ଏଥର ରେକର୍ଡ ସଂଖ୍ୟକ ପାସ୍‌ ହାର

କଟକ ଅଫିସ,୧୯ା୫: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍‌ ହାର ପୂର୍ବ ୫ବର୍ଷର ରେକର୍ଡ ଭାଙ୍ଗିଛି। ଏଥର ସବୁ ଜିଲାରେ ୯୦% ଉପରେ ପାସ୍‌ ହାର ରହିଛି। କଟକ ଓ ଜଗତ୍‌ସିଂହପୁର ଜିଲାରେ ପାସ୍‌ ହାର ସର୍ବାଧିକ ୯୭.୯୯% ଥିବାବେଳେ ଖୋର୍ଦ୍ଧା ଜିଲାରେ ପାସ୍‌ ହାର ୯୭.୪୮% ଦ୍ୱିତୀୟ ଓ ସୁନ୍ଦରଗଡ ଜିଲାରେ ପାସ୍‌ ହାର ୯୭.୩୯% ରଖି ତୃତୀୟରେ ରହିଛି। ୨୦୨୧ରେ କୋଭିଡ୍‌ ପାଇଁ ମାଟ୍ରିକ ପରୀକ୍ଷା କରା ନଯାଇ ଫଳାଫଳ ପ୍ରକାଶ ପାଇଥିଲା। ସେଥିରେ ରାଜ୍ୟର ପାସ୍‌ ହାର ୯୭.୮୯% ରହିଥିଲା। ତେବେ ପରୀକ୍ଷା କରାଯାଇ ପାସ୍‌ ହାର ଦେଖିଲେ ଚଳିତବର୍ଷ ସର୍ବାଧିକ ପାସ୍‌ ହାର ରହିଛି। ୨୦୨୩ରେ ୯୬.୪୦% ପାସ୍‌ ହାର ରହିଥିବାବେଳେ, ୨୦୨୨ରେ ୯୦.୫୫%, ୨୦୨୦ରେ ୭୮.୭୬%, ୨୦୧୯ରେ ୭୬.୨୩%, ୨୦୧୮ରେ ୭୦.୭୮% ପାସ୍‌ ହାର ରହିଥିଲା। କୋଭିଡ୍‌ ପରଠାରୁ ରାଜ୍ୟରେ ନୂତନ ପଦ୍ଧତିରେ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ଗତ ଦୁଇ ବର୍ଷରେ ନୂତନପଦ୍ଧତି ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ପାସ୍‌ ହାରରେ ବଡ ପରିବର୍ତ୍ତନ ଆସିଛି। ୨୦୧୮, ୨୦୧୯, ୨୦୨୦ରେ ପାସ୍‌ ହାର ୮୦% ଛୁଇଁ ନ ଥିବାବେଳେ ନୂତନ ପଦ୍ଧତିରେ ପରୀକ୍ଷା ଦ୍ୱାରା ୯୦%କୁ ବୃଦ୍ଧିପାଇଛି। ତେବେ ସର୍ବନିମ୍ନରେ ରହୁଥିବା ଜିଲାଗୁଡିକର ପାସ୍‌ ହାର ମଧ୍ୟ ୯୦% ଉପରେ ରହିଛି।
ଅପରପକ୍ଷରେ ପୁଣି ମାଟ୍ରିକ ପରୀକ୍ଷା ପଦ୍ଧତି ବଦଳିବାକୁ ଯାଉଛି। ବର୍ଷରେ ଆଉ ଦୁଇଟି ପରୀକ୍ଷା ହେବନାହିଁ। ପୂର୍ବଭଳି ବର୍ଷ ଶେଷରେ ଗୋଟିଏ ଥର ପରୀକ୍ଷା କରାଯିବ। କରୋନା ଯୋଗୁ କାର୍ଯ୍ୟକାରୀ କରାଯାଇଥିବା ନୂତନ ପରୀକ୍ଷା ପଦ୍ଧତିକୁ ଚଳିତବର୍ଷଠାରୁ ବନ୍ଦ କରିଦିଆଯିବ। ଏ ନେଇ ଖୁବ୍‌ଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ତେବେ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ଭଲ ପ୍ରଦର୍ଶନ ପରେ ମଧ୍ୟ ପୁନର୍ବାର ପରୀକ୍ଷା ପଦ୍ଧତି ପରିବର୍ତ୍ତନ ହେବା ଖବର ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri