ପଣକିଆ ପାଠକର

ପିଲାମାନେ ଏବେ ନିଜ ଆଙ୍ଗୁଠି ସ୍ପର୍ଶରେ ପର୍ବତ, ସମୁଦ୍ର, ଯୁଦ୍ଧ, ମହାମାରୀ, ପର୍ବପର୍ବାଣି ଏବଂ ଯାନିଯାତ୍ରା ସବୁକିଛି ଦେଖିପାରୁଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ସେମାନେ କ’ଣ ପ୍ରକୃତରେ ଏହି ଦୁନିଆକୁ ବୁଝିପାରୁଛନ୍ତି ନା କେବଳ ଅବଲୋକନ କରୁଛନ୍ତି? ଏହି ପ୍ରଶ୍ନ ମଧ୍ୟରେ ଦୁଇଟି ନୂତନ ଅଭ୍ୟାସ ଦେଖାଯାଏ। ବିଛଣା ଛାଡ଼ିବାରେ ବିଳମ୍ବ ଏବଂ ସ୍କ୍ରୋଲିଂ ସଂସ୍କୃତି। ବିଶେଷଜ୍ଞଙ୍କ ମତରେ, ଯେତେବେଳେ ବିଛଣା ଶୋଇବା ପରିବର୍ତ୍ତେ ଜାଗ୍ରତ ରହିବା ଏବଂ ସ୍କ୍ରିନ୍‌ ଦେଖିବାର କେନ୍ଦ୍ର ହୋଇଯାଏ, ସେତେବେଳେ ମସ୍ତିଷ୍କ ସ୍ପଷ୍ଟ ସଙ୍କେତ ହରାଇଥାଏ। ଏହା ସିଧାସଳଖ ନିଦ ଗୁଣବତ୍ତା ଏବଂ ସ୍ମୃତି ଗଠନକୁ ପ୍ରଭାବିତ କରେ।
ଏହି ପରିସ୍ଥିତି ପିଲାଙ୍କ ମଧ୍ୟରେ ଅଧିକ ସମ୍ବେଦନଶୀଳ, ଯେଉଁମାନଙ୍କର ମସ୍ତିଷ୍କ ଏପର୍ଯ୍ୟନ୍ତ ବିକାଶଶୀଳ ଅବସ୍ଥାରେ। ମସ୍ତିଷ୍କ ଆଖି ମାଧ୍ୟମରେ ଆକୃତି, ରଙ୍ଗ, ଦୂରତା, ଦିଗ ଏବଂ ଗତିକୁ ଅନୁଭବ କରିବାର କ୍ଷମତା ରଖେ ଯାହାକୁ ଦୃଶ୍ୟ ପ୍ରକ୍ରିୟାକରଣ କୁହାଯାଏ । ଏହି କ୍ଷମତାଗୁଡ଼ିକ କେବଳ ପୁସ୍ତକ କିମ୍ବା ସ୍କ୍ରିନ୍‌ ମାଧ୍ୟମରେ ନୁହେଁ, ବରଂ ବାସ୍ତବ ଦୁନିଆର ଅଭିଜ୍ଞତା ମାଧ୍ୟମରେ ବିକଶିତ ହୁଏ। ଯେପରିକି ବାହାର ସ୍ଥାନ, ଖେଳକୁଦ , ଦୌଡ଼ିବା, ଅନ୍ୟ ସହ ବାର୍ତ୍ତାଳାପ ଏବଂ ଯେକୌଣସି ବସ୍ତୁ ସ୍ପର୍ଶକାତର ଧାରଣା। ବିଛଣାରେ ସ୍କ୍ରିନ୍‌କୁ ନିରନ୍ତର ଚାହିଁ ରହିବା ଅଭିଜ୍ଞତାକୁ ସଙ୍କୁଚିତ କରେ। ନ୍ୟୁରୋସାଇନ୍ସ ଗବେଷଣା ସୂଚାଇଦିଏ ଯେ ଏପରି ଏକକାଳୀନ ଦୃଶ୍ୟ ଅଭିଜ୍ଞତା ମସ୍ତିଷ୍କର ଏକାଗ୍ରତା ଏବଂ ଦକ୍ଷତାକୁ ଦୁର୍ବଳ କରିପାରେ। ଏହା ଶିକ୍ଷା ଏବଂ ବୋଧଗମ୍ୟତାକୁ ପ୍ରଭାବିତକରେ। ସୋସିଆଲ ମିଡିଆରେ ନକାରାତ୍ମକ, ଭୟଙ୍କର ଏବଂ କଷ୍ଟଦାୟକ ସୂଚନାର ଦର୍ଶନ ପିଲାଙ୍କ ମସ୍ତିଷ୍କ ବିକାଶ ସୀମିତ କରେ। ଅନ୍ତର୍ଜାତୀୟ ଅଧ୍ୟୟନ ଅନୁସାରେ ଏହି ଅଭ୍ୟାସ ଚିନ୍ତା, ଅବସାଦ ଏବଂ ମାନସିକ ଥକ୍କାପଣ ବୃଦ୍ଧିକରେ। ସମସ୍ୟା ହେଉଛି ଯେ ଅଧିକାଂଶ ଡିଜିଟାଲ ପ୍ଲାଟ୍‌ଫର୍ମ ପିଲାଙ୍କୁ ନିଷ୍ପତ୍ତି ନେବା ପରିବର୍ତ୍ତେ ସ୍କ୍ରୋଲିଂ କରିବା ପାଇଁ ଡିଜାଇନ କରାଯାଇଛି।
ସମୟ ଥିଲା ଯେତେବେଳେ ପରିବାରର ବୟସ୍କମାନେ ପିଲାଙ୍କୁ ଆକସ୍ମିକ ଭାବରେ କୁହନ୍ତି,ପଣକିଆ ପାଠକର। ଏହା କେବଳ ଏକ ଗଣିତ ବ୍ୟାୟାମ ନ ଥିଲା, ବରଂ ପିଲାର ମାନସିକ ଚପଳତା ପରୀକ୍ଷା କରିବାର ଏକ ଉପାୟ ଥିଲା। ବୈଜ୍ଞାନିକ ଦୃଷ୍ଟିରୁ, ଗୁଣନ ସାରଣୀ ମନେରଖିବା ଦ୍ୱାରା ମସ୍ତିଷ୍କର ସ୍ମୃତିଶକ୍ତି, ଦୃଶ୍ୟଶକ୍ତି ସକ୍ରିୟ ହୁଏ। ପିଲାକୁ ସଂଖ୍ୟାଗୁଡ଼ିକର ଏକ ଦୃଶ୍ୟ ପ୍ରତିଛବି ତିଆରିକରି କ୍ରମ ମନେରଖି ଏବଂ ବିରତି ବିନା ଠିକ୍‌ ଉତ୍ତର ଦେବାକୁ ହୁଏ। ନ୍ୟୁରୋସାଇନ୍ସ ପରାମର୍ଶ ଦିଏ ଯେ ଏପରି କାର୍ଯ୍ୟକଳାପ ଧ୍ୟାନ ଏବଂ ସ୍ମୃତି ପାଇଁ ଦାୟୀ ମସ୍ତିଷ୍କର ନିର୍ଦ୍ଦିଷ୍ଟ ଅଂଶଗୁଡ଼ିକୁ ସକ୍ରିୟକରେ। ହେଲେ ବର୍ତ୍ତମାନ ଉତ୍ତରଗୁଡ଼ିକ ସ୍କ୍ରିନ୍‌ରେ ସହଜରେ ଉପଲବ୍ଧ ହୁଏ। ଫଳସ୍ବରୂପ ମସ୍ତିଷ୍କରେ ଆବଶ୍ୟକ ବ୍ୟାୟାମର ଅଭାବ ରହିଥାଏ। ବିଶ୍ୱର ଅନେକ ଦେଶ ଏହି ପରିବର୍ତ୍ତିତ ପରିସ୍ଥିତିକୁ ଗମ୍ଭୀରତାର ସହ ନେଇଛନ୍ତି। ଫ୍ରାନ୍ସ, ଡେନ୍‌ମାର୍କ ଏବଂ ନରୱେ ଭଳି ଦେଶରେ ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଠୋର ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରାଯାଇଛି। ଅଷ୍ଟ୍ରେଲିଆରେ ଷୋହଳ ବର୍ଷରୁ କମ୍‌ ବୟସର ପିଲାଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାରୁ ନିଷେଧ କରାଯାଇଛି। ଅନେକ ୟୁରୋପୀୟ ସ୍କୁଲରେ ଡିଜିଟାଲ ପ୍ରଯୁକ୍ତିର ସନ୍ତୁଳିତ ବ୍ୟବହାରକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି, ଯାହାଦ୍ୱାରା ପିଲାମାନେ ପ୍ରଯୁକ୍ତିବିଦ୍ୟା ଉପଯୁକ୍ତ ବ୍ୟବହାର କରିବା ଶିଖନ୍ତି ଏବଂ ଏହାର ଦାସ ହୋଇ ନ ଥାନ୍ତି। ହେଲେ ଭାରତରେ ଡିଜିଟାଲ ଉପକରଣଗୁଡ଼ିକୁ ଶିକ୍ଷା ଏବଂ ସୁଯୋଗର ଏକ ଉତ୍ସ ଭାବରେ ଦେଖାଯାଏ। ସହରାଞ୍ଚଳ ଘରଗୁଡ଼ିକରେ ମୋବାଇଲ ଫୋନ୍‌ ପିଲାଙ୍କ ଖେଳପଡ଼ିଆ ପାଲଟିଛି। ଛୋଟ ସହର ଏବଂ ଗାଁଗୁଡ଼ିକରେ ମଧ୍ୟ ଏହି ଧାରା ବୃଦ୍ଧିପାଉଛି। ଫଳସ୍ବରୂପ ପିଲାଙ୍କର ଦୃଶ୍ୟ ଜଗତ ସୀମିତ ହୋଇଯାଉଛି। ଏହା ଉପରେ ଗୁରୁତ୍ୱାରୋପ କରିବା ଦରକାର ଯେ ସମସ୍ୟା ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ଏହାର ଅସନ୍ତୁଳିତ ବ୍ୟବହାର। ସ୍କ୍ରିନ୍‌ ଶତ୍ରୁ ନୁହେଁ କିମ୍ବା ସମାଧାନ ନୁହେଁ ;କବଳ ଏକ ମାଧ୍ୟମ। ପ୍ରଶ୍ନ ହେଉଛି ପିଲାମାନେ ସ୍କ୍ରିନ୍‌ ବାହାରେ ଖେଳିବା ଏବଂ ଚିନ୍ତାକରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଉଛନ୍ତି କି? ଯଦି ନୁହେଁ, ତେବେ ସେମାନଙ୍କର ସ୍ମୃତି ଏବଂ ବୁଝାମଣା ଅସମ୍ପୂର୍ଣ୍ଣ ରହିବ। ପ୍ରତ୍ୟେକ ଘରେ ଏହା ସ୍ପଷ୍ଟହେବା ଉଚିତ ଯେ ବିଛଣା ଶୋଇବା ପାଇଁ ଏକ ସ୍ଥାନ, ଦିନର କାର୍ଯ୍ୟକଳାପର କେନ୍ଦ୍ର ନୁହେଁ। ପିଲାମାନଙ୍କ ସହ ବିଷୟବସ୍ତୁ ବାଛିବା ଏବଂ ସେମାନଙ୍କର ଡିଜିଟାଲ ଅଭିଜ୍ଞତା ବିଷୟରେ ଆଲୋଚନା କରିବା ଜରୁରୀ। ସ୍କୁଲଗୁଡ଼ିକୁ ମଧ୍ୟ ସେମାନଙ୍କର ଭୂମିକା ପୁନର୍ବିଚାର କରିବାକୁ ପଡ଼ିବ। ଡିଜିଟାଲ ସାକ୍ଷରତା କେବଳ ପ୍ରଯୁକ୍ତିବିଦ୍ୟା ବ୍ୟବହାର ନୁହେଁ ବରଂ ଏଥିରେ ପରିବେଷିତ ବିଷୟବସ୍ତୁ ପିଲାମାନଙ୍କ ମନକୁ କିପରି ପ୍ରଭାବିତକରେ ତାହା ବୁଝିବା ଜରୁରୀ।

ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼, ମୋ: ୯୪୩୭୬୪୨୯୪୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା...

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

ଗୋ ମାଫିଆଙ୍କ ଘରେ ରେଡ୍‌: ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଜବତ

ପାଟଣା,୧୭।୧(ବୀର କିଶୋର ଦାଶ): କେନ୍ଦୁଝର ପୋଲିସରର ଏକାଧିକ ଦଳ ଶନିବାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନ ଉପରେ ସମନ୍ବିତ ଚଢାଉ କରିଛନ୍ତିି ।...

ସୁନାଥାଳିରେ ଖାଇବେ! ୨୯ରୁ ୩୧ ଭିତରେ ଧନୀ ହେବେ ୩ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

ଇରାନର ଏକ ବଡ଼ ନିଷ୍ପତ୍ତିକୁ ନେଇ କୃତଜ୍ଞତା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଜାନୁଆରୀ ୧୬) ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ଇରାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ...

କିଏ ହେବେ ମୁମ୍ବାଇର ପରବର୍ତ୍ତି ମେୟର? ରେସରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୭।୧: ମୁମ୍ବାଇ ନଗର ନିଗମ ନିର୍ବାଚନରେ ଭାଜପା ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ମୁମ୍ବାଇରେ ଶିବସେନାର ପ୍ରାୟ ତିନି ଦଶନ୍ଧି ଧରି ରହିଥିବା...

ମୃତବ୍ୟକ୍ତିଙ୍କ ନାଁରେ ଉଠାଯାଉଛି ଟଙ୍କା: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୭ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ରତାଖଣ୍ଡି ପଞ୍ଚାୟତ ଅଧୀନ ରତାଖଣ୍ଡି ଗ୍ରାମର ରାଉତ ବରିହାଙ୍କ ଗତ ଜୁଲାଇରେ ମୃତ୍ୟୁ ଘଟିଛି। କିନ୍ତୁ ପଞ୍ଚାୟତ ପକ୍ଷରୁ...

କଳିଯୁଗରେ ରାହୁଙ୍କ ରାଜ୍‌, ୪ରାଶିଙ୍କୁ ମିଳିବ ଜବରଦସ୍ତ ଲାଭ…

ପ୍ରାଚୀନ ଶାସ୍ତ୍ରଗୁଡ଼ିକରେ ମୋଟ ଚାରୋଟି ଯୁଗର ଉଲ୍ଲେଖ ଅଛି, ଯେଉଁଥିରୁ ଗୋଟିଏ ହେଉଛି କଳିଯୁଗ (କଳିଯୁଗ)। ସତ୍ୟ ଯୁଗ, ତ୍ରେତୟା ଯୁଗ ଏବଂ ଦ୍ୱାପର ଯୁଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri