ସିପାହୀ ନିର୍ଯାତନା ଅଭିଯୋଗକୁ ଖଣ୍ଡନ, ୮ମ ବାଟାଲିୟନ କମାଣ୍ଡାଣ୍ଟ କହିଲେ ସମସ୍ତ କର୍ମଚାରୀଙ୍କୁ…

ଗଞ୍ଜାମ,୨୬ା୩(ବିଦ୍ୟାଧର ସାହୁ): ଛତ୍ରପୁର ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟଙ୍କ ସମେତ କିଛି କର୍ମଚାରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସିପାହୀ। ଏନେଇ ସେ ସୋସାଆଲ ମିଡିଆ ମାଧ୍ୟମରେ ନିଜର ଏକ ଭିଡିଓ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଓ ଆଡିଶନାଲ ଡିଜିଙ୍କୁ ନ୍ୟାୟ ନେଇ ଅନୁରୋଧ କରିଥିବା ଭିଡିଓରୁ ଜଣାପଡ଼ିଛି। ଅଭିଯୋଗ ଆଣିଥିବା ସିପାହୀ ହେଲେ ଅଷ୍ଟମ ବାଟାଲିୟନର ସିପାହୀ ୪୧୬ କୃଷ୍ଣଚନ୍ଦ୍ର ପାତ୍ର । ତାଙ୍କୁ ବାଟାଲିୟନରେ ବହୁତ ହଇରାଣ କରାଯିବା ସହ ମେଣ୍ଟାଲ ହାରାସମେଣ୍ଟ କରାଯାଉଛି ବୋଲି ଏକ ଭିଡିଓ ବାର୍ତା ସୋସିଆଲ ମିଡିଆରେ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଛୁଟି ମିଳୁନି କିମ୍ବା ଛୁଟି ପାଇଁ ଟଙ୍କା ମଗାଯାଉଛି ବୋଲି ଅଭିଯୋଗ ହୋଇଛି l ଏଥିରେ କିଛି କର୍ମଚାରୀ ବି ସାମିଲ ଥିବା ସିପାହୀ ଜଣକ ଅଭିଯୋଗ କରିଛନ୍ତି। ମୋର ଯଦି ମୃତ୍ୟୁ ହୁଏ କି ଆତ୍ମହତ୍ୟା କରେ ସେଥିପାଇଁ କମାଣ୍ଡାଣ୍ଟ ଏବଂ ଅନ୍ୟ କିଛି କର୍ମଚାରୀ ଦାୟୀ ରହିବେ ବୋଲି ଭିଡିଓ ମାଧ୍ୟମରେ ଅବଗତ କରାଇଛନ୍ତି।

ଏନେଇ ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାସଙ୍କୁ ପଚାରିବାରେ ଡ୍ୟୁଟିରେ ଅବହେଳା କରିଥିବା, ବାଟାଲିୟନ ପରିସରରେ ଅସଭ୍ୟ ବ୍ୟବହାର ପାଇଁ ତାଙ୍କୁ ନିଳମ୍ବନ କରାଯାଇଛି ବୋଲି କହିଥିଲେ। ସେ ଯେଉଁ ଭିଡିଓ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଥିଲେ। ଏଥିରେ କୌଣସି ସତ୍ୟତା ନାହିଁ। ସମସ୍ତ କର୍ମଚାରୀଙ୍କୁ ଅବଶ୍ୟକ ଅନୁସାରେ ଛୁଟି ଦିଆଯାଉଛି ବୋଲି କହିଥିଲେ। ଏପରିକି ୮ମ ବାଟାଲିୟନ ସିପାହୀ ସଂଘର ସଭାପତି ମଧ୍ୟ ଯଶୋବନ୍ତ ସ୍ବାଇଁ ମଧ୍ୟ ଘଟଣାକୁ ଖଣ୍ଡନ କରିଛନ୍ତି। ଏହି ଭିଡିଓରେ କୌଣସି ସତ୍ୟାତା ନାହିଁ। ସିଏ ଯାହା କହୁଛନ୍ତି ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ଅଟେ ବୋଲି କହିଥିଲେ। ଏନେଇ ଅଭିଯୋଗ କରିଥିବା ସିପାହୀଙ୍କ ଉକ୍ତ ଅଷ୍ଟମ ବାଟାଲିୟନରେ କାର୍ଯ୍ୟରତ ନିଜ ଭାଇ ସରୋଜ କୁମାର ପାତ୍ର ମଧ୍ୟ ଘଟଣାରେ ସତ୍ୟତା ନ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri