ତେହେରାନ୍,୨୩।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ବଡ଼ କୂଟନୈତିକ ସଫଳତା ହାସଲ କରିପାରିଛି। ଇରାନ ଏଲପିଜି ବୋଝେଇ ୨ଟି ଭାରତୀୟ ଟ୍ୟାଙ୍କରକୁ ଷ୍ଟ୍ରେଟ ଅଫ୍ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ମିଳିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ(IRGC) ଭାରତୀୟ ଏଲପିଜି ଟ୍ୟାଙ୍କର୍ ‘ଜଗ ବସନ୍ତ’ ଏବଂ ’ପାଇନ ଗ୍ୟାସ’କୁ ଷ୍ଟ୍ରେଟ ଅଫ୍ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦେଇଛି।
ଦୁଇଟି ଏଲପିଜି ଜାହାଜ ସୋମବାର ଇରାନର ଲାରାକ ଏବଂ କ୍ୱେଶ୍ମ ଦ୍ୱୀପପୁଞ୍ଜ ନିକଟରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ପରସ୍ପର ନିକଟତର ହୋଇ ଯାଉଥିବା ଦୁଇଟି ଜାହାଜ ଷ୍ଟ୍ରେଟ ଅଫ୍ ହର୍ମୁଜରେ ପହଞ୍ଚିବା ପରେ, ସେମାନେ ଇରାନୀ କର୍ତ୍ତୃପକ୍ଷଙ୍କୁ ସଙ୍କେତ ଦେଇଥିଲେ। ପରେ ପର୍ଯ୍ୟାୟ କ୍ରମେ ୨ ଏଲପିଜି ଟ୍ୟାଙ୍କର୍ ଷ୍ଟ୍ରେଟ ଅଫ୍ ହର୍ମୁଜ ଅତିକ୍ରମ କରିଥିବା ସୂଚନା ମିଳିଛି।

