ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି ଅନୁଯାୟୀ, ଶନିବାର ପୌଷ ପୂର୍ଣ୍ଣିମା(ପୁଷପୁନି) ରହିଛି। ତେଵେ ଏହି ତିଥିରେ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହେଉଥିବାରୁ ଉକ୍ତ ଦିନ ଏ ଅଞ୍ଚଳର ମୁଖ୍ୟ ଗଣପର୍ବ ମଧ୍ୟରୁ ଅନ୍ୟତମ ପୁଷପୁନି ପାଳନ କରି ପାରି ନ ଥାନ୍ତି । ଏହି ଦୃଷ୍ଟିରୁ ଉକ୍ତ ଜିଲାର କେବଳ ବରଗଡ ଉପଖଣ୍ଡ ପାଇଁ ଆସନ୍ତା ୫ତାରିଖ ସୋମବାରକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପୁଷପୁନି ଛୁଟିଭାବେ ଘୋଷଣା କରିଛନ୍ତି।