Posted inଫୁରସତ

ବିଶ୍ୱ ଶାନ୍ତି ପାଇଁ ରେଡ୍‌କ୍ରସ

ବିଶ୍ୱ ରେଡ୍‌୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଦିବସ ହେଉଛି ଅନ୍ତର୍ଜାତୀୟ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ସିଦ୍ଧାନ୍ତର ବାର୍ଷିକ ଉତ୍ସବ। ବିଶ୍ୱ ରେଡ୍‌ କ୍ରସ ଦିବସ ପ୍ରତିବର୍ଷ ୮ ମେରେ ପାଳନ କରାଯାଇଥାଏ। ଏହି ତାରିଖ ହେଉଛି ଜାନ-ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀ। ସେ ୮ ମେ ୧୮୨୮ ରେ ଜନ୍ମଗ୍ରହଣ କରିଥିଲେ। ସେ ରେଡ୍‌କ୍ରସ ଇଣ୍ଟରନ୍ୟାଶନାଲ କମିଟି (ଆଇସିଆରସି)ର ପ୍ରତିଷ୍ଠାତା ତଥା ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ବିଶ୍ୱ ଶାନ୍ତି ପାଇଁ ରେଡ୍‌କ୍ରସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଆରମ୍ଭ କରାଯାଇଥିଲା। ସେତେବେଳେ ଏହା “ରେଡ୍‌ କ୍ରସ ଟ୍ରୁସ” ଭାବରେ ଜଣାଶୁଣାଥିଲା। ା ରେଡ୍‌ କ୍ରସର ୧୪ ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ଏକ ଅନ୍ତର୍ଜାତୀୟ ଆୟୋଗ ଗଠନ କରାଯାଇଥିଲା। ୧୮୩୪ ମସିହାରେ ଟୋକିଓରେ ରେଡ୍‌ କ୍ରସର ୧୫ ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ଉପସ୍ଥାପିତ ହୋଇଥିବା ଏହାର ରିପୋର୍ଟକୁ ଅନୁମୋଦନ କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ୧୯୪୬ ମସିହାରେ, ଟୋକିଓର ପ୍ରସ୍ତାବ ଲିଗ ଅଫ ରେଡ୍‌ କ୍ରସ ସୋସାଇଟିସ (ଏଲଆରସିଏସ) ଦ୍ୱାରା ଏହାକୂ ଅଧ୍ୟୟନ କରାଯାଇ ୫ ମେ ୧୯୧୯ରେ ଅନ୍ତର୍ଜାତୀୟ ଫେଡେରେଷନ ଅଫ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ସୋସାଇଟିସ (ଆଇଏଫଆରସି) ନାମରେ ନାମିତ ହୋଇଥିଲା। ଦୁଇ ବର୍ଷ ପରେ, ଚୁକ୍ତିନାମାର ନୀତି ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଯୁଜ୍ୟତାକୁ ବିବେଚନା କରାଯାଇଥିଲା। ବାର୍ଷିକ ଅନ୍ତର୍ଜାତୀୟ ରେଡ୍‌ କ୍ରସ ଦିବସର ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଏବଂ ପ୍ରଥମ ରେଡ୍‌ କ୍ରସ ଦିବସ ୮ ମଇ ୧୯୪୮ ରେ ପାଳନ କରାଯାଇଥିଲା। ସମୟ ସହିତ ଏହି ଦିନର ସରକାରୀ ଆଖ୍ୟା ବଦଳି ଯାଇଥିଲା ଏବଂ ୧୯୪୮ ରେ “ୱାଲର୍‌ଡ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଡେ” ଭାବେ ଏହାକୁ ପାଳନ କରାଯାଇଥିଲା।
ଅନ୍ତର୍ଜାତୀୟ କମିଟି (ଆଇସିଆରସ) ୧୭ ଫେବୃୟାରୀ ୧୮୬୩ ରେ ପ୍ରତିଷ୍ଠା କରାଯାଇଥିଲା। ଏହାର ମୁଖ୍ୟାଳୟ ସ୍ବିଜରଲାଣ୍ଡର ଜେନେଭାରେ ଅବସ୍ଥିତ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଘଟିଥିବା ଘଟଣା ପରେ ଏହି ସଙ୍ଗଠନର ଆବଶ୍ୟକ ହୋଇଥିଲା। ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନ ହେଉଛି ଏକ ବିଶ୍ୱସ୍ତରୀୟ ମାନବିକ ନେଟୱାର୍କ ଯାହା ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ କାର୍ଯ୍ୟ କରେ ଏବଂ ଜରୁରୀକାଳୀନ ପରିସ୍ଥିତି, ବିପର୍ଯ୍ୟୟ, ଯୁଦ୍ଧ ଏବଂ ଅନ୍ୟାନ୍ୟ ସଙ୍କଟ ସମୟରେ ଏହା ଲୋକଙ୍କୁ ସହାୟତା ଯୋଗାଇଥାଏ। ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନୁଷ୍ୟର ଦୁଃଖ ଦୂର କରିବା, ମାନବିକ ସମ୍ମାନ ରକ୍ଷା କରିବା। ଶାନ୍ତି, ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା କାର୍ଯ୍ୟ କରିଥାଏ।ରେଡ୍‌କ୍ରସର ଆନ୍ତର୍ଜାତୀୟ କମିଟି (ଆଇସିଆରସି)ର ପ୍ରତିଷ୍ଠାତା ତଥା ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ହେନେରୀ ଡୁନାଣ୍ଟଙ୍କ ଉଦ୍ୟମରେ ବିଶ୍ୱ ରେଡ୍‌ କ୍ରସ ଦିବସର ଉତ୍ପତ୍ତି ରହିଛି। ବିଶ୍ୱ ରେଡ୍‌ କ୍ରସ ଦିବସର ଇତିହାସ ରେଡ୍‌ କ୍ରସ ଆନ୍ଦୋଳନର ପ୍ରତିଷ୍ଠାଠାରୁ ଆରମ୍ଭ ହୋଇଥିଲା। ୧୮୫୯ରେ ହେନେରୀ ଡୁନାଣ୍ଟ ଦ୍ୱିତୀୟ ଇଟାଲୀ ସ୍ବାଧୀନତା ଯୁଦ୍ଧ ସମୟରେ ଇଟାଲୀର ସୋଲଫେରିନୋ ଯୁଦ୍ଧକ୍ଷେତ୍ରରେ ଆହତ ସୈନିକମାନଙ୍କ ଦୁଃଖର ସାକ୍ଷୀ ହୋଇଥିଲେ। ଚିକିତ୍ସା ସେବା ଏବଂ ସହାୟତା ପାଇଁ ସେ ସ୍ଥାନୀୟ ନାଗରିକଙ୍କୁ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆହତମାନଙ୍କୁ ସହାୟତା ଯୋଗାଇବା ପାଇଁ ସଂଗଠିତ କରିଥିଲେ।
ଅଭିଜ୍ଞତା ଡୁନାଣ୍ଟଙ୍କୁ “ମେମୋରୀ ଅଫ୍‌ ସୋଲଫେରିନୋ” ପୁସ୍ତକ ଲେଖିବାରେ ସାହାଯ୍ୟ କରିଥିଲା। ୧୮୬୩ରେ ତାଙ୍କ ପ୍ରୟାସରେ ଆହତମାନଙ୍କୁ ସହାୟତା ପାଇଁ ଅନ୍ତର୍ଜାତୀୟ କମିଟି ଗଠନ କରାଯାଇଥିଲା, ଯାହା ପରେ ରେଡ୍‌ କ୍ରସ ଇଣ୍ଟରନ୍ୟାଶନାଲ କମିଟି ଭାବରେ ଜଣାଶୁଣା ହୋଇଥିଲା। ଯୁଦ୍ଧ ସମୟରେ ନିରପେକ୍ଷ ମାନବିକ ସହାୟତା ପ୍ରଦାନ କରିବାକୁ ଆଇଆରସିଟିସି ଲକ୍ଷ୍ୟ ରଖିଥିଲା। ୧୯୨୦ରେ ବିଶ୍ୱ ରେଡ୍‌ କ୍ରସ ଦିବସର ଧାରଣା ପ୍ରସ୍ତାବିତ ହୋଇଥିଲା ଏବଂ ପରବର୍ତ୍ତୀ ବର୍ଷରେ ଏନେଇ କାର୍ଯ୍ୟଧାରା ଜାରି ରହିଥିଲା। ୧୯୩୩ରେ ଟୋକିଓରେ ରେଡ୍‌ କ୍ରସର ୨୦ତମ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହା ପ୍ରତିଷ୍ଠିତ ହୋଇଥିଲା। ହେନେରୀ ଡୁନାଣ୍ଟଙ୍କ ଜନ୍ମକୁ ସ୍ମରଣ କରିବା ଏବଂ ରେଡ୍‌କ୍ରସ ଆନ୍ଦୋଳନର ମାନବିକ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ଏହି ସମ୍ମିଳନୀ ମେ’ ୮କୁ ଦିବସ ପାଳନ ଭାବରେ ସ୍ଥିର କରିଥିଲା। ସେବେଠାରୁ ବିଶ୍ୱ ରେଡ୍‌ କ୍ରସ ଦିବସ ପ୍ରତିବର୍ଷ ମେ’ ୮ରେ ପାଳନ କରାଯାଇ ଆସୁଛି।
ରେଡ୍‌ କ୍ରସ ଦିବସର ଉଦ୍ଦେଶ୍ୟ ହେଉଛି ବିଶ୍ୱବ୍ୟାପୀ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନ ଦ୍ୱାରା କରାଯାଇଥିବା ମାନବିକ କାର୍ଯ୍ୟକୁ ସମ୍ମାନିତ କରିବା। ଏହା ସଂଗଠନର ନୀତି, ମିଶନ, ଏବଂ କାର୍ଯ୍ୟକଳାପ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଏହାର ସ୍ବେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତତା ଏବଂ ସାହସକୁ ଚିହ୍ନିବା ପାଇଁ ଏକ ସୁଯୋଗ ଭାବରେ କାର୍ଯ୍ୟ କରେ। ବିଶ୍ୱ ରେଡ୍‌ କ୍ରସ ଦିବସ ସଙ୍କଟ ସମୟରେ ମାନବିକତା, କରୁଣା ଏବଂ ଏକତାର ମହତ୍ତ୍ୱର ସ୍ମାରକ ଭାବରେ କାର୍ଯ୍ୟ କରେ। ୧୯୨୦ରେ ସଂସଦୀୟ ଅଧିନିୟମ ଅନୁଯାୟୀ ଭାରତରେ ଇଣ୍ଡିଆନ ରେଡ୍‌ କ୍ରସ ସୋସାଇଟି ଗଠନ କରାଯାଇଥିଲା। ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡ୍‌କ୍ରସର ସ୍ବେଚ୍ଛାସେବୀମାନେ ସେବା କରିଆସୁଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ୭୫୦ରୁ ଅଧିକ ଶାଖା ଅଛି।
କ୍ରସ ଦିବସର ମୁଖ୍ୟ ନୀତି ହେଉଛି ନିରପେକ୍ଷତା, ମାନବିକତା, ସ୍ବାଧୀନତା, ଏକତା, ସାର୍ବଭୌମିକତା, ସ୍ବେଚ୍ଛାସେବୀ ଆଦି। ପ୍ରତିବର୍ଷ ଏହି ଦିବସର ଏକ ସ୍ବତନ୍ତ୍ର ଥିମ୍‌ ରହିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ୍‌ ହେଉଛି ପ୍ରତିଟି କାର୍ଯ୍ୟ ଯାହା ଆମେ କରୁ ତାହା ହୃଦୟରୁ କରିଥାଉ (ଏଭ୍ରିଥିଙ୍ଗ୍‌ ଓ୍ବିଇ ଡୁ କମ୍‌ସ ଫ୍ରମ୍‌ ଦି ହାର୍ଟ)।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri