନ୍ତ ବାଲିରେ ଗାତ ଖୋଳି ବାସସ୍ଥାନ ବନେଇଥାନ୍ତି। ମୃତ ଶୈବାଳ, ମଲା ମାଛ ଓ ଛୋଟ ଛୋଟ ସାମୁଦ୍ରିକ ଜୀବମାନଙ୍କୁ ଆହାର ରୂପେ ଗ୍ରହଣ କରିଥାନ୍ତି। ଏହି କଙ୍କଡାଙ୍କ ଲମ୍ବ ଦୁଇ ଇଞ୍ଚ ହୋଇଥିବା ବେଳେ ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି। ଏମାନେ ସଂଘବଦ୍ଧ ଭାବେ ବସବାସ କରିବା ପାଇଁ ପସନ୍ଦ କରନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଆସିବାର ଢେର୍‌ ପୂର୍ବରୁ ଏମାନେ ଆଗୁଆ ସୂଚନା ପାଇ ପାରନ୍ତି। ଶତ୍ରୁକୁ ଦେଖିବା ମାତ୍ରେ ଅତି କ୍ଷିପ୍ର ଗତିରେ ନିଜ ବାସସ୍ଥାନ ଗାତ କିମ୍ବା ସମୁଦ୍ର ଜଳକୁ ଚାଲିଯାଆନ୍ତି। ନବେ ଦଶକରେ ଏମାନଙ୍କ ସଂଖ୍ୟା ଢେର୍‌ ଅଧିକ ଥିଲା। ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଝଡ଼ ବାତ୍ୟା ଓ ଅସନ୍ତୁଳିତ ପରିବେଶ, ଶିଳ୍ପ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ସମୁଦ୍ର ଜଳରେ ମିଶିବା ଦ୍ୱାରା ଏମାନଙ୍କ ବଞ୍ଚତ୍ବା ଓ ଜୀବନ ଶୈଳୀରେ ବାଧକ ସାଜିଛି। ଅପରପକ୍ଷେ ବେଳାଭୂମିର ତଟକ୍ଷୟ ଓ ପ୍ଲାଷ୍ଟିକଜାତ ସାମଗ୍ରୀ ସମୁଦ୍ର ଜଳରେ ଭାସି ଆସି ବେଳାଭୂମିରେ କୁଢ଼ କୁଢ଼ ଜମିବା ଦ୍ୱାରା ଏମାନଙ୍କ ଚଳ ପ୍ରଚଳରେ ବାଧା ସୃଷ୍ଟି ହେଉଛି। ଯାହା ଫଳରେ ଏମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କଲେଣି। ସମୁଦ୍ର ବେଳାଭୂମିରେ ଏମାନେ ବିଚରଣ କରୁଥିବା ବେଳେ ଚିଲ, କୁଆ, ହେଏନା, ଫେରେଣ୍ଡା ଓ ଜଙ୍ଗଲୀ ଜନ୍ତୁମାନଙ୍କ ଦ୍ୱାରା ବେଳେ ବେଳେ ଶିକାର ହୋଇଥାନ୍ତି। ଏ ନେଇ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି, ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ସମୁଦ୍ରର ଆବର୍ଜନା ଦ୍ରବ୍ୟକୁ ଏମାନେ ଖାଇବା ଦ୍ୱାରା ସମୁଦ୍ର ପରିଷ୍କାର ରହିଥାଏ। ଏମାନଙ୍କର ସୁରକ୍ଷା ଓ ସଂରକ୍ଷଣର ଆବଶ୍ୟକତା ରହିଛି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଦିନ ଥିଲା ଆମ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଆଶାତୀତଠାରୁ ଢେର୍‌ ଅଧିକ ଥିଲା। ବିଭିନ୍ନ କାରଣରୁ ଏମାନଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇଛି। ବେଳ ଥାଉ ଥାଉ ଏହି ବିରଳ ଲାଲା କଙ୍କଡ଼ାଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ଥାନୀୟ ବନ ବିଭାଗ, ପର୍ଯ୍ୟଟକମାନେ ଆଗେଇ ଆସିଲେ ଏମାନଙ୍କ ବଂଶ ବିସ୍ତାର ହୋଇପାରିବ ନଚେତ ଭବିଷ୍ୟତ ପିଢ଼ିମାନେ କେବଳ ଛବିରେ ଦେଖିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri