ଜୁନରେ ରେକର୍ଡ ଜିଏସଟି ସଂଗ୍ରହ: ୧୨ ପ୍ରତିଶତ ବୃଦ୍ଧି ହୋଇ ଛୁଇଁଲା ୧.୬୧ ଲକ୍ଷ କୋଟି…

ନୂଆଦିଲ୍ଲୀ,୧।୭ : ଜିଏସଟି ସଂଗ୍ରହରେ ଜୁନ ୨୦୨୩ ରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ କହିଛି ଜୁନ ୨୦୨୩ରେ ମୋଟ ୧,୬୧,୪୯୭ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି। ଏଥିରେ ଗତ ବର୍ଷ ଜୁନ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଅର୍ଥ ମନ୍ତ୍ରଣାଳୟ କହିଛି ଦେଶରେ ଜିଏସଟି ଲାଗୁ ହେବା ପରେ ଚତୁର୍ଥ ଥର ପାଇଁ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଜିଏସଟି ୧ ଜୁଲାଇ ୨୦୧୭ରେ ଲାଗୁ କରାଯାଇଥିଲା ।

୨୦୨୧-୨୨,୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ର ୟମାସରେ ହାରାହାରି ମାସିକ ଜିଏସଟି ସଂଗ୍ରହ ଯଥାକ୍ରମେ ୧.୧୦ ଲକ୍ଷ କୋଟି, ୧.୫୧ ଲକ୍ଷ କୋଟି ଏବଂ ୧.୬୯ ଲକ୍ଷ କୋଟିରେ ପହଞ୍ଚିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଜିଏସଟି ସଂଗ୍ରହ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ବିବୃତ୍ତି ଅନୁଯାୟୀ, ଜୁନ ୨୦୨୩ ରେ ମୋଟ ଜିଏସଟି ସଂଗ୍ରହ ୧,୬୯,୪୯୭ କୋଟି ଟଙ୍କା ଥିଲା, ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୩୧,୦୧୩ କୋଟି, ରାଜ୍ୟ ଜିଏସ୍ଟି ୩୮,୨୯୨ କୋଟି ଟଙ୍କା ଥିଲା। ଯେତେବେଳେ ଇଣ୍ଟିଗ୍ରେଟେଡ ଜିଏସଟି ୮୦,୨୯୨ କୋଟି ଟଙ୍କା ଥିଲା। ଏଥିରେ ଆମଦାନୀ ଉପରେ ଜିଏସଟିରୁ ୩୯,୦୩୫ କୋଟି ଟଙ୍କା ଗ୍ରହଣ କରାଯାଇଛି। ଏଥି ସହିତ, ସେସ ୧୧,୯୦୦ କୋଟି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ଜୁନ ୨୦୨୩ ରେ ଜିଏସଟି ରାଜସ୍ବ ଗତ ବର୍ଷ ଜୁନରେ ପ୍ରାପ୍ତ ଜିଏସଟି ରାଜସ୍ବଠାରୁ ୧୨ ପ୍ରତିଶତ ଅଧିକ । ଏହାପୂର୍ବରୁ ଏପ୍ରିଲରେ ୧.୮୭ ଲକ୍ଷ କୋଟି ଟଙ୍କାର ରେକର୍ଡ ରାଜସ୍ବ ସଂଗ୍ରହ ହୋଇଥିଲା। ମେ ମାସରେ ଏହା ୧.୫୭ ଲକ୍ଷ କୋଟି ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?