ଏଥର ରେକର୍ଡ ସଂଖ୍ୟକ ପାସ୍‌ ହାର

କଟକ ଅଫିସ,୧୯ା୫: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍‌ ହାର ପୂର୍ବ ୫ବର୍ଷର ରେକର୍ଡ ଭାଙ୍ଗିଛି। ଏଥର ସବୁ ଜିଲାରେ ୯୦% ଉପରେ ପାସ୍‌ ହାର ରହିଛି। କଟକ ଓ ଜଗତ୍‌ସିଂହପୁର ଜିଲାରେ ପାସ୍‌ ହାର ସର୍ବାଧିକ ୯୭.୯୯% ଥିବାବେଳେ ଖୋର୍ଦ୍ଧା ଜିଲାରେ ପାସ୍‌ ହାର ୯୭.୪୮% ଦ୍ୱିତୀୟ ଓ ସୁନ୍ଦରଗଡ ଜିଲାରେ ପାସ୍‌ ହାର ୯୭.୩୯% ରଖି ତୃତୀୟରେ ରହିଛି। ୨୦୨୧ରେ କୋଭିଡ୍‌ ପାଇଁ ମାଟ୍ରିକ ପରୀକ୍ଷା କରା ନଯାଇ ଫଳାଫଳ ପ୍ରକାଶ ପାଇଥିଲା। ସେଥିରେ ରାଜ୍ୟର ପାସ୍‌ ହାର ୯୭.୮୯% ରହିଥିଲା। ତେବେ ପରୀକ୍ଷା କରାଯାଇ ପାସ୍‌ ହାର ଦେଖିଲେ ଚଳିତବର୍ଷ ସର୍ବାଧିକ ପାସ୍‌ ହାର ରହିଛି। ୨୦୨୩ରେ ୯୬.୪୦% ପାସ୍‌ ହାର ରହିଥିବାବେଳେ, ୨୦୨୨ରେ ୯୦.୫୫%, ୨୦୨୦ରେ ୭୮.୭୬%, ୨୦୧୯ରେ ୭୬.୨୩%, ୨୦୧୮ରେ ୭୦.୭୮% ପାସ୍‌ ହାର ରହିଥିଲା। କୋଭିଡ୍‌ ପରଠାରୁ ରାଜ୍ୟରେ ନୂତନ ପଦ୍ଧତିରେ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ଗତ ଦୁଇ ବର୍ଷରେ ନୂତନପଦ୍ଧତି ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ପାସ୍‌ ହାରରେ ବଡ ପରିବର୍ତ୍ତନ ଆସିଛି। ୨୦୧୮, ୨୦୧୯, ୨୦୨୦ରେ ପାସ୍‌ ହାର ୮୦% ଛୁଇଁ ନ ଥିବାବେଳେ ନୂତନ ପଦ୍ଧତିରେ ପରୀକ୍ଷା ଦ୍ୱାରା ୯୦%କୁ ବୃଦ୍ଧିପାଇଛି। ତେବେ ସର୍ବନିମ୍ନରେ ରହୁଥିବା ଜିଲାଗୁଡିକର ପାସ୍‌ ହାର ମଧ୍ୟ ୯୦% ଉପରେ ରହିଛି।
ଅପରପକ୍ଷରେ ପୁଣି ମାଟ୍ରିକ ପରୀକ୍ଷା ପଦ୍ଧତି ବଦଳିବାକୁ ଯାଉଛି। ବର୍ଷରେ ଆଉ ଦୁଇଟି ପରୀକ୍ଷା ହେବନାହିଁ। ପୂର୍ବଭଳି ବର୍ଷ ଶେଷରେ ଗୋଟିଏ ଥର ପରୀକ୍ଷା କରାଯିବ। କରୋନା ଯୋଗୁ କାର୍ଯ୍ୟକାରୀ କରାଯାଇଥିବା ନୂତନ ପରୀକ୍ଷା ପଦ୍ଧତିକୁ ଚଳିତବର୍ଷଠାରୁ ବନ୍ଦ କରିଦିଆଯିବ। ଏ ନେଇ ଖୁବ୍‌ଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ତେବେ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ଭଲ ପ୍ରଦର୍ଶନ ପରେ ମଧ୍ୟ ପୁନର୍ବାର ପରୀକ୍ଷା ପଦ୍ଧତି ପରିବର୍ତ୍ତନ ହେବା ଖବର ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri