ଜାନୁୟାରୀରେ ୟୁରୋପରେ ରେକର୍ଡ ଭଙ୍ଗା ତାତି: ଜଳବାୟୁ ପରିବର୍ତ୍ତନ ଅବା ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ନେଇ ଚର୍ଚ୍ଚା…

ବର୍ଲିନ,୩।୧ : ୟୁରୋପରେ ଜାନୁୟାରୀର ପ୍ରବଳ ଥଣ୍ଡା ଶୀତ ଦିନେ ତାତି ରେକର୍ଡ ଭାଙ୍ଗିବାରେ ଲାଗିଛି। ଏହାକୁ ଜଳବାୟୁ ପରିବର୍ତ୍ତନ କିମ୍ବା ୟୁକ୍ରେନ ଯୁଦ୍ଧର ଉତ୍ତାପର ପ୍ରଭାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାନୁଆରୀ ପ୍ରଥମ ଦୁଇ ଦିନ ୟୁରୋପରେ ଅତ୍ୟଧିକ ଗରମ ଅନୁଭୁତ ହୋଇଥିଲା। ନୂତନ ବର୍ଷର ପ୍ରଥମ ଦୁଇ ଦିନ ଗରମ ଦିନ ଭାବରେ ରେକର୍ଡ କରାଯାଇଛି। ୟୁରୋପର ଅତି କମରେ ଆଠଟି ଦେଶରେ ଏଭଳି ପରିସ୍ଥିତି ଦେଖାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୋଲାଣ୍ଡ, ଡେନମାର୍କ, ଚେକ ରିପବ୍ଲିକ, ନେଦରଲାଣ୍ଡ, ବେଲାରୁଷ, ଲିଥୁଆ ଏବଂ ଲାଟିଭିଆ ଆଦି ଦେଶରେ ଏଭଳି ତାତି ରେକର୍ଡ ହୋଇଛି। ୟୁରୋପର ପାଣିପାଗ ବିଜ୍ଞାନୀ ଦ ଗାର୍ଡିଆନକୁ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ୟୁରୋପରେ ପାଣିପାଗ ରେକର୍ଡ ଏକ ଭୟାବହ ହାରରେ ଭାଙ୍ଗବାରେ ଲାଗିଛି। ତାପମାତ୍ରା ଉପରେ ନଜର ରଖୁଥିବା ପାଣିପାଗ ବିଜ୍ଞାନୀ ମ୍ୟାକ୍ସିମିଲିଆନୋ ହେରେରାଙ୍କ ଅନୁଯାୟୀ ପୋଲାଣ୍ଡର କୋରବିଏଲୋ ଗାଁର ତାପମାତ୍ରା ୧୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ମେ ମାସରେ ଏଠାରେ ରହୁଥିବା ତାପମାତ୍ରାଠାରୁ ଏହା ଅଧିକ। ଜାନୁଆରୀର ହାରାହାରି ତାପମାତ୍ରା ୧ ଡିଗ୍ରୀ ଠାରୁ ଏହା ୧୮ ଡିଗ୍ରୀ ଅଧିକ ରହିଛି।

ସେହିଭଳି, ଚେକ ରିପବ୍ଲିକର ଜାଭୋର୍ନିକରେ ତାପମାତ୍ରା ୧୯.୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଠାରେ ତାପମାତ୍ରାରେ ହାରାହାରି ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। ଜାନୁଆରୀରେ ବେଲାରୁଷର ତାପମାତ୍ରା ପ୍ରାୟ ଶୂନ ଡିଗ୍ରୀ ରହିଥାଏ। ମାତ୍ର ନୂଆବର୍ଷର ପ୍ରଥମ ଦିନରେ ରବିବାର ଏହା ୧୬.୫ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏହା ଦେଶର ପୂର୍ବ ଜାନୁଆରୀ ରେକର୍ଡ ୪.୫ ଡିଗ୍ରୀ ସେଲସିୟସକୁ ଭାଙ୍ଗିଛି। ଜାନୁଆରୀରେ ଜର୍ମାନୀ, ଉତ୍ତର ସ୍ପେନ ଏବଂ ଫ୍ରାନ୍ସର ଦକ୍ଷିଣରେ ମଧ୍ୟ ରେକର୍ଡ ଉତ୍ତାପ ଅନୁଭୂତ ହୋଇଛି। ନରୱେ, ବ୍ରିଟେନ, ଆୟର୍ଲାଣ୍ଡ, ଇଟାଲୀ ଏବଂ ଦକ୍ଷିଣ-ପୂର୍ବ ଭୂମଧ୍ୟସାଗରୀୟ ଦେଶରେ ତାତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ପାଣିପାଗ ବିଜ୍ଞାନୀ ହେରେରାଙ୍କ ଅନୁଯାୟୀ ଏହା ୟୁରୋପୀୟ ଇତିହାସର ସବୁଠାରୁ ଉତ୍ତପ୍ତ ଗ୍ରୀଷ୍ମ ବୋଲି ବିବେଚନା କରାଯାଇପାରେ। ଅନ୍ୟ ଜଣେ ପାଣିପାଗ ବିଜ୍ଞାନୀ ଆଲେକ୍ସ ବୁର୍କିଲ ମଧ୍ୟ ହେରେରାଙ୍କ ଦାବିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ୟୁରୋପର ଏକ ବୃହତ ଅଞ୍ଚଳରେ ଅତ୍ୟଧିକ ଉତ୍ତାପ ଅନୁଭୂତ ହେଉଛି, ଯାହା ଏପର୍ଯ୍ୟନ୍ତ ରେକର୍ଡ କରାଯାଇ ନ ଥିଲା।

ଅନ୍ୟ ୟୁରୋପୀୟ ପାଣିପାଗ ବିଜ୍ଞାନୀ ସ୍କଟ ଡଙ୍କାନଙ୍କ ଅନୁଯାୟୀ ୟୁରୋପର ଏହି ତାପମାତ୍ରା ଆଶ୍ଚର୍ଯ୍ୟଜନକ ଅଟେ। ଗତ ବର୍ଷ ମଧ୍ୟ ଅତ୍ୟଧିକ ଗରମ ନୂଆ ବର୍ଷ ଥିଲା, କିନ୍ତୁ ଏଥର ଏହା ରେକର୍ଡ ଭାଙ୍ଗିଛି । ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିଥିବା ପ୍ରଫେସର ବିଲ ମ୍ୟାକଗାୟର କହିଛନ୍ତି ଯେ ତାତି ଅତ୍ୟଧିକ ହେବାର ପୂର୍ବାନୁମାନ କରାଯାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗ୍ଲୋବାଲ ୱାର୍ମିଂ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭବିଷ୍ୟତର ଏହା ଏକ ଛୋଟ ଝଲକ ଦେଖାଇଛି। ଯାହା ଶୀତକୁ ଶୀଘ୍ର ଶେଷ କରିବ ଏବଂ ଏହାକୁ ଆର୍ଦ୍ର ଏବଂ ସାମାନ୍ୟ ପାଗରେ ପରିଣତ କରିବ। ଫଳରେ କ୍ୱଚିତ ଥଣ୍ଡା ଅନୁଭୁତ ହେବା ସହିତ ରାସ୍ତାରେ ବରଫ କମ୍‌ ଦୃଶ୍ୟମାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?