ଭାରତ ମସଲାର ରେକର୍ଡ କାରବାର

କଟକ,୬।୧୨:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତ ମସଲା ପକ୍ଷରୁ ଐତିହାସିକ କଟକ ବାଲିଯାତ୍ରା ପରିସରରେ ଆକର୍ଷଣୀୟ ଭାରତ ମଣ୍ଡପ (ଷ୍ଟଲ୍‌) ଖୋଲାଯାଇଥିଲା। ଏପରିକି ବାଲିଯାତ୍ରା ଅବସରରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ରିହାତି ସହ ପ୍ରତିଦିନ ଲକି ଡ୍ର’ର ଉଠାଣ କରାଯାଉଥିଲା। ବିଶେଷକରି ବାଲିଯାତ୍ରା ଉପଲକ୍ଷେ ଭାରତ ମସଲା ପକ୍ଷରୁ ଏକ ବମ୍ପର ପ୍ରାଇଜ ସମ୍ପର୍କରେ ଘୋଷଣା କରାଯାଇଥିଲା। ବାଲିଯାତ୍ରାର ଶେଷ ଦିନରେ ଲକି ଡ୍ର ସାଙ୍ଗକୁ ବମ୍ପର ପ୍ରାଇଜ୍‌ର ଲଟେରି ଉଠାଣ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ଉପସ୍ଥିତିରେ କରାଯାଇଥିଲା। ଏଥିରେ ନୟାଗଡ ଜିଲାର ସଞ୍ଜୟ ରାଉତ ବମ୍ପର ପ୍ରାଇଜର ବିଜେତା ହୋଇଥିବାବେଳେ ତାଙ୍କୁ ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପଣ୍ଡା ଉପହାର ସ୍ବରୂପ ଓ୍ବାଶିଂ ମେଶିନ ଏବଂ ଉତ୍ତରୀୟ ପ୍ରଦାନ କରିଥିଲେ। ଅପରପକ୍ଷରେ ବାଲିଯାତ୍ରାର ଶେଷ ଦିନର ଲକି ଡ୍ର ବିଜେତା ଭାବେ ଭୁବନେଶ୍ୱର ପଟିଆର ଜୟନ୍ତ କୁମାର ବେଉରା ମାଇକ୍ରୋ ଓଭାନ, କଟକ ବକ୍ସିବଜାରର ମହେଶ ଭଗତ ବାଇସାଇକେଲ, କଟକ ହରିପୁରର ବିକାଶ ଦୀପ ଦାସ ଗ୍ରାଇଣ୍ଡର, କଟକ ଓଡ଼ିଆ ବଜାରର ସେକ୍‌ ରାଜୁ ରୁମ୍‌ ହିଟର ଭଳି ଉପହାର ଜିତିଛନ୍ତି।
ଏ ନେଇ ପଣ୍ଡା କହିଛନ୍ତି, ଭାରତ ମସଲା ନିଜର ଗୁଣବତ୍ତା ବଜାୟ ରଖିବା ସହ ବାଲିଯାତ୍ରାରେ ଦୀର୍ଘ ୨୫ବର୍ଷ ଧରି ବ୍ୟବସାୟକରି ଆସୁଛି। ଚଳିତ ବର୍ଷ ଭାରତ ମସଲା ଯେଉଁ ରେକର୍ଡ ବିଜ୍‌ନେସ୍‌ କରିଛି ତାହା କେବଳ ସମ୍ଭବ ହୋଇଛି ମୋର ପ୍ରିୟ ଗ୍ରାହକ ଓ ଅକ୍ଳାନ୍ତ ପରିଶ୍ରମ କରିଥିବା ମୋ କମ୍ପାନୀର କର୍ମକର୍ତ୍ତାମାନଙ୍କ ପାଇଁ ବୋଲି ପଣ୍ଡା କହିଛନ୍ତି, ଆଜିର ଏହି ବମ୍ପର ପ୍ରାଇଜ୍‌ ଉଠାଣ ବେଳେ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସମେତ ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଜିଏମ୍‌ ଅପରେଶନ ଅରୁଣ କୁମାର ନାୟକ, ଜିଏମ୍‌ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ, ଷ୍ଟଲ୍‌ ପରିଚାଳକ ଦିଲୀପ କୁମାର ପାଢୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?