‘ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମର ପାରଦର୍ଶିତାକୁ ସ୍ବୀକୃତି’

ଭୁବନେଶ୍ୱର,୭।୧୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭୁବନେଶ୍ୱରକୁ ନିକଟରେ ଆଉ ୨ଟି ଜାତୀୟସ୍ତରର ସମ୍ମାନ ଓ ସଫଳତା ମିଳିଛି। ଏପରିକି ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେଇ ଆସୁଛି। ସେହିଭଳି ଉନ୍ନତମାନର ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ କେୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲକୁ ଇକୋନୋମିକ୍‌ ଟାଇମ୍ସ ପକ୍ଷରୁ ‘ଇକୋନୋମିକ୍‌ ଟାଇମ୍ସ ଆୱାର୍ଡ-୨୦୨୨’ ଏବଂ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ପକ୍ଷରୁ ‘ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ-୨୦୨୨’ ଭଳି ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତମାନର ସେବା ଯୋଗାଉଥିବା ବିଭିନ୍ନ ହସ୍ପିଟାଲକୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା, ଯେଉଁଠାରେ କେୟାର ହସ୍ପିଟାଲ ଭୁବନେଶ୍ୱରକୁ ପୂର୍ବଭାରତର ଶ୍ରେଷ୍ଠ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭାବେ ସମ୍ମାନିତ କରାଯାଇଛି।
ଏ ସମ୍ପର୍କରେ କେୟାର ହସ୍ପିଟାଲ ଭୁବନେଶ୍ୱରର ଏଚ୍‌ସିଓଓ କିଶଲେୟ ଆନନ୍ଦ କହିଛନ୍ତି, ଏହି ସଫଳତାର ଶ୍ରେୟ ରୋଗୀ ସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଥିବା ଆମର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଯାଉଛି। ଏପରିକି ଆମର ପାରଦର୍ଶିତାକୁ ସ୍ବୀକାର କରିଥିବାରୁ ଇକୋନୋମିକ୍‌ ଟାଇମ୍ସ ଓ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସକୁ ଆମେ ଧନ୍ୟବାଦ ଜଣାଉଛି। ସେହିଭଳି କେୟାର ହସ୍ପିଟାଲର ଏଭିପି ଡା. ଲୋକନାଥ ଦାଶ କହିଛନ୍ତି, କେୟାର ହସ୍ପିଟାଲ ସବୁବେଳେ ରୋଗୀ ସେବାକୁ ପ୍ରାଥମିକତା ଦେଇଥାଏ। ଫଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହସ୍ପିଟାଲକୁ ୨ଟି ସମ୍ମାନ ନିଶ୍ଚିତ ଭାବେ ଆମକୁ ଆହୁରି ଭଲ କାମ କରିବା ପାଇଁ ପ୍ରେରଣା ଦେବ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦%ରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ

ଭୁବନେଶ୍ୱର,୧୬ା୧୧: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ଜେନା ମଙ୍ଗଳବାର...

ପିଛା ଛାଡ଼ୁନି ମାନ୍ଦାବସ୍ଥା; ଅଗଷ୍ଟରେ ଟାଟା ମୋଟର୍ସ ବିକ୍ରି ୩୨% ହ୍ରାସ

ନୂଆଦିଲ୍ଲୀ,୧୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥା ପିଛା ଛାଡ଼ୁନି। ଫଳସ୍ବରୂପ ଗାଡି ବିକ୍ରି କ୍ରମାଗତ ହ୍ରାସ ହୋଇଚାଲିଛି। ଅଗଷ୍ଟରେ ଟାଟା ମୋଟର୍ସର ବିଶ୍ୱ ସ୍ତରରେ ବିକ୍ରି ୩୨%...

ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ, ଜିଏସ୍‌ଟି ଦାୟୀ:ମନମୋହନ

ନୂଆଦିଲ୍ଲୀ,୧୩-୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣ ଓ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସ୍‌ଟି ଦାୟୀ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ...

ଭାରତର ଅଭିବୃଦ୍ଧି ୭.୧% ରହିବ:ୟୁଏନ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୩-୫: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଜିଡ଼ିପି ଅଭିବୃଦ୍ଧି ହାର ୭.୧% ରହିବ ବୋଲି ୟୁନାଇଟେଡ ନେସନ୍ସ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ନିବେଶ...

ଷ୍ଟକ ବଜାରରୁ ବିଦେଶୀ ନିବେଶକଙ୍କ ମୋହଭଙ୍ଗ

ନୂଆଦିଲ୍ଲୀ,୧୯-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଦେଶର ଆର୍ଥିକ ପ୍ରଗତିକୁ ଆହୁରି ଉଚ୍ଚକୁ ନେବେ ବୋଲି ବିଦେଶୀ ନିବେଶକଙ୍କ ଭରସା ଥିଲା। ଏହି...

ପୁଣି ଛଟେଇ କରିବ ମେଟା, ଏଥର ୧୦ ହଜାର କର୍ମଚାରୀ ହେବେ ବିଦା

ନୂଆଦିଲ୍ଲୀ,୧୪।୩: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ(ମେଟା.ଓ) ଆଉ ଏକ ପ୍ରମୁଖ ଛଟେଇ ଘୋଷଣା କରିଛି। ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ଚାରି ମାସ...

ରୁଷିଆରୁ ତେଲ ଆଣିବାକୁ ଭାରତୀୟ କମ୍ପାନୀ ଆଗ୍ରହୀ

ନୂଆଦିଲ୍ଲୀ,୧୮ା୩ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ରୁଷିଆରୁ ଅଶୋଧି ତୈଳ ଆମଦାନୀ ନେଇ ସୂଚନା ମିଳିବା ପରେ...

ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍‌ଘାଟିତ

ପାରଳାଖେମୁଣ୍ଡି,୨୧ା୩(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରବିବାର ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍‌ଘାଟିତ ହୋଇଯାଇଛି। ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ...

Advertisement
Archives

Model This Week