ଲିଙ୍ଗରାଜଙ୍କ ଜମିରେ ନିର୍ମାଣକୁ ଲାଗିଲା ରୋକ୍‌

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ଏୟାରପୋର୍ଟ ନିକଟସ୍ଥ ଲିଙ୍ଗରାଜଙ୍କ ଜମିରେ ଏକ ଘରୋଇ ସଂସ୍ଥା ଚଳାଇଥିବା ନିର୍ମାଣ କାର୍ଯ୍ୟକୁ ରବିବାର ଖୋର୍ଦ୍ଧା ଜିଲା ପ୍ରଶାସନ ବନ୍ଦ କରିଛି। ଉକ୍ତ ଜମିରେ ଭୂମି ପୂଜନ କରାଯାଉଥିବାବେଳେ ଭୁବନେଶ୍ୱର ତହସିଲଦାର ଓ ଅତିରିକ୍ତ ତହସିଲଦାର ଉକ୍ତ ବିବାଦୀୟ ଜମି ନିକଟରେ ପହଞ୍ଚତ୍ ସେଠାରେ ନାଲି ପତାକା ପୋତିବା ସହ ଏକ କଣ୍ଟେନରକୁ ଜବତ କରିଛନ୍ତି। ଉକ୍ତ ଜମିକୁ ନେଇ ବୋର୍ଡ ଅଫ ରେଭିନ୍ୟୁରେ ମାମଲା ବିଚାରାଧୀନ ରହିଥିବାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେଠାରେ କିଛି ନିର୍ମାଣ କାର୍ଯ୍ୟ ନ କରିବାକୁ ନୋଟିସ୍‌ ଲଗାଯିବା ସହ ସେଠାରେ ଗାତ ଖୋଳାଯାଇଛି। ୨୦୧୬ରେ ପ୍ରଭୁ ଲିଙ୍ଗରାଜଙ୍କ ୨ ଏକର ୨୦୦ ଡିସିମିଲ ଜମିକୁ ଜଣେ ସାଧାରଣ ଲୋକଙ୍କ ନାମରେ ଟ୍ରାନ୍ସଫର କରାଯାଇଥିଲା। ଏହାପରେ ଜଣେ ବ୍ୟକ୍ତି ଉକ୍ତ ଜମିକୁ ଆଉ ଜଣଙ୍କୁ ବିକ୍ରି କରିଦେଇଥିଲେ। ଏହି ଜମି ଉପରେ ଏକ ଘରୋଇ ସଂସ୍ଥା ନିର୍ମାଣ କାର୍ଯ୍ୟ କରୁଥିଲା। ତେବେ ପରବର୍ତ୍ତୀ ସମୟରେ ଲିଙ୍ଗରାଜଙ୍କ ଜମିକୁ ପୁଣିଥରେ ଫେରାଇ ନେବାକୁ ତକତ୍ାଳୀନ ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଲେଖିଥିଲେ। ବୋର୍ଡ ଅଫ ରେଭିନ୍ୟୁରେ ମାମଲା ବିଚାରାଧୀନ ଥିବାବେଳେ ଘରୋଇ ସଂସ୍ଥା ଏହି ଜମିରେ ନିର୍ମାଣ କାମ କରୁଥିବାରୁ ଏହାକୁ ବନ୍ଦ କରାଯାଇଛି।
ଏନେଇ ଭୁବନେଶ୍ୱର ତହସିଲଦାର ପ୍ରଦୀପ କୁମାର ସାହୁ କହିଛନ୍ତି, ବୋର୍ଡ ଅଫ ରେଭିନ୍ୟୁ ନିର୍ଦ୍ଦେଶ ଅନୁଯାୟୀ କାମ ବନ୍ଦ କରିଛୁ। ପୋଲିସ୍‌ ଉପସ୍ଥିତିରେ ଏହା ବନ୍ଦ ହୋଇଛି। ଯେପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ହୋଇଛି ସେପର୍ଯ୍ୟନ୍ତ କାମ ବନ୍ଦ ରହିବ ବୋଲି ସେ କହିଛନ୍ତି। ତେବେ ଲିଙ୍ଗରାଜ ଜମି ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ଭାଜପା ପକ୍ଷରୁ ଟାର୍ଗେଟ କରାଯାଇଛି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଠାକୁରଙ୍କ ଜମିକୁ ଯଦି ଲୋକେ ହଡ଼ପ କରିବେ ତେବେ ଏହାଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଆଉ କିଛି ହୋଇପାରିବ ନାହିଁ। ଏହି ସରକାର ସମୟରେ ଠାକୁର ସୁରକ୍ଷିତ ନୁହନ୍ତି। ଠାକୁରଙ୍କ ସମ୍ପତ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ଥାଏ। ହେଲେ ସରକାର ଦେବସ୍ବ ସହ ଠାକୁର ଖାଇ ଖଟୁଲୀ ଖାଇବା କାର୍ଯ୍ୟରେ ଲିପ୍ତ ଅଛନ୍ତି। ଲିଙ୍ଗରାଜ ଓ ଜଗନ୍ନାଥଙ୍କ ଜମିସବୁ ହଡ଼ପ ହେଉଛି। ସରକାର ଏହାକୁ ଗୁରୁତର ସହ ନିଅନ୍ତୁ ବୋଲି ମହାନ୍ତି କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଘଟଣାର ତିବ୍ର ନିନ୍ଦା କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଯେଉଁମାନେ ଏଭଳି ଜଘନ୍ୟ କାମରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ରାଉତରାୟ ଦାବି କରିଛନ୍ତି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କିନ୍ତୁ ଲିଙ୍ଗରାଜଙ୍କ ଜମିକୁ ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏୟାରପୋର୍ଟ ନିକଟସ୍ଥ ଭୀମପୁର ମୌଜା ଖାତା ନମ୍ବର ୫୪୪/୨୮୬ ପ୍ଲଟ ନମ୍ବର ୮୫/୫୭୩ରେ ଲିଙ୍ଗରାଜଙ୍କ ୨ ଏକର ୨୦୦ ଡିସିମିଲ ଜମି ରହିଛି। କୋଟି କୋଟି ଟଙ୍କା ମୂଲ୍ୟର ଏହି ଜମି ବେଆଇନ ଭାବେ ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଇଛି। ଏହି ଜମିକୁ ନେଇ ଦେବୋତ୍ତର କମିଶନର ଦେବୋତ୍ତର ଆଇନ ଧାରା-୨୫ରେ ଏକ ମାମଲା ରୁଜୁ କରିଥିଲେ। ଯାହା କି ବର୍ତ୍ତମାନ ମଧ୍ୟ ବିଚାରଧୀନ ରହିଛି। ଲିଙ୍ଗରାଜଙ୍କ ମାର୍ଫତକୁ ଉକ୍ତ ଜମି ଫେରାଇ ଆଣିବା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଏକ ସିଭିଲ ସୁଟ୍‌ କରିଥିଲେ। ଏହା ମଧ୍ୟ ବର୍ତ୍ତମାନ ସମୟରେ ବିଚାରାଧୀନ ରହିଛି। ଖାତା ସଂଶୋଧନ କରି ଲିଙ୍ଗରାଜଙ୍କ ନାମରେ ଜମି କରିଦେବା ପାଇଁ ବିଷ୍ଣୁପଦ ସେଠୀ ରାଜସ୍ବ ସଚିବ ଥିବାବେଳେ ରିଭିଜନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଲେଖିଥିଲେ। ତାହା ଜିଲାପାଳଙ୍କ ନିକଟରେ ବିଚାରାଧୀନ ଥିବାବେଳେ ସେଠାରେ ଘରୋଇ ସଂସ୍ଥା ନିର୍ମାଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri