ଦାଦନ ଖଟି ଯିବାକୁ ସଜବାଜ

ମହାକାଳପଡ଼ା,୨୬।୨(ଡି.ଏନ.ଏ.): ମୁଣ୍ଡଝାଳ ତୁଣ୍ଡରେ ମାରି ଶ୍ରମିକମାନେ ଗାଁ ରାସ୍ତାରେ ମାଟି କାମ କରିଥିଲେ ମଧ୍ୟ ୧ ମାସ ପରେ ବି ମଜୁରୀ ପାଇ ନାହାନ୍ତି। ଏଥିପାଇଁ ସେମାନଙ୍କ ପରିବାର ଆର୍ଥିକ ଅଟନଟ ମଧ୍ୟରେ ଦିନ କାଟୁଛନ୍ତି ା ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ପାଖରେ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ଲାଭ ହେଉନାହିଁ ବୋଲି ୫୫ ଜଣ ଶ୍ରମିକ ଅଭିଯୋଗ କରିଛନ୍ତି ା ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରମିକମାନେ କହିଛନ୍ତି ା
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାଶି ପଞ୍ଚାୟତର ଓଁକାର ମନ୍ଦିରଠାରୁ ନଦୀତଟ ବନ୍ଧ ବିଭାଗ ଘେରି ସେକେଣ୍ଡକ୍ରିକ୍‌ ପର୍ଯ୍ୟନ୍ତ ୫ କିମି ମାଟି ରାସ୍ତା ନିର୍ମାଣ ହୋଇଛି। ଏଥିପାଇଁ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଜିଏସ୍‌)ରେ ଏହି ମାଟି ବନ୍ଧ କାମ ହୋଇଥିଲା। ନିର୍ମାଣ ଶେଷ ହୋଇ ଥିଲେ ମଧ୍ୟ ଶ୍ରମିକମାନେ ମଜୁରୀ ପାଇ ନାହାନ୍ତି ା ଖରିନାସୀ ଗାଁର ବହୁ ଶ୍ରମିକ ଦୁର୍ଦ୍ଦିନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ସପନ ମଣ୍ଡଳ, ଆରତୀ ଜେନା, ଦୀପକ ସରକାର, ଲକ୍ଷ୍ମଣ ଭୂୟାଁ, ପ୍ରଭାସ ବୀର, ସରସ୍ବତୀ ବୀର, ଅଶାଲତା ମାଇତି, ଶକ୍ତିପଦ ମଣ୍ଡଳ, ସରସ୍ବତୀ ମାଇତି, ପାର୍ବତୀ ମାଝି, କାଜଲ ମାଝି ପ୍ରମୁଖ ୫୫ଜଣ ୪ ସପ୍ତାହରୁ ଊର୍ଦ୍ଧ୍ୱ ଦିନ କାମ କରିଥିଲେ ା ଆଶା ଥିଲା ମଜୁରୀ ପାଇଲେ ପରିବାର ଚଳାଇବେ ା ହେଲେ ଇତିମଧ୍ୟରେ ୧ ମାସ ବିତିଥିଲେ ମଧ୍ୟ ସେମାନଙ୍କୁ ମଜୁରୀ ମିଳି ନାହିଁ ା ଏଥିପାଇଁ ସେହି ଶ୍ରମିକମାନେ ଦୁଃଖକଷ୍ଟରେ ଗାଁରେ ରହି ପରିବାର ଚଳାଇବା ସମ୍ଭବ ହେବ ନାହିଁ ବୋଲି ଚିନ୍ତା କରିଛନ୍ତି ା ବାଧ୍ୟ ହୋଇ ସେମାନେ ଦାଦନ ଖଟିବାକୁ ଯିବେ ବୋଲି କହିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ କାହିଁକି ଏହି ଶ୍ରମିକମାନଙ୍କୁ ମଜୁରୀ ମିଳୁନି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି ା
ଏହି ଶ୍ରମିକମାନେ ଅଣ ସଙ୍ଗଠିତ। ସରକାରଙ୍କ ପଞ୍ଜୀକୃତ ତାଲିକାରେ ସେମାନଙ୍କ ନାମ ନାହିଁ ା ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଏହି ଅଞ୍ଚଳର ବହୁ ଶ୍ରମିକ ପରିବାର ଆର୍ଥିକ ସ୍ଥିତି ଦୁର୍ବଳା ସେଥିପାଇଁ ସେମାନେ ଗାଁ ଛାଡ଼ି ରାଜ୍ୟ ବାହାରକୁ ଯିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ା ଗାଁରେ କାମ କଲେ ମଧ୍ୟ ଠିକ୍‌ ସମୟରେ ମଜୁରୀ ମିଳୁନାହିଁ। ଏହାକୁ ନେଇ ଶ୍ରମିକମାନେ କ୍ଷୋଭ ପ୍ରକାଶ କରିବା ସହିତ ଆଉ କାମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ଦାସ କହିଛନ୍ତି, ୨ମାସ ହେଲା ପେମେଣ୍ଟ ଆସିନାହିଁ। ବ୍ୟାଙ୍କରେ ଶ୍ରମିକମାନଙ୍କ ଆଧାର ଲିଙ୍କ ପରେ ପେମେଣ୍ଟ ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri