ପଣକିଆ ପାଠକର

ପିଲାମାନେ ଏବେ ନିଜ ଆଙ୍ଗୁଠି ସ୍ପର୍ଶରେ ପର୍ବତ, ସମୁଦ୍ର, ଯୁଦ୍ଧ, ମହାମାରୀ, ପର୍ବପର୍ବାଣି ଏବଂ ଯାନିଯାତ୍ରା ସବୁକିଛି ଦେଖିପାରୁଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ସେମାନେ କ’ଣ ପ୍ରକୃତରେ ଏହି ଦୁନିଆକୁ ବୁଝିପାରୁଛନ୍ତି ନା କେବଳ ଅବଲୋକନ କରୁଛନ୍ତି? ଏହି ପ୍ରଶ୍ନ ମଧ୍ୟରେ ଦୁଇଟି ନୂତନ ଅଭ୍ୟାସ ଦେଖାଯାଏ। ବିଛଣା ଛାଡ଼ିବାରେ ବିଳମ୍ବ ଏବଂ ସ୍କ୍ରୋଲିଂ ସଂସ୍କୃତି। ବିଶେଷଜ୍ଞଙ୍କ ମତରେ, ଯେତେବେଳେ ବିଛଣା ଶୋଇବା ପରିବର୍ତ୍ତେ ଜାଗ୍ରତ ରହିବା ଏବଂ ସ୍କ୍ରିନ୍‌ ଦେଖିବାର କେନ୍ଦ୍ର ହୋଇଯାଏ, ସେତେବେଳେ ମସ୍ତିଷ୍କ ସ୍ପଷ୍ଟ ସଙ୍କେତ ହରାଇଥାଏ। ଏହା ସିଧାସଳଖ ନିଦ ଗୁଣବତ୍ତା ଏବଂ ସ୍ମୃତି ଗଠନକୁ ପ୍ରଭାବିତ କରେ।
ଏହି ପରିସ୍ଥିତି ପିଲାଙ୍କ ମଧ୍ୟରେ ଅଧିକ ସମ୍ବେଦନଶୀଳ, ଯେଉଁମାନଙ୍କର ମସ୍ତିଷ୍କ ଏପର୍ଯ୍ୟନ୍ତ ବିକାଶଶୀଳ ଅବସ୍ଥାରେ। ମସ୍ତିଷ୍କ ଆଖି ମାଧ୍ୟମରେ ଆକୃତି, ରଙ୍ଗ, ଦୂରତା, ଦିଗ ଏବଂ ଗତିକୁ ଅନୁଭବ କରିବାର କ୍ଷମତା ରଖେ ଯାହାକୁ ଦୃଶ୍ୟ ପ୍ରକ୍ରିୟାକରଣ କୁହାଯାଏ । ଏହି କ୍ଷମତାଗୁଡ଼ିକ କେବଳ ପୁସ୍ତକ କିମ୍ବା ସ୍କ୍ରିନ୍‌ ମାଧ୍ୟମରେ ନୁହେଁ, ବରଂ ବାସ୍ତବ ଦୁନିଆର ଅଭିଜ୍ଞତା ମାଧ୍ୟମରେ ବିକଶିତ ହୁଏ। ଯେପରିକି ବାହାର ସ୍ଥାନ, ଖେଳକୁଦ , ଦୌଡ଼ିବା, ଅନ୍ୟ ସହ ବାର୍ତ୍ତାଳାପ ଏବଂ ଯେକୌଣସି ବସ୍ତୁ ସ୍ପର୍ଶକାତର ଧାରଣା। ବିଛଣାରେ ସ୍କ୍ରିନ୍‌କୁ ନିରନ୍ତର ଚାହିଁ ରହିବା ଅଭିଜ୍ଞତାକୁ ସଙ୍କୁଚିତ କରେ। ନ୍ୟୁରୋସାଇନ୍ସ ଗବେଷଣା ସୂଚାଇଦିଏ ଯେ ଏପରି ଏକକାଳୀନ ଦୃଶ୍ୟ ଅଭିଜ୍ଞତା ମସ୍ତିଷ୍କର ଏକାଗ୍ରତା ଏବଂ ଦକ୍ଷତାକୁ ଦୁର୍ବଳ କରିପାରେ। ଏହା ଶିକ୍ଷା ଏବଂ ବୋଧଗମ୍ୟତାକୁ ପ୍ରଭାବିତକରେ। ସୋସିଆଲ ମିଡିଆରେ ନକାରାତ୍ମକ, ଭୟଙ୍କର ଏବଂ କଷ୍ଟଦାୟକ ସୂଚନାର ଦର୍ଶନ ପିଲାଙ୍କ ମସ୍ତିଷ୍କ ବିକାଶ ସୀମିତ କରେ। ଅନ୍ତର୍ଜାତୀୟ ଅଧ୍ୟୟନ ଅନୁସାରେ ଏହି ଅଭ୍ୟାସ ଚିନ୍ତା, ଅବସାଦ ଏବଂ ମାନସିକ ଥକ୍କାପଣ ବୃଦ୍ଧିକରେ। ସମସ୍ୟା ହେଉଛି ଯେ ଅଧିକାଂଶ ଡିଜିଟାଲ ପ୍ଲାଟ୍‌ଫର୍ମ ପିଲାଙ୍କୁ ନିଷ୍ପତ୍ତି ନେବା ପରିବର୍ତ୍ତେ ସ୍କ୍ରୋଲିଂ କରିବା ପାଇଁ ଡିଜାଇନ କରାଯାଇଛି।
ସମୟ ଥିଲା ଯେତେବେଳେ ପରିବାରର ବୟସ୍କମାନେ ପିଲାଙ୍କୁ ଆକସ୍ମିକ ଭାବରେ କୁହନ୍ତି,ପଣକିଆ ପାଠକର। ଏହା କେବଳ ଏକ ଗଣିତ ବ୍ୟାୟାମ ନ ଥିଲା, ବରଂ ପିଲାର ମାନସିକ ଚପଳତା ପରୀକ୍ଷା କରିବାର ଏକ ଉପାୟ ଥିଲା। ବୈଜ୍ଞାନିକ ଦୃଷ୍ଟିରୁ, ଗୁଣନ ସାରଣୀ ମନେରଖିବା ଦ୍ୱାରା ମସ୍ତିଷ୍କର ସ୍ମୃତିଶକ୍ତି, ଦୃଶ୍ୟଶକ୍ତି ସକ୍ରିୟ ହୁଏ। ପିଲାକୁ ସଂଖ୍ୟାଗୁଡ଼ିକର ଏକ ଦୃଶ୍ୟ ପ୍ରତିଛବି ତିଆରିକରି କ୍ରମ ମନେରଖି ଏବଂ ବିରତି ବିନା ଠିକ୍‌ ଉତ୍ତର ଦେବାକୁ ହୁଏ। ନ୍ୟୁରୋସାଇନ୍ସ ପରାମର୍ଶ ଦିଏ ଯେ ଏପରି କାର୍ଯ୍ୟକଳାପ ଧ୍ୟାନ ଏବଂ ସ୍ମୃତି ପାଇଁ ଦାୟୀ ମସ୍ତିଷ୍କର ନିର୍ଦ୍ଦିଷ୍ଟ ଅଂଶଗୁଡ଼ିକୁ ସକ୍ରିୟକରେ। ହେଲେ ବର୍ତ୍ତମାନ ଉତ୍ତରଗୁଡ଼ିକ ସ୍କ୍ରିନ୍‌ରେ ସହଜରେ ଉପଲବ୍ଧ ହୁଏ। ଫଳସ୍ବରୂପ ମସ୍ତିଷ୍କରେ ଆବଶ୍ୟକ ବ୍ୟାୟାମର ଅଭାବ ରହିଥାଏ। ବିଶ୍ୱର ଅନେକ ଦେଶ ଏହି ପରିବର୍ତ୍ତିତ ପରିସ୍ଥିତିକୁ ଗମ୍ଭୀରତାର ସହ ନେଇଛନ୍ତି। ଫ୍ରାନ୍ସ, ଡେନ୍‌ମାର୍କ ଏବଂ ନରୱେ ଭଳି ଦେଶରେ ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଠୋର ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରାଯାଇଛି। ଅଷ୍ଟ୍ରେଲିଆରେ ଷୋହଳ ବର୍ଷରୁ କମ୍‌ ବୟସର ପିଲାଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାରୁ ନିଷେଧ କରାଯାଇଛି। ଅନେକ ୟୁରୋପୀୟ ସ୍କୁଲରେ ଡିଜିଟାଲ ପ୍ରଯୁକ୍ତିର ସନ୍ତୁଳିତ ବ୍ୟବହାରକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି, ଯାହାଦ୍ୱାରା ପିଲାମାନେ ପ୍ରଯୁକ୍ତିବିଦ୍ୟା ଉପଯୁକ୍ତ ବ୍ୟବହାର କରିବା ଶିଖନ୍ତି ଏବଂ ଏହାର ଦାସ ହୋଇ ନ ଥାନ୍ତି। ହେଲେ ଭାରତରେ ଡିଜିଟାଲ ଉପକରଣଗୁଡ଼ିକୁ ଶିକ୍ଷା ଏବଂ ସୁଯୋଗର ଏକ ଉତ୍ସ ଭାବରେ ଦେଖାଯାଏ। ସହରାଞ୍ଚଳ ଘରଗୁଡ଼ିକରେ ମୋବାଇଲ ଫୋନ୍‌ ପିଲାଙ୍କ ଖେଳପଡ଼ିଆ ପାଲଟିଛି। ଛୋଟ ସହର ଏବଂ ଗାଁଗୁଡ଼ିକରେ ମଧ୍ୟ ଏହି ଧାରା ବୃଦ୍ଧିପାଉଛି। ଫଳସ୍ବରୂପ ପିଲାଙ୍କର ଦୃଶ୍ୟ ଜଗତ ସୀମିତ ହୋଇଯାଉଛି। ଏହା ଉପରେ ଗୁରୁତ୍ୱାରୋପ କରିବା ଦରକାର ଯେ ସମସ୍ୟା ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ଏହାର ଅସନ୍ତୁଳିତ ବ୍ୟବହାର। ସ୍କ୍ରିନ୍‌ ଶତ୍ରୁ ନୁହେଁ କିମ୍ବା ସମାଧାନ ନୁହେଁ ;କବଳ ଏକ ମାଧ୍ୟମ। ପ୍ରଶ୍ନ ହେଉଛି ପିଲାମାନେ ସ୍କ୍ରିନ୍‌ ବାହାରେ ଖେଳିବା ଏବଂ ଚିନ୍ତାକରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଉଛନ୍ତି କି? ଯଦି ନୁହେଁ, ତେବେ ସେମାନଙ୍କର ସ୍ମୃତି ଏବଂ ବୁଝାମଣା ଅସମ୍ପୂର୍ଣ୍ଣ ରହିବ। ପ୍ରତ୍ୟେକ ଘରେ ଏହା ସ୍ପଷ୍ଟହେବା ଉଚିତ ଯେ ବିଛଣା ଶୋଇବା ପାଇଁ ଏକ ସ୍ଥାନ, ଦିନର କାର୍ଯ୍ୟକଳାପର କେନ୍ଦ୍ର ନୁହେଁ। ପିଲାମାନଙ୍କ ସହ ବିଷୟବସ୍ତୁ ବାଛିବା ଏବଂ ସେମାନଙ୍କର ଡିଜିଟାଲ ଅଭିଜ୍ଞତା ବିଷୟରେ ଆଲୋଚନା କରିବା ଜରୁରୀ। ସ୍କୁଲଗୁଡ଼ିକୁ ମଧ୍ୟ ସେମାନଙ୍କର ଭୂମିକା ପୁନର୍ବିଚାର କରିବାକୁ ପଡ଼ିବ। ଡିଜିଟାଲ ସାକ୍ଷରତା କେବଳ ପ୍ରଯୁକ୍ତିବିଦ୍ୟା ବ୍ୟବହାର ନୁହେଁ ବରଂ ଏଥିରେ ପରିବେଷିତ ବିଷୟବସ୍ତୁ ପିଲାମାନଙ୍କ ମନକୁ କିପରି ପ୍ରଭାବିତକରେ ତାହା ବୁଝିବା ଜରୁରୀ।

ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼, ମୋ: ୯୪୩୭୬୪୨୯୪୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁରେଶ ପୂଜାରୀ ଅସୁସ୍ଥ: ଛାତିରେ ଯନ୍ତ୍ରଣା ପରେ ଆଇସିୟୁରେ ଭର୍ତ୍ତି…

ଭୁବନେଶ୍ୱର,୩।୩: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ…

ଦିଲୀପ ରାୟଙ୍କୁ ସମର୍ଥନ କରିବ କି ସିପିଆଇଏମ୍‌, ପ୍ରେସମିଟ୍‌ କରି କହିଲେ…

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଓଡ଼ିଶା ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ୱାଚନ ହେବାକୁ ଯାଉଛି।…

ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ: ବାପା ସକାଳେ ହୋଇଥିଲେ କଥା, ଅପରାହ୍ନରେ ପହଞ୍ଚିଲା ମୃତ୍ୟୁ ଖବର…

ଧର୍ମଶାଳା,୩।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଲଗଲିଶଙ୍ଖ ଗାଁରେ ବଧୁହତ୍ୟା ଅଭିଯୋଗ। ସେ ୫ମାସର ଗର୍ଭବତୀ ଥିଲେ। ତେବେ ତାଙ୍କୁ ଶାଶୁଘର ଲୋକେ…

ସାମନବାଡ଼ି ଛାତ୍ରାବାସରୁ ୧୦ ଛାତ୍ର ଫେରାର, ଏଯାଏ ମିଳୁନି ପତ୍ତା, ଚିନ୍ତାରେ ଅଭିଭାବକ; ଅଧିକାରୀଙ୍କ… 

ଦାରିଙ୍ଗବାଡି, ୩।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଧୀନ ସାମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରୁ  ମଙ୍ଗଳବାର ମଧ୍ୟାହ୍ନ…

ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର…

ଯୁଦ୍ଧ ମଝିରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ବିଶ୍ୱଯୁଦ୍ଧ ପାଇଁ…

ଓ଼୍ବାଶିଂଟନ,୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ମଙ୍ଗଳବାର (୩ ମାର୍ଚ୍ଚ) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ଆସିଛି ଯେ ଇରାନ…

ଯୁଦ୍ଧ ଭିତରେ ୮ଦେଶ ସହ କଥା ହେଲେ ମୋଦି, ହୋଇପାରେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୩।୩: ଇରାନ ଉପରେ ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଏବଂ ଇରାନର ପ୍ରତିଶୋଧ ସହିତ ଆରମ୍ଭ ହୋଇଥିବା ଯୁଦ୍ଧ ପ୍ରତିଦିନ ତୀବ୍ର ହେବାରେ ଲାଗିଛି। ସଂଘର୍ଷର ପରିମାଣ ଏବଂ ପରିସର…

ରାଜ୍ୟ ସଭା ନିର୍ବାଚନ: ଦିଲୀପ ରାୟଙ୍କୁ ଭାଜପାର ସମର୍ଥନ

ଭୁବନେଶ୍ୱର,୩।୩: ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଜଣେ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

ପିଲାଙ୍କ ଧରିତ୍ରୀ

Why Dharitri