ଭୁବନେଶ୍ୱର, ୨୮।୬(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଆଥ୍ଲେଟିକ୍ସ ମିଟ୍ର ୬୯ତମ ସଂସ୍କରଣ ଗତ ରବିବାର ଶେଷ ହୋଇଛି। କିଟ୍ ଓ କିସ୍ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍ଲେଟିକ୍ସ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୭୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏଥରର ଏହି ମିଟ୍ ଅନେକ ଦୃଷ୍ଟିକୋଣରୁ ସ୍ମରଣୀୟ ହୋଇଛି। ଓଡ଼ିଶା ଆଥ୍ଲେଟିକ୍ସ ଇତିହାସରେ ପ୍ରଥମଥର ପାଇଁ ୪୧ଟି ନୂଆ ମିଟ୍ ରେକର୍ଡ ସୃଷ୍ଟି ହୋଇଛି। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ୩୨ ପଏଣ୍ଟ ପାଇ ଭୁବନେଶ୍ୱର ଗ୍ରୁପ୍ ଚାମ୍ପିୟନ ହୋଇଛି। ସେହିପରି ୧୪ ବର୍ଷରୁ କମ୍ ବାଳକରେ କେନ୍ଦୁଝର ୧୮, ୧୬ ବର୍ଷରୁ କମ୍ ବାଳିକାରେ ଜଗତ୍ସିଂହପୁର ୩୫, ୧୬ ବର୍ଷରୁ କମ୍ ବାଳକରେ ଭୁବନେଶ୍ୱର ୩୫, ୧୮ ବର୍ଷରୁ କମ୍ ବାଳିକାରେ ସୁନ୍ଦରଗଡ଼ ୧୦୫, ୧୮ ବର୍ଷରୁ କମ୍ ବାଳକରେ କଟକ ୮୫, ୨୦ ବର୍ଷରୁ କମ୍ ବାଳିକାରେ ସୁନ୍ଦରଗଡ଼ ୬୫, ୨୦ ବର୍ଷରୁ କମ୍ ବାଳକରେ କଟକ ୯୧, ୨୩ ବର୍ଷରୁ କମ୍ ବାଳକରେ କଟକ ୬୯, ୨୩ ବର୍ଷରୁ କମ୍ ବାଳିକାରେ କଟକ ୬୮, ମହିଳାରେ ଓଡ଼ିଶା ପୋଲିସ ୩୨ ଓ ପୁରୁଷରେ କଟକ ୯୦ ପଏଣ୍ଟ ପାଇ ଗ୍ରୁପ୍ରେ ଶୀର୍ଷସ୍ଥାନ ଅଧିକାର କରିଛି। ଓଭରଅଲ୍ ଦେଖିବାକୁ ଗଲେ କଟକ ୬୦୨ ପଏଣ୍ଟ ସହିତ ଦଳଗତ ଚାମ୍ପିୟନ ଏବଂ ସୁନ୍ଦରଗଡ଼ ୪୦୭ ପଏଣ୍ଟ ପାଇ ରନରଅପ୍ ହୋଇଛି।
ଚାରି ଦିନ ବିଶିଷ୍ଟ ପ୍ରତିଯୋଗିତାରେ ପ୍ରଦର୍ଶନ ଅନୁସାରେ ପ୍ରଥମ ଦିବସରେ ଜଣେ ପ୍ରତିଯୋଗୀ ନୂଆ ମିଟ୍ ରେକର୍ଡର ଅଧିକାରୀ ହୋଇଥିବାବେଳେ କେବଳ ଦ୍ୱିତୀୟ ଦିବସରେ ୧୯ ଆଥ୍ଲେଟ ରେକର୍ଡ ଭାଙ୍ଗିଥିଲେ। ତୃତୀୟ ଦିବସରେ ଏହି ସଂଖ୍ୟା ୯ରେ ସୀମିତ ରହିଥିବାବେଳେ ୪ର୍ଥ ତଥା ଅନ୍ତିମ ଦିବସରେ ୧୨ଟି ନୂଆ ମିଟ୍ ରେକର୍ଡ ସୃଷ୍ଟି ହୋଇଥିଲା। ୩ ପ୍ରତିଯୋଗୀ ୨ଟି ଲେଖାଏ ଇଭେଣ୍ଟରେ ନୂଆ ମିଟ୍ ରେକର୍ଡ କରିବାର ସୌଭାଗ୍ୟପ୍ରାପ୍ତ ହୋଇଥିଲେ। ଏମାନେ ହେଲେ କଟକର ଓଁକାର ପ୍ରସାଦ ନନ୍ଦ, ଭୁବନେଶ୍ୱରର ଲକ୍ଷ୍ମୀପ୍ରିୟା କିଷାନ ଓ କଳାହାଣ୍ଡିର ଡି. ଜୟରାମ। ଓଁକାର ୧୮ ବର୍ଷରୁ କମ୍ ବାଳକ ବର୍ଗର ଶଟ୍ପୁଟ୍ ଓ ହାମର ଥ୍ରୋରେ, ଲକ୍ଷ୍ମୀପ୍ରିୟା ୨୦ ବର୍ଷରୁ କମ୍ ବାଳିକା ୮୦୦ ମିଟର ରେସ୍ ଓ ୧୫୦୦ ମିଟର ରେସ୍ ଏବଂ ଜୟରାମ ୨୦ ବର୍ଷରୁ କମ୍ ବାଳକ ୧୦୦ ମିଟର ଓ ୨୦୦ ମିଟର ରେସ୍ରେ ଏହି କୃତିତ୍ୱ ଅର୍ଜନ କରିଥିଲେ।
MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ
ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍ରେ ୩୯ ରନ୍…
ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…
ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…
ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…
ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ
ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…
ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପମ୍ପ୍ ହାଉସ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍ ହାଉସ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…
ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…
ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…
ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…
ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…
ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର
ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…
Archives

