ସୁପାରି ଦେଇ ଗୁଳି ଖାଇଲେ

ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଲେ। ଜମିବାଡ଼ି ବିବାଦକୁ ନେଇ ସୃଷ୍ଟ ତିକ୍ତତା ପାଇଁ ଭଣଜାକୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ। ହେଲେ ଯେଉଁମାନଙ୍କ ଦ୍ୱାରା ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସେହିମାନଙ୍କ ଗୁଳିରେ ଜୀବନ ହାରିଲେ। ଏଭଳି ଏକ ଅଭାବନୀୟ ଘଟଣା ଗତ ୭ତାରିଖରେ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳରେ ଘଟିଥିବାବେଳେ ମଙ୍ଗଳବାର ଏହାର ପର୍ଦ୍ଦାଫାଶ ହେବା ସହ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟ ଜଣେ ଫେରାର ଅଛନ୍ତି।

ବଡ଼ବିଲ, ୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଡ଼ିଶା ମିନେରାଲ୍‌ସ ଡେଭ୍‌ଲପ୍‌ମେଣ୍ଟ କମ୍ପାନୀ(ଓଏମ୍‌ଡିସି)ର କର୍ମଚାରୀ ଦୁଃଶାସନ ବାରିକଙ୍କୁ ଗତ ୭ତାରିଖ ରାତିରେ କେହି ଗୁଳି କରି ହତ୍ୟା କରିଥିଲେ। ଶନିବାର ସକାଳେ ତାଙ୍କ ଗୁଳିବିଦ୍ଧ ମୃତଶରୀର ଠାବ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସାହାଦତ୍‌ ଖାନ୍‌, ସାହରୁଖ ଖାନ୍‌ ଏବଂ ନେହାଲ ଖାନ୍‌ ଓରଫ ଏମ୍‌ଡି ରାଜା। ସେମାନେ ବିହାର ଗୟା ଜିଲା କୋଠି ଥାନା ଅଞ୍ଚଳର ମୂଳନିବାସୀ ହୋଇଥିବାବେଳେ ସାହାଦାତ୍‌ ଓ ସାହରୁଖ ବଡ଼ବିଲ ଥାନା ବରକତ ନଗର ଅଞ୍ଚଳରେ ରହୁଥିଲେ। ନେହାଲ ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରେ ରହୁଥିଲେ। ଫେରାର ଅଭିଯୁକ୍ତ ବିହାର କୋଠି ଥାନା ଅଞ୍ଚଳର ୱାରିସ୍‌ ଖାନ୍‌। ଜମିବାଡ଼ି ବିବାଦକୁ ନେଇ ଭଉଣୀ ସହିତ ଥିବା ତିକ୍ତତାରୁ ଭଣଜାଙ୍କୁ ହତ୍ୟା କରିବାକୁ ଦୁଃଶାସନ ଅଭିଯୁକ୍ତମାନଙ୍କୁ ୫ଲକ୍ଷ ଟଙ୍କାର ସୁପାରି ଦେବାକୁ ସ୍ଥିର କରିଥିଲେ। ଏଥିପାଇଁ ଅଗ୍ରିମ ୨ ଲକ୍ଷ ଟଙ୍କା ଘଟଣା ଘଟିବା ରାତିରେ ଦେବାକୁ କଥା ଛିଡ଼ିଥିଲା। ହେଲେ ଦୁଃଶାସନ ମାତ୍ର ୪୦ହଜାର ଟଙ୍କା ଦେବାରୁ ଅଭିଯୁକ୍ତଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ରାଗି ଯାଇ ଅଭିଯୁକ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ବଡ଼ବିଲ ଆଇଆଇସିି ପ୍ରମୋଦିନୀ ସାହୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ଓଏମ୍‌ଡିସି କର୍ମଚାରୀ ଦୁଃଶାସନ ବାରିକ ନିଖୋଜ ହୋଇଯାଇଥିଲେ। ଶନିବାର ସକାଳେ ଦାମୁହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ ନିକଟ ହାଇଟେନଶନ ଟାୱାର ତଳେ ତାଙ୍କ ମୃତଦେହ ଠାବ କରାଯାଇଥିଲା। ଦୁଃଶାସନଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଥିବାବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିଥିଲେ। ମୃତକ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଥିଲା। ପୋଲିସ ମୃତଦେହ ନିକଟରୁ ୨ଟି ଜୀବନ୍ତ ଗୁଳି ଓ କିଛି ଦୂରରେ ଥିବା ତାଙ୍କ ବାଇକ୍‌ ଜବତ କରିଥିଲା ବେଳେ ମୋବାଇଲ ପାଇ ନ ଥିଲା। ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ନେଇ ପୋଲିସ ପଚରାଉଚରା କରିଥିଲେ ହେଁ ଅଭିଯୁକ୍ତମାନଙ୍କ କୌଣସି ସୁରାକ ପାଇ ନ ଥିଲା। ତେବେ ଦୁଃଶାସନଙ୍କ ମୋବାଇଲ ସିଡିଆର (କଲ୍‌ ଡିଟେଲ ରେକର୍ଡ) ଓ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଆଣି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଦୁଃଶାସନଙ୍କ ନମ୍ବର ସହ ଗୋଟିଏ ନମ୍ବର ଏକାଧିକ କଲ୍‌ ହୋଇଥିବା ଜଣାପଡ଼ିଥିଲା। ସେହି ନମ୍ବରଟି ବଡ଼ବିଲ ବରକତ ନଗର ଅଞ୍ଚଳରେ ରହୁଥିବା ସାହାଦତ ଖାନ୍‌ଙ୍କ ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ଦୁଃଶାସନଙ୍କ ଜମି କିଣାବିକାକୁ ନେଇ ସମ୍ପର୍କରେ ଥିଲେ ବୋଲି ଜଣାପଡିଥିଲା। ଅଧିକ ପଚରାଉଚରାରୁ ଦୁଃଶାସନଙ୍କୁ ହତ୍ୟା ପଛର ପ୍ରକୃତ କାହାଣୀ ସାମ୍ନାକୁ ଆସିଛି। ଦୁଃଶାସନ ଓ ତାଙ୍କ ଦୁଇ ଭଉଣୀଙ୍କ ନାମରେ ଥିବା ଜମି ବିକ୍ରି କରିବାକୁ ମଧ୍ୟସ୍ଥି ସାଜିଥିବା ସାହାଦତ୍‌ଙ୍କ ବୟାନ ଅନୁଯାୟୀ ଜମି ପ୍ଲଟିଂ କରି ବିକ୍ରି କରାଇଲେ ମୋଟା ଅଙ୍କର ଟଙ୍କା ହାସଲ କରିବାର ଆଶା ଥିଲା। ତେବେ ଦୁଃଶାସନଙ୍କ ଭଉଣୀ, ଭିଣୋଇ ଓ ଭଣଜା ବିରୋଧ କରୁଥିବାରୁ ଭଣଜାକୁ ରାସ୍ତାରୁ ହଟାଇଦେଲେ ଭଉଣୀ ଓ ଭିଣୋଇଙ୍କୁ କୌଣସି ମତେ ବୁଝାଇ ସୁଝାଇ ବିକ୍ରି କରିହେବ ବୋଲି ସାହାଦତ୍‌ ଦୁଃଶାସନଙ୍କୁ ଉସୁକାଇଥିଲେ। ଏଥିରେ ରାଜି ହୋଇଯାଇଥିଲେ ଦୁଃଶାସନ। ସାହାଦତ୍‌ ସୁପାରିକିଲରଙ୍କ ସହାୟତାରେ ଦୁଃଶାସନଙ୍କ ଭଣଜାଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ, ବଡବିଲରେ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିବା ଶାହରୁଖ ଓ ଟାୟାର ଦୋକାନରେ ରହି ପଙ୍କ୍‌ଚର କାମ କରୁଥିବା ୱାରିସ୍‌ ଖାନ୍‌ଙ୍କ ସହ ଯୋଗାଯୋଗ କରି ସୁପାରି ନେଇ ଦୁଃଶାସନଙ୍କ ଭଣଜାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଝାଡଖଣ୍ଡ ମଝିଗାଁରେ ରହୁଥିବା ନେହାଲ ଖାନଙ୍କ ସହାୟତାରେ ସାହାଦତ୍‌ ବନ୍ଧୁକ ମଗାଇଥିଲେ। ଶୁକ୍ରବାର ବନ୍ଧୁକ ପହଞ୍ଚତ୍ ଯାଇଥିଲାବେଳେ ଏକାଠି ହୋଇଥିଲେ ସାହାଦତ୍‌, ସାହରୁଖ ଏବଂ ୱାରିସ୍‌। ୨ଲକ୍ଷ ଟଙ୍କା ଅଗ୍ରୀମ ଦେବା ପରିବର୍ତ୍ତେ ଦୁଃଶାସନ ମାତ୍ର ୪୦ ହଜାର ଦେବାରୁ ତାଙ୍କୁ ହଟାଇବାକୁ ଚିନ୍ତା କରିଥିଲେ। ସାହାଦତ ଓ ସାହରୁଖ ଏକ ସ୍କୁଟିରେ ଦାମୁହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍‌ ନିକଟ ହାଇଟେନଶନ ଟାୱାର ନିକଟକୁ ଯାଇଥିଲାବେଳେ ପଛେ ପଛେ ଦୁଃଶାସନଙ୍କୁ ନେଇ ୱାରିସ୍‌ ସେଠାରେ ପହଞ୍ଚତ୍ଥିଲେ। ସେଠାରେ ପହଞ୍ଚତ୍ ସବୁ ଯୋଜନା ହେବା ପରେ ଟଙ୍କା ନ ଦେବାରୁ ସାହରୁଖ ଧରିଥିବା ବନ୍ଧୁକରେ ଦୁଃଶାସନଙ୍କ ମୁଣ୍ଡକୁ ଦୁଇଟି ଗୁଳି ମାରି ହତ୍ୟା କରିଥିଲେ। ପରେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଫେରାର ଥିବା ୱାରିସଙ୍କୁ ପୋଲିସ ଗିରଫ କରିପାରି ନ ଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକଟିକୁ ମଧ୍ୟ ଜବତ କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri