ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ରାଉରକେଲା,୧୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବିଶ୍ରା ଅଞ୍ଚଳର ସରକାରୀ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ପିଲାମାନଙ୍କୁ ଏଯାଏ ଆବଶ୍ୟକ ପାଠ୍ୟପୁସ୍ତକ ମିଳିନାହିଁ। ପ୍ରଥମ, ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ହସ ଖେଳ ପ୍ରଥମ ଭାଗ, ଓଡିଆ କାର୍ଯ୍ୟ ପୁସ୍ତିକା, ଗଣିତ କାର୍ଯ୍ୟ ପୁସ୍ତିକା, ଭାଷା କାର୍ଯ୍ୟ ପୁସ୍ତିକା ଓ ୭ମ ଶ୍ରେଣୀ ପିଲାଙ୍କୁ ସାମାଜିକ ବିଜ୍ଞାନ ବହି ମିଳି ନ ଥିବାରୁ ସେମାନଙ୍କ ପଢାରେ ଅସୁବିଧା ହେଉଛି। ଗୋଟିଏ ପଟେ ସରକାରୀ ସ୍କୁଲରେ ବିଦ୍ୟାର୍ଥୀମାନଙ୍କ ଉପସ୍ଥାନ ହାର ବୃଦ୍ଧି କରିବା ପାଇଁ ୫-ଟି ଜରିଆରେ ସରକାରୀ ସ୍କୁଲ ସ୍ମାର୍ଟ ସ୍କୁଲରେ ରୂପାନ୍ତର ହେଉଛି। ମାଗଣା ପୋଷାକ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ମାତ୍ର ଠିକ୍‌ ସମୟରେ ଗରିବ ପିଲାମାନଙ୍କୁ ବହି ମିଳୁନାହିଁ।
ରାଉରକେଲା ବିଶ୍ରା ଶିକ୍ଷା ଅଞ୍ଚଳରେ ମୋଟ ୩୧୭ଟି ସରକାରୀ ଓ ବେସରକାରୀ ସ୍କୁଲ ରହିଛି। ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୪ ହଜାର ପିଲା ଅଧ୍ୟୟନ କରୁଛନ୍ତି। ସରକାର ସେମାନଙ୍କୁ ସମସ୍ତ ପାଠ୍ୟ ପୁସ୍ତକ ମାଗଣାରେ ପ୍ରଦାନ କରୁଛନ୍ତି। ୭ମ ଶ୍ରେଣୀ ପିଲାଙ୍କ ପାଇଁ ସାମାଜିକ ବିଜ୍ଞାନ ଏକ ପ୍ରମୁଖ ପାଠ୍ୟକ୍ରମ ରହିଥିବା ବେଳେ ସେମାନଙ୍କୁ ଏଯାଏ ବହି ମିଳିନାହିଁ। ଅନ୍ୟପଟେ ୧ମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ହସଖେଳ-୨ୟ ଭାଗ ପ୍ରଦାନ କରାଯାଇଥିବା ବେଳେ ପ୍ରଥମ ଭାଗ ମିଲିନାହିଁ। ଫଳରେ ପିଲାମାନେ ପ୍ରଥମ ଭାଗର ପାଠ୍ୟକ୍ରମ ପରିବର୍ତ୍ତେ ଦ୍ୱିତୀୟ ଭାଗ ପାଠ ପଢୁଛନ୍ତି। ଏହାକୁ ନେଇ ଅଭିଭାବକକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ରାଉରକେଲା ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ମୁ କିଛିଦିନ ହେଲା ଦାୟିତ୍ୱ ଗ୍ରହଣ କରିଛି। ମୋ ଜାଣିବାରେ ଏଯାଏ ବିଶ୍ରା ଶିକ୍ଷାଞ୍ଚଳ ସରକାରୀ ସ୍କୁଲମାନଙ୍କରେ ୭ମ ଶ୍ରେଣୀ ପିଲାଙ୍କୁ ସାମାଜିକ ବିଜ୍ଞାନ ବହି ଦିଆଯାଇନାହିଁ। ୧ମ ଓ ୨ୟ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକ ବିଷୟରେ ସେ ଜାଣି ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri