୧୦.୯% ଖସିପାରେ ରିୟଲ ଜିଡିପି

ନୂଆଦିଲ୍ଲୀ,୨।୯: ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)୨୩.୯% ଖସିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ୧୦.୯% ଖସିପାରେ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଏହାର ଇକୋରାପ୍‌ ରିପୋର୍ଟରେ ପ୍ରକାଶ କରିଛି। ଚଳିତ ଆର୍ଥତ୍କ ବର୍ଷ ଦେଶର ଜିଡିପି -୬.୮% ଖସିବା ନେଇ ଏହା ପୂର୍ବରୁ ଆକଳନ କରିଥିଲା। ଚଳିତ ବର୍ଷ ଜାନୁୟାରୀ-ମାର୍ଚ୍ଚ ସମୟରେ ଜିଡିପି ୩.୧% ଅଭିବୃଦ୍ଧି ହୋଇଥିଲା। ସେହିଭଳି ଗତବର୍ଷ ଏହି ଅବଧିରେ ଅଭିବୃଦ୍ଧି ୫.୨% ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ସାରା ଜିଡିପି ଖସିବା ନେଇ ବ୍ୟାଙ୍କ ଏହାର ରିପୋର୍ଟରେ ପ୍ରକାଶ କରିଛି। ଅଭିବୃଦ୍ଧି ନକରାତ୍ମକ ରହିବା ସହ -୧୦.୯% ରହିବ ବୋଲି ଏହା ଆଶଙ୍କା ପ୍ରକଟ କରିଛି। ଦ୍ୱିତୀୟ ତ୍ରୈମାସରେ ଜିଡିପି -୧୨ରୁ -୧୫%, ତୃତୀୟ ତ୍ରୈମାସରେ -୫ରୁ ୧୦% ଏବଂ ଚତୁର୍ଥ ତ୍ରୈମାସରେ ଏହା -୨ରୁ -୫% ଖସିବା ନେଇ ଆକଳନ କରାଯାଇଛି। କୋଭିଡ୍‌ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଲଗାତର ଖସୁଛି। କରୋନାକୁ ନିୟନ୍ତ୍ରଣ କରିବା ଲାଗି ସରକାର ଲାଗୁ କରିଥିବା ଲକ୍‌ଡାଉନ କାରଣରୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ଫଳରେ ଅର୍ଥ ବ୍ୟବସ୍ଥା ୨୩.୯% ଖସିଛି। ଏହା ଗତ ୪ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ କ୍ଷତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ବ୍ୟାଙ୍କରେ ୨୧୩ କୋଟି ୧୯ ଲକ୍ଷର ସେୟାର, ବିଜୟ ଥାଲାପଥିଙ୍କ ସମ୍ପତ୍ତି ଜାଣିଲେ କାବା ହୋଇଯିବେ…

ନୂଆଦିଲ୍‌ଲୀ,୫।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ୱାଚନରେ ଟିଭିକେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବା ସହିତ, ସମସ୍ତଙ୍କ ନଜର ଏହାର ପ୍ରତିଷ୍ଠାତା ଏବଂ ମୁଖ୍ୟ ସି.…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ

ମୁମ୍ବାଇ,୫।୫: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ସୋମବାର ୩୯ ପଇସା ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଛି। ୧ ଡଲାର ମୂଲ୍ୟ ସୋମବାର…

ଅନ୍ତଃବସ୍ତ୍ର ବିକି କୋଟିପତି, ୧୭୦୦କୋଟିର ମାଲିକ ଦୀନଦୟାଲଙ୍କ ମୃତ୍ୟୁ

ନୂଆଦିଲ୍‌ଲୀ,୩।୫: ‘ଡଲାର ଇଣ୍ଡଷ୍ଟ୍ରିଜ’ର ପ୍ରତିଷ୍ଠାତା ଦୀନଦୟାଲ ଗୁପ୍ତା। ସଲମାନ ଖାନଙ୍କଠାରୁ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନ ଏବଂ ୟାମୀ ଗୌତମଙ୍କଠାରୁ ଚିତ୍ରାଙ୍ଗଦା ସିଂହ ପର୍ଯ୍ୟନ୍ତ…

ପେଟ୍ରୋଲ-ଡିଜେଲ ଦାମ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌: ଏତେ ଟଙ୍କା ମହଙ୍ଗା ହୋଇଯିବ…

ନୂଆଦିଲ୍ଲୀ,୨।୫: ମେ ମାସ ମୁଦ୍ରାସ୍ଫୀତି କ୍ଷେତ୍ରରେ ଜନସାଧାରଣଙ୍କୁ ଚକିତ କରିପାରେ। ଏହା ୧ ମେ’ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା।…

ନିୟନ୍ତ୍ରଣ ବାହାରେ ରନ୍ଧନ ଗ୍ୟାସ ଦର: ଏତିକି ଟଙ୍କା ମହଙ୍ଗା ହୋଇଯିବ ଘରୋଇ ସିଲିଣ୍ଡର, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨।୫: ରୋଷେଇ ଘରେ ଚୁଲା ଜାଳିବା ଆହୁରି ମହଙ୍ଗା ହେବାକୁ ଯାଉଛି। ଯଦି ଆପଣ ଏହା ଜାଣିନାହାଁନ୍ତି, ତେବେ ସତର୍କ ରୁହନ୍ତୁ। ସରକାର ଏପରି ସଙ୍କେତ ଦେଉଛନ୍ତି…

ମଇ ଆରମ୍ଭରୁ ଫୋନ୍‌ ଦାମ୍‌ ବଢ଼ାଇଲେ ଏହି ୩ କମ୍ପାନୀ, ଗ୍ରାହକଙ୍କ ପକେଟରେ ଚାବୁକ୍‌; ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୫:ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ଏବେ ଅଧିକ ଚାପ ପଡ଼ିପାରେ। Nothing, Realme ଏବଂ OnePlus…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri