ରେକର୍ଡ ପରିମାଣରେ ତମାଖୁ ରପ୍ତାନି

ନୂଆଦିଲ୍ଲୀ,୨।୧: କ୍ରମାଗତ ଭାବେ ଭାରତୀୟ ଧୂମପାନ ବା ତମାଖୁ ଉତ୍ପାଦଗୁଡ଼ିକର ଚାହିଦା ବିଦେଶରେ ବହୁଳ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ତମାଖୁ କାରବାର ଓ ରପ୍ତାନି କ୍ଷେତ୍ରରେ ଦେଖିବାକୁ ମିଳିଛି। ଏପରିକି ୨୦୨୪ରେ ଭାରତ ପ୍ରାୟ ୧୩,୦୦୦ କୋଟି ଟଙ୍କାର ତମାଖୁ ସାମଗ୍ରୀ ବିଦେଶକୁ ରପ୍ତାନି କରିଛି। ଫଳରେ ରେକର୍ଡ ପରିମାଣର ତମାଖୁ ସାମଗ୍ରୀ ସରକାର ରପ୍ତାନି କରିଥିବାବେଳେ ବାର୍ଷିକ ଭିତ୍ତିରେ ୮% ବୃଦ୍ଧି ହୋଇଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ରାଜେଶ ଅଗ୍ରଓ୍ବାଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ସେହିଭଳି ଗତ କିଛି ବର୍ଷ ହେବ ତମାଖୁ ବୋର୍ଡ ଚାଷୀମାନଙ୍କର ହିତ ପାଇଁ ଭିନ୍ନ ଭିନ୍ନ ପ୍ରକାର ଯୋଜନା ଓ ସରକାରୀ ସହାୟତା ସହ ଆବଶ୍ୟକ ସୁବିଧା ଏବଂ ସହଯୋଗ ଯୋଗାଇ ଦେଇଛନ୍ତି। ଏପରିକି ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ତମାଖୁ ସାମଗ୍ରୀ ଉତ୍ପାଦନକାରୀ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲାବେଳେ ଚାଇନା ପରେ ଭାରତ ବିଶ୍ୱର ଏକ ପ୍ରମୁଖ ରପ୍ତାନିକାରୀ ଭାବେ ନିଜର ପ୍ରଭାବ ବିସ୍ତାର କରିଛି। ଅପରପକ୍ଷରେ ଭାରତ ବିଶ୍ୱର ୪ର୍ଥ ପ୍ରମୁଖ ଓ ଶ୍ରେଷ୍ଠ ଏଫସିଭି (ଫ୍ଲ୍ୟୁ କର୍ଡ ଭିର୍ଜିନିଆ) ବର୍ଗର ତମାଖୁ ଉତ୍ପାଦନକାରୀ ଭାବେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏପରିକି ଚାଇନା, ବ୍ରାଜିଲ ଏବଂ ଜିମ୍ବାଓ୍ବେ ପରେ ଭାରତ ଏହି ବର୍ଗର ତମାଖୁ ଉତ୍ପାଦନ କରିଥାଏ। ସେହିପରି ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ଅନ୍‌ମାନ୍ୟୁଫ୍ୟାକଚର୍ଡ ତମାଖୁ (କ୍ୱାଣ୍ଟିଟି ଟର୍ମ) ରପ୍ତାନିକାରୀ ଭାବେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ବର୍ଗରେ ବ୍ରାଜିଲ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍‌ ରପ୍ତାନିକାରୀ ହୋଇପାରିଛି।
ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ମୋଟ ୧୨,୦୦୫.୮୯ କୋଟି ଟଙ୍କାର ତମାଖୁ ସାମଗ୍ରୀକୁ କଟବାଉଣ୍ଡ ଶିପ୍‌ମେଣ୍ଟ କରିଥିଲା। ଏପରିକି ବର୍ତ୍ତମାନ ଦେଶର ୮୦ ରୁ ୮୫,୦୦୦ ଚାଷୀ ବୋର୍ଡ ନିକଟରେ ପଞ୍ଜୀକୃତ ହୋଇଥିଲାବେଳେ ସରକାରୀ ସୁବିଧା ଓ ସହାୟତା ବୋର୍ଡ ପଞ୍ଜୀକୃତ ତମାଖୁ ଚାଷୀମାନଙ୍କୁ ବିଭିନ୍ନ ସମୟରେ ସହାୟତା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri