୬ ବର୍ଷ କାମ ନ କରି ମିଳିଲା ୩୬ ଲକ୍ଷ ଟଙ୍କା ଦରମା

ମାଡ୍ରିଡ୍‌: ସମସ୍ତେ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ବହୁ ଲୋକଙ୍କୁ ଭ୍ରମଣ ପାଇଁ ଛୁଟି ମିଳି ନ ଥାଏ। ସେହିପରି ଅଧିକ ଛୁଟି ନେଲେ ଦରମା କଟିଯିବାର ମଧ୍ୟ ଭୟ ରହିଥାଏ। ତେବେ ସ୍ପେନ୍‌ର କାଡିଜ୍‌ ସହରରୁ ଏକ ଅଜବ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ୬ ବର୍ଷ ଧରି ଅଫିସ୍‌କୁ ଆସି ନ ଥିଲେ ଏବଂ ଅଫିସ ସମ୍ବନ୍ଧିତ କୌଣସି ମଧ୍ୟ କାର୍ଯ୍ୟ କରି ନ ଥିଲେ। ଏହି ଅବଧି ମଧ୍ୟରେ ସେ ବହୁ ବୁଲାବୁଲି କରିବା ସହ ମଜା କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଏହି ୬ ବର୍ଷ ମଧ୍ୟରେ ପ୍ରତ୍ୟେକ ମାସ ପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଦରମା ମିଳୁଥିଲା।
କାଡିଜ୍‌ରେ ଥିବା ଏକ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀରେ ଗତ ୨୦ ବର୍ଷ ଧରି ଜୋଆକ୍ୱିନ୍‌ ଗାର୍ସିଆ ନାମକ ଜଣେ ବ୍ୟକ୍ତି କାର୍ଯ୍ୟ କରିଆସୁଥିଲେ। ତେବେ ୬ ବର୍ଷ ତଳେ ଦିନେ ସେ କାହାକୁ କିଛି ନ ଜଣାଇ ଆଉ ଅଫିସ ଆସି ନଥିଲେ। ଗାର୍ସିଆ ଚାକିରିରୁ ଇସ୍ତଫା ଦେଇ ନ ଥିଲେ କିମ୍ବା ଛୁଟି ଦରଖାସ୍ତ ମଧ୍ୟ ଦାଖଲ କରି ନ ଥିଲେ। ଗାର୍ସିଆ ଆସୁ ନ ଥିବା ନେଇ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଅଧିକାରୀମାନେ ମଧ୍ୟ ଜାଣିପାରି ନ ଥିଲେ। ତାଙ୍କୁ ନେଇ ଉକ୍ତ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀର ୨ଟି ବିଭାଗ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଅନ୍ୟ ବିଭାଗରେ ଗାର୍ସିଆ କାର୍ଯ୍ୟ କରୁଛନ୍ତି ବୋଲି ଉଭୟ ବିଭାଗର ଅଧିକାରୀମାନେ ଅନୁମାନ କରୁଥିଲେ। କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁ ଗାର୍ସିଆ ୬ ବର୍ଷ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ନ କରି ଦରମା ମଧ୍ୟ ପାଉଥିଲେ। ରିପୋର୍ଟ ଅନୁଯାୟୀ, ଏହି ୬ ବର୍ଷର ଅବଧି ମଧ୍ୟରେ ତାଙ୍କୁ ବାର୍ଷିକ ୪୧,୫୦୦ ଡଲାର (ପ୍ରାୟ ୩୬ ଲକ୍ଷ ଟଙ୍କା) ଦରମା ମିଳିଥିଲା। ଗାର୍ସିଆ ୨୦ ବର୍ଷ ଧରି ସମାନ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀରେ କାର୍ଯ୍ୟ କରୁଥିଲେ ସୁଦ୍ଧା କମ୍ପାନୀ ପକ୍ଷରୁ ତାଙ୍କୁ କୌଣସି ପୁରସ୍କାର ମିଳି ନ ଥିଲା। ତେଣୁ ଦୀର୍ଘଦିନର ବିଶ୍ୱସ୍ତତା ପାଇଁ ଉକ୍ତ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀ ଗାର୍ସିଆଙ୍କୁ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଥିଲା। ପୁରସ୍କାର ଦେବା ପାଇଁ ଗାର୍ସିଆଙ୍କୁ ଖୋଜା ଯାଇଥିବାବେଳେ ସେ ମିଳି ନ ଥିଲେ। ଏହା ଉପରେ ଅଧିକ ଯାଞ୍ଚ କରାଯିବା ପରେ ସେ ୬ ବର୍ଷ ଧରି ଅଫିସ ଆସୁ ନ ଥିବା ନେଇ ଜଣାପଡ଼ିଥିଲା। ଗାର୍ସିଆଙ୍କ ଓକିଲ କହିଛନ୍ତି, ଉକ୍ତ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀରେ କାମ କରୁଥିବା ସମୟରେ ତାଙ୍କୁ ହଇରାଣ କରାଯାଉଥିଲା। ସେଥିପାଇଁ ଗାର୍ସିଆ ଅଫିସ ଆସିବା ବନ୍ଦ କରି ଦେଇଥିଲେ। ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ଗାର୍ସିଆଙ୍କ ଉପରେ କୋର୍ଟ ୩୦ ହଜାର ଡଲାର ର ଜରିମାନା ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri