Posted inଜାତୀୟ

ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ, କଂଗ୍ରେସରେ କରିଥିଲେ ବିଦ୍ରୋହ, ଏବେ ୩ୟ ଥର ରାଜଗାଦି ସମ୍ଭାଳିବେ ପେମା ସରକାର

୨୦୨୪ ଲୋକସଭା ନିର୍ବାଚନର ଦୁଇଟି ରାଜ୍ୟର ରେଜଲ୍ଟ ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶରେ ପୂର୍ବରୁ ଭାଜପା ସରକାର ଥିବାବେଳେ ଚଳିତ ନିର୍ବାଚନରେ ବହୁମତ ସହ ଦଳ ପୁଣି ସରକାର ଗଠନ କରିବାକୁ ଯାଉଛି। ଭାଜପା ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ନେତୃତ୍ୱାଧିନ ସରକାର ଗତ ୨ ଥର ବିଜୟୀ ହୋଇଥିବାବେଳେ ଚଳିତ ନିର୍ବାଚନରେ ପୁଣି ବିଜୟ ଧାରା ଜାରି ରଖିଛନ୍ତି। ଏଥର ମଧ୍ୟ ଅରୁଣାଚଳ ପ୍ରଦେଶକୁ ଭାଜପା ଦଖଲ କରିବାକୁ ଯାଉଛି। ଆଉ ଏଥର ମଧ୍ୟ ଭାଜପାର କେନ୍ଦ୍ର ନେତୃତ୍ୱ ରାଜ୍ୟର ଶାସନ ଭାର ପେମା ଖାଣ୍ଡୁଙ୍କୁ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ତୃତୀୟ ଥର ସରକାର ଗଢିବାକୁ ଯାଉଥିବା ପେମା ଖାଣ୍ଡୁ କିଏ ଆସନ୍ତୁ ଜାଣିବା

ପେମା ଖଣ୍ଡୁ ହେଉଛନ୍ତି ଭାରତର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ। ଯିଏ ୩୭ ବର୍ଷ ବୟସରେ ଅରୁଣାଚଳ ପ୍ରଦେଶର ସିଏମ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଖାଣ୍ଡୁଙ୍କ ପୂର୍ବରୁ ଅଖିଳେଶ ଯାଦବ ସର୍ବକନିଷ୍ଠ ସିଏମ ଭାବରେ ଦେଶରେ ରେକର୍ଡ କରିଥିଲେ। ଯେତେବେଳେ ଅଖିଳେଶ ପ୍ରଥମ ଥର ପାଇଁ ୟୁପିର ରାଜଗାଦି ଗ୍ରହଣ କରିଥିଲେ, ତାଙ୍କୁ ୩୮ ବର୍ଷ ହୋଇଥିଲା। ତେବେ ଦେଶର ଏହି ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ପେମା ପୁଣି ତୃତୀୟ ଥର ପାଇଁ ରାଜଗାଦି ସମ୍ଭାଳି ପାରନ୍ତି।

ଅରୁଣାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋରଜୀ ଖାଣ୍ଡୁଙ୍କ ବଡ ପୁଅ ପେମା ଖାଣ୍ଡୁ ଦିଲ୍ଲୀର ହିନ୍ଦୁ କଲେଜରୁ ସ୍ନାତକ ହାସଲ କରିଛନ୍ତି। ଖାଣ୍ଡୁଙ୍କର ରାଜନୈତିକ କ୍ୟାରିୟର ୨୦୦୫ରେ ଆରମ୍ଭ ହୋଇଥିଲା। ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ସେ ପ୍ରଥମେ କାର୍ଯ୍ୟ କରୁଥିଲେ। କିନ୍ତୁ ତାଙ୍କର ପ୍ରକୃତ ରାଜନନୈତିକ ଯାତ୍ରା ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କ ପିତା ଦୋରଜୀ ଖାଣ୍ଡୁ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଏହାପରେ ପେମା ୨୦୧୧ରେ ତାଙ୍କ ପିତାଙ୍କ ନିଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏକ ବିରାଟ ଭୋଟ ସହ ବିଧାନସଭାରେ ଏମଏଲଏ ସିଟ୍‌ ପାଇଥିଲେ।

୨୦୧୪ରେ ମୁକ୍ତୋରୁ ର୍ନିଦ୍ୱନ୍ଦରେ ନିର୍ବାଚନ ଜିତି ଖାଣ୍ଡୁ ଅରୁଣାଚଳ ପ୍ରଦେଶର ଜଳ ସମ୍ପଦ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ । ପେମା ଖାଣ୍ଡୁ ଚୀନ ସୀମାବର୍ତ୍ତୀ ତାୱାଙ୍ଗ ଜିଲାର ଜିଆଙ୍ଗଖର ଗାଁର ଏବଂ ମୋନ୍ପା ନାମକ ଏକ ଜନଜାତିର ଅଟନ୍ତି।

ସେପ୍ଟେମ୍ବର ୨୦୧୬ରେ, ଯେତେବେଳେ ପେମା ଖାଣ୍ଡୁ ଅରୁଣାଚଳର ସିଏମ ଥିଲେ, ସେତେବେଳେ ସେ ୪୩ଜଣ ବିଧାୟକଙ୍କ ସହ କଂଗ୍ରେସ ବିରୋଧଦ୍ଧରେ ବିଦ୍ରୋହ କରିଥିଲେ। ଏହା ପରେ ସେ ଭାଜପାର ସହଯୋଗୀ ଦଳ ପିପିଏରେ ଯୋଗ ଦେଇଥିଲେ। ତେବେ ଡିସେମ୍ବର ୨୦୧୬ରେ, ପିପିଏ ତାଙ୍କୁ ଦଳରୁ ବାହାର କରିଦେଇଥିଲା। ଏହା ପରେ ପେମା ଖାଣ୍ଡୁ ୪୩ ଜଣ ବିଧାୟକଙ୍କ ସହ ଭାଜପାରେ ଯୋଗ ଦେଇଥିଲେ। ଏହା ପରେ, ୨୦୧୯ରେ, ପେମା ଖାଣ୍ଡୁଙ୍କ ନେତୃତ୍ୱରେ ଅରୁଣାଚଳ ପ୍ରଦେଶରେ ଭାଜପା ସରକାର ଗଠନ କରିଥିଲା। ତେବେ ଆଜିର ଫଳାଫଳ ଅନୁସାରେ ପେମା ୬୦ଆସନରୁ ୪୬ ଆସନ ହାତେଇ ବଡ଼ ବିଜୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri