ଆର୍‌ବିଆଇ ଆଣିବ ଡିଜିଟାଲ କରେନ୍ସି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏକ ଡିଜିଟାଲ କରେନ୍ସି ଆଣିବ। ଏହାର ମଡେଲ କିଭଳି ହେବ ସେ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି ବର୍ତ୍ତମାନ କାର୍ଯ୍ୟ ଜାରି ରଖିଛି। ଏ ନେଇ ଶୀଘ୍ର ନିଷ୍ପତ୍ତି ଆସିବ ବୋଲି ଆର୍‌ବିଆଇ ଡେପୁଟି ଗଭର୍ନର ବିଭୁ ପ୍ରସାଦ କାନୁନଗୋ ଶୁକ୍ରବାର ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ଡିଜିଟାଲ କରେନ୍ସି ଆଣିବା ନେଇ ପୂର୍ବରୁ ଆର୍‌ବିଆଇ ଘୋଷଣା କରିଥିଲା। ପୂର୍ବରୁ ବିଟ୍‌କଏନ କାରବାରକୁ ନେଇ ଆର୍‌ବିଆଇ ଆଶଙ୍କା ପ୍ରକଟ କରିଥିଲା। ଏହାକୁ ନଜରରେ ରଖି ନିଜସ୍ବ ଏକ ଭର୍ଚୁଆଲ କରେନ୍ସି ପ୍ରଚଳନ ସପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ରହିଥିଲା। ଘରୋଇ ଡିଜିଟାଲ କରେନ୍ସି ଉପରେ କଟକଣା ଲଗାଇବା ଲାଗି ଗତ ସପ୍ତାହରେ ସରକାର ଅଗ୍ରସର ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଡିଜିଟାଲ କରେନ୍ସିକୁ ବିଚାରକୁ ନେଲେ ଅଦ୍ୟାବଧି ଦସ୍ତାବିଜ ଜାରି କରାଯାଇଛି। ବର୍ତ୍ତମାନ କାର୍ଯ୍ୟକ୍ରମ ଜାରି ରହିଛି। ସେହିଭଳି କାନୁନଗୋ କହିଛନ୍ତି, ପୂର୍ବରୁ ମୁଦ୍ରାନୀତି କମିଟି ପକ୍ଷରୁ ଡିଜିଟାଲ କରେନ୍ସି ସମ୍ପର୍କରେ ଘୋଷଣା କରାଯାଇଛି। ସୂଚନା ଯୋଗ୍ୟ, ଘରୋଇ ଡିଜିଟାଲ କରେନ୍ସି(ପିଡିସି), ଭର୍ଚୁଆଲ କରେନ୍ସି(ଭିସି) ଏବଂ କ୍ରିପ୍ଟୋ କରେନ୍ସି(ସିସି) ଗତ କିଛି ବର୍ଷ ହେବ ବେଶ ଲୋକପ୍ରିୟତା ହାସଲ କରିଛି। ଏହି କରେନ୍ସିଗୁଡିକର ବ୍ୟବହାର ନେଇ ସରକାର ଏବଂ ନିୟାମକ ଆଶଙ୍କାରେ ରହିଛନ୍ତି। ବର୍ତ୍ତମାନ ପ୍ରଚଳିତ ମୁଦ୍ରାର ଡିଜିଟାଲ ଭର୍ସନ ଆଣିବା ଏବଂ ଏହାର ପ୍ରଚଳନର ବିଭିନ୍ନ ଦିଗ ଉପରେ କାର୍ଯ୍ୟକ୍ରମ ଜାରି ରହିଥିବା ଆର୍‌ବିଆଇ ଜାନୁୟାରୀରେ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri