ସୁପାରି ଦେଇ ଗୁଳି ଖାଇଲେ

ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଲେ। ଜମିବାଡ଼ି ବିବାଦକୁ ନେଇ ସୃଷ୍ଟ ତିକ୍ତତା ପାଇଁ ଭଣଜାକୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ। ହେଲେ ଯେଉଁମାନଙ୍କ ଦ୍ୱାରା ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସେହିମାନଙ୍କ ଗୁଳିରେ ଜୀବନ ହାରିଲେ। ଏଭଳି ଏକ ଅଭାବନୀୟ ଘଟଣା ଗତ ୭ତାରିଖରେ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳରେ ଘଟିଥିବାବେଳେ ମଙ୍ଗଳବାର ଏହାର ପର୍ଦ୍ଦାଫାଶ ହେବା ସହ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟ ଜଣେ ଫେରାର ଅଛନ୍ତି।

ବଡ଼ବିଲ, ୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଡ଼ିଶା ମିନେରାଲ୍‌ସ ଡେଭ୍‌ଲପ୍‌ମେଣ୍ଟ କମ୍ପାନୀ(ଓଏମ୍‌ଡିସି)ର କର୍ମଚାରୀ ଦୁଃଶାସନ ବାରିକଙ୍କୁ ଗତ ୭ତାରିଖ ରାତିରେ କେହି ଗୁଳି କରି ହତ୍ୟା କରିଥିଲେ। ଶନିବାର ସକାଳେ ତାଙ୍କ ଗୁଳିବିଦ୍ଧ ମୃତଶରୀର ଠାବ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସାହାଦତ୍‌ ଖାନ୍‌, ସାହରୁଖ ଖାନ୍‌ ଏବଂ ନେହାଲ ଖାନ୍‌ ଓରଫ ଏମ୍‌ଡି ରାଜା। ସେମାନେ ବିହାର ଗୟା ଜିଲା କୋଠି ଥାନା ଅଞ୍ଚଳର ମୂଳନିବାସୀ ହୋଇଥିବାବେଳେ ସାହାଦାତ୍‌ ଓ ସାହରୁଖ ବଡ଼ବିଲ ଥାନା ବରକତ ନଗର ଅଞ୍ଚଳରେ ରହୁଥିଲେ। ନେହାଲ ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରେ ରହୁଥିଲେ। ଫେରାର ଅଭିଯୁକ୍ତ ବିହାର କୋଠି ଥାନା ଅଞ୍ଚଳର ୱାରିସ୍‌ ଖାନ୍‌। ଜମିବାଡ଼ି ବିବାଦକୁ ନେଇ ଭଉଣୀ ସହିତ ଥିବା ତିକ୍ତତାରୁ ଭଣଜାଙ୍କୁ ହତ୍ୟା କରିବାକୁ ଦୁଃଶାସନ ଅଭିଯୁକ୍ତମାନଙ୍କୁ ୫ଲକ୍ଷ ଟଙ୍କାର ସୁପାରି ଦେବାକୁ ସ୍ଥିର କରିଥିଲେ। ଏଥିପାଇଁ ଅଗ୍ରିମ ୨ ଲକ୍ଷ ଟଙ୍କା ଘଟଣା ଘଟିବା ରାତିରେ ଦେବାକୁ କଥା ଛିଡ଼ିଥିଲା। ହେଲେ ଦୁଃଶାସନ ମାତ୍ର ୪୦ହଜାର ଟଙ୍କା ଦେବାରୁ ଅଭିଯୁକ୍ତଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ରାଗି ଯାଇ ଅଭିଯୁକ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ବଡ଼ବିଲ ଆଇଆଇସିି ପ୍ରମୋଦିନୀ ସାହୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ଓଏମ୍‌ଡିସି କର୍ମଚାରୀ ଦୁଃଶାସନ ବାରିକ ନିଖୋଜ ହୋଇଯାଇଥିଲେ। ଶନିବାର ସକାଳେ ଦାମୁହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ ନିକଟ ହାଇଟେନଶନ ଟାୱାର ତଳେ ତାଙ୍କ ମୃତଦେହ ଠାବ କରାଯାଇଥିଲା। ଦୁଃଶାସନଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଥିବାବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିଥିଲେ। ମୃତକ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଥିଲା। ପୋଲିସ ମୃତଦେହ ନିକଟରୁ ୨ଟି ଜୀବନ୍ତ ଗୁଳି ଓ କିଛି ଦୂରରେ ଥିବା ତାଙ୍କ ବାଇକ୍‌ ଜବତ କରିଥିଲା ବେଳେ ମୋବାଇଲ ପାଇ ନ ଥିଲା। ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ନେଇ ପୋଲିସ ପଚରାଉଚରା କରିଥିଲେ ହେଁ ଅଭିଯୁକ୍ତମାନଙ୍କ କୌଣସି ସୁରାକ ପାଇ ନ ଥିଲା। ତେବେ ଦୁଃଶାସନଙ୍କ ମୋବାଇଲ ସିଡିଆର (କଲ୍‌ ଡିଟେଲ ରେକର୍ଡ) ଓ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଆଣି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଦୁଃଶାସନଙ୍କ ନମ୍ବର ସହ ଗୋଟିଏ ନମ୍ବର ଏକାଧିକ କଲ୍‌ ହୋଇଥିବା ଜଣାପଡ଼ିଥିଲା। ସେହି ନମ୍ବରଟି ବଡ଼ବିଲ ବରକତ ନଗର ଅଞ୍ଚଳରେ ରହୁଥିବା ସାହାଦତ ଖାନ୍‌ଙ୍କ ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ଦୁଃଶାସନଙ୍କ ଜମି କିଣାବିକାକୁ ନେଇ ସମ୍ପର୍କରେ ଥିଲେ ବୋଲି ଜଣାପଡିଥିଲା। ଅଧିକ ପଚରାଉଚରାରୁ ଦୁଃଶାସନଙ୍କୁ ହତ୍ୟା ପଛର ପ୍ରକୃତ କାହାଣୀ ସାମ୍ନାକୁ ଆସିଛି। ଦୁଃଶାସନ ଓ ତାଙ୍କ ଦୁଇ ଭଉଣୀଙ୍କ ନାମରେ ଥିବା ଜମି ବିକ୍ରି କରିବାକୁ ମଧ୍ୟସ୍ଥି ସାଜିଥିବା ସାହାଦତ୍‌ଙ୍କ ବୟାନ ଅନୁଯାୟୀ ଜମି ପ୍ଲଟିଂ କରି ବିକ୍ରି କରାଇଲେ ମୋଟା ଅଙ୍କର ଟଙ୍କା ହାସଲ କରିବାର ଆଶା ଥିଲା। ତେବେ ଦୁଃଶାସନଙ୍କ ଭଉଣୀ, ଭିଣୋଇ ଓ ଭଣଜା ବିରୋଧ କରୁଥିବାରୁ ଭଣଜାକୁ ରାସ୍ତାରୁ ହଟାଇଦେଲେ ଭଉଣୀ ଓ ଭିଣୋଇଙ୍କୁ କୌଣସି ମତେ ବୁଝାଇ ସୁଝାଇ ବିକ୍ରି କରିହେବ ବୋଲି ସାହାଦତ୍‌ ଦୁଃଶାସନଙ୍କୁ ଉସୁକାଇଥିଲେ। ଏଥିରେ ରାଜି ହୋଇଯାଇଥିଲେ ଦୁଃଶାସନ। ସାହାଦତ୍‌ ସୁପାରିକିଲରଙ୍କ ସହାୟତାରେ ଦୁଃଶାସନଙ୍କ ଭଣଜାଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ, ବଡବିଲରେ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିବା ଶାହରୁଖ ଓ ଟାୟାର ଦୋକାନରେ ରହି ପଙ୍କ୍‌ଚର କାମ କରୁଥିବା ୱାରିସ୍‌ ଖାନ୍‌ଙ୍କ ସହ ଯୋଗାଯୋଗ କରି ସୁପାରି ନେଇ ଦୁଃଶାସନଙ୍କ ଭଣଜାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଝାଡଖଣ୍ଡ ମଝିଗାଁରେ ରହୁଥିବା ନେହାଲ ଖାନଙ୍କ ସହାୟତାରେ ସାହାଦତ୍‌ ବନ୍ଧୁକ ମଗାଇଥିଲେ। ଶୁକ୍ରବାର ବନ୍ଧୁକ ପହଞ୍ଚତ୍ ଯାଇଥିଲାବେଳେ ଏକାଠି ହୋଇଥିଲେ ସାହାଦତ୍‌, ସାହରୁଖ ଏବଂ ୱାରିସ୍‌। ୨ଲକ୍ଷ ଟଙ୍କା ଅଗ୍ରୀମ ଦେବା ପରିବର୍ତ୍ତେ ଦୁଃଶାସନ ମାତ୍ର ୪୦ ହଜାର ଦେବାରୁ ତାଙ୍କୁ ହଟାଇବାକୁ ଚିନ୍ତା କରିଥିଲେ। ସାହାଦତ ଓ ସାହରୁଖ ଏକ ସ୍କୁଟିରେ ଦାମୁହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍‌ ନିକଟ ହାଇଟେନଶନ ଟାୱାର ନିକଟକୁ ଯାଇଥିଲାବେଳେ ପଛେ ପଛେ ଦୁଃଶାସନଙ୍କୁ ନେଇ ୱାରିସ୍‌ ସେଠାରେ ପହଞ୍ଚତ୍ଥିଲେ। ସେଠାରେ ପହଞ୍ଚତ୍ ସବୁ ଯୋଜନା ହେବା ପରେ ଟଙ୍କା ନ ଦେବାରୁ ସାହରୁଖ ଧରିଥିବା ବନ୍ଧୁକରେ ଦୁଃଶାସନଙ୍କ ମୁଣ୍ଡକୁ ଦୁଇଟି ଗୁଳି ମାରି ହତ୍ୟା କରିଥିଲେ। ପରେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଫେରାର ଥିବା ୱାରିସଙ୍କୁ ପୋଲିସ ଗିରଫ କରିପାରି ନ ଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକଟିକୁ ମଧ୍ୟ ଜବତ କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri