RBIର ବଡ଼ ଉପହାର: ଏଣିକି ଘର-କାର ଲୋନ୍‌ ହେବ ଶସ୍ତା

ନୂଆଦିଲ୍ଲୀ,୬।୬: ଋଣ ନେଉଥିବା କିମ୍ବା ଋଣ ଉପରେ EMI ଦେଉଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ବଜାର ଆଶାଠାରୁ ଅଧିକ ରେପୋ ରେଟ୍‌ ହ୍ରାସ କରିଛି। ଜୁନ ୪ ତାରିଖରେ ଆରମ୍ଭ ହୋଇଥିବା RBIର ମୁଦ୍ରା ନୀତି କମିଟି (MPC)ର ଦୁଇ ଦିନିଆ ବୈଠକ ପରେ, ଗଭର୍ନର ସଞ୍ଜୟ ମାଲାହୋତ୍ରା ୫୦ ବେସିସ ପଏଣ୍ଟ ଅର୍ଥାତ୍‌ ୦.୫୦ ପ୍ରତିଶତର ଏକ ବଡ଼ ହ୍ରାସ ଘୋଷଣା କରିଛନ୍ତି। ଏହା ପରେ, ଏବେ ରେପୋ ରେଟ୍‌ ୫.୫ ପ୍ରତିଶତକୁ ହ୍ରାସ ପାଇଛି।

ଗତ ଛଅ ମାସରେ RBI ଦ୍ୱାରା ରେପୋ ହାରରେ ଏହା ଲଗାତାର ତୃତୀୟ ହ୍ରାସ। ଚଳିତବର୍ଷ ଆରମ୍ଭରେ ଫେବୃଆରୀରେ ୨୫ ବେସିସ ପଏଣ୍ଟ ଏବଂ ତା’ପରେ ପୁଣି ଏପ୍ରିଲରେ ୨୫ ବେସିସ ପଏଣ୍ଟ ହ୍ରାସ କରାଯାଇଥିଲା। ଯାହା ପରେ ରେପୋ ରେଟ୍‌ ୬ ପ୍ରତିଶତକୁ ହ୍ରାସ ପାଇଥିଲା।

କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, କାର-ଘର ସମେତ ସମସ୍ତ ପ୍ରକାରର ଋଣ ଶସ୍ତା ହେବ। RBI ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ରେଟ୍‌ ହ୍ରାସ କରି କହିଛନ୍ତି, ତାଙ୍କର ପଦକ୍ଷେପ ଦେଶ ଭିତରେ ନିବେଶକମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବ। ବିଶ୍ୱ ଅଭିବୃଦ୍ଧିର ମନ୍ଥର ଗତି ମଧ୍ୟରେ ଭାରତୀୟ ଅର୍ଥନୀତି ମଜଭୁତ ହେବ। ଏହା ସହିତ, ଘରୋଇ ଚାହିଦା ଆହୁରି ମଜଭୁତ ହେବ।

ସେ କହିଛନ୍ତି, ମୁଦ୍ରା ନୀତି ବୈଠକ ସମୟରେ, SDF ହାର ୫.୭୫ ପ୍ରତିଶତରୁ ୫.୨୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହି ସମୟରେ, MSF ହାର ମଧ୍ୟ ୬.୨୫ ପ୍ରତିଶତରୁ ୫.୭୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ସହିତ, RBI ଗଭର୍ନର ନଗଦ ସଂରକ୍ଷଣ ଅନୁପାତ ଅର୍ଥାତ୍‌ CRRକୁ ୧୦୦ ବେସିସ ପଏଣ୍ଟ ଚାରି ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ କରିଛନ୍ତି।

ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କରିବା ପାଇଁ RBI ଦ୍ୱାରା ଏହି ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଆଲୁମିନିୟମ ଏବଂ ଷ୍ଟିଲ ଉପରେ ଟାରିଫ୍‌ ହାର ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଭାରତ ଏହି ଉଭୟ ଉତ୍ପାଦର ଏକ ପ୍ରମୁଖ ରପ୍ତାନିକାରୀ ହୋଇଛି। ଏହାକୁ ଭାରତ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଥିଲା।

ସଞ୍ଜୟ ମାଲହୋତ୍ରା ଆଶା ପ୍ରକାଶ କରିଛନ୍ତି ଯେ. ୨୦୨୬ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ। ସେ କହିଛନ୍ତି ଯେ ଦେଶର ଅଭିବୃଦ୍ଧି ହାର ପ୍ରଥମ ତ୍ରୈମାସିକରେ ୬.୫%, ଦ୍ୱିତୀୟ ତ୍ରୈମାସିକରେ ୬.୭%, ତୃତୀୟ ତ୍ରୈମାସିକରେ ୬.୬% ଏବଂ ଚତୁର୍ଥ ତ୍ରୈମାସିକରେ ଅଭିବୃଦ୍ଧି ହାର ୬.୩% ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ବଡ଼ ପଦକ୍ଷେପ: ବନ୍ଦ ରହିବ ହୋଟେଲ, ଢାବା

ବରୀ,୧୫।୬: ଯାଜପୁର ଜିଲାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଯାଜପୁର ଜିଲା ବରୀ ଅଞ୍ଚଳରେ...

ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା...

ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ

ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ...

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

କାର୍‌ରେ ଆସୁଥିବାବେଳେ ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌...

ଜୁନ ୨୭ରେ ରିଲିଜ୍‌ ହେବ ‘କନ୍ନାପା’: ମହାଦେବଙ୍କ ଭୂମିକାରେ ଅକ୍ଷୟ

ହାଇଦ୍ରାବାଦ,୧୫।୬: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍‌ ସିନେମା ତଥା ମଲ୍ଟିଷ୍ଟାରର୍‌ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍‌ ହେବାକୁ ଯାଉଛି। ରବିବାର ଏହାର...

ବର୍ଷା ହେବାରୁ ବରଗଛ ମୂଳେ ନେଇଥିଲେ ଆଶ୍ରୟ, ଖୁବ୍‌ ଜୋର୍‌ରେ ବଜ୍ରପାତ ହେବାରୁ…

ପାଇକମାଳ,୧୫ା୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri