ଆରବିଆଇ ମନିଟାରୀ ପଲିସି ଘୋଷଣା, ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ…

ନୂଆଦିଲ୍ଳୀ,୮।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶ କରାଯାଇଛି। ଏଥିରେ ନୀତିଗତ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ରେପୋ ରେଟ୍‌ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ ରେଟ୍‌କୁ ୩.୩୫ ପ୍ରତିଶତ ରଖାଯାଇଛି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଶକ୍ତିକାନ୍ତ କହିଛନ୍ତି ଯେ ବିଶ୍ୱ ବଜାରରେ କୋଭିଡ-୧୯ ମହାମାରୀ ଯୋଗୁ ଅନେକ ଆହ୍ବାନ ସୃଷ୍ଟି ହୋଇଛି। ଭାରତ ମଧ୍ୟ ବହୁ କ୍ଷେତ୍ରରେ ମୁକାବିଲା ସ୍ଥିତିରେ ରହିଛି। ଏପରିସ୍ଥଳେ ଆରବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରିଛି।

ବର୍ତ୍ତମାନ ଆମେ କରୋନା ସହିତ ଲଢ଼େଇ ଜାରି ରଖିତ୍ବା ସହିତ ପୂର୍ବ ତୁଳନାରେ ଏକ ଭଲ ସ୍ଥିତିରେ ଅଛୁ। ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧା (ଏମଏସଏଫ) ଏବଂ ବ୍ୟାଙ୍କ ହାରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇ ନ ଥିବାବେଳେ ଦେଶରେ ଘରୋଇ ନିବେଶକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଦେଶର କେତେକ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରୁ ଆସୁଥିବା ରାଜସ୍ବ ମଧ୍ୟ ପ୍ରଭାବିତ ହୋଇଛି।

୨୦୨୨ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୯.୫ ପ୍ରତିଶତ ରହିପାରେ ବୋଲି ଆକଳନ କରାଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଏହା କୁହାଯାଇପାରେ ଯେ ଭାରତୀୟ ଅର୍ଥନୀତି ଏକ ଭଲ ସ୍ଥିତିରେ ଅଛି ଏବଂ ଦେଶ ମଧ୍ୟ କରୋନା ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇସାରିଛି ବୋଲି ସେ କହିଛନ୍ତି।

ଏମ୍‌ପିସିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କ ସର୍ବସମ୍ମତି କ୍ରମେ ଆରବିଆଇ କହିଛନ୍ତି ଯେ ଓମିକ୍ରନ ଭାରିଆଣ୍ଟ ଆସିବା ଯୋଗୁ ଅବସ୍ଥା ଅନୁକୂଳ ନୁହେଁ କିନ୍ତୁ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ଆରବିଆଇ ଲିକ୍ୟୁଡିଟି ହ୍ରାସ କରିବାକୁ ଦେବ ନାହିଁ। ସିଷ୍ଟମରେ ଲିକ୍ୟୁଡିଟି କୌଣସି ଅଭାବ ନାହିଁ। ଏମ୍‌ପିସିର ୬ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କ ମତ ସମାନ ଥିଲା। ସର୍ବସମ୍ମତି କ୍ରମେ ନୀତିଗତ ହାରରେ ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆରବିଆଇ ଅନୁଯାୟୀ, ୨୦୨୨ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ଆକଳନ ଅନୁଯାୟୀ ହେବ ଏବଂ ଏହା ୫.୩ ପ୍ରତିଶତରେ ହେବାର ଆଶା ରହିଛି।

ଭାରତ ରିଜର୍ଭ ବ୍ୟାଙ୍କ ଶେଷ ଥର ପାଇଁ ୨୨ ମେ‘ ୨୦୨୦ରେ ନୀତି ହାରରେ ପରିବର୍ତ୍ତନ କରିଥିଲା ଏବଂ ସେବେଠାରୁ ଆଠଟି ମୁଦ୍ରା ନୀତିର ସମୀକ୍ଷା ହୋଇଛି ଏବଂ ଆରବିଆଇ ସୁଧ ହାରରେ ପରିବର୍ତ୍ତନ କରିନାହିଁ। ଚଳିତ ବର୍ଷର ଶେଷ ଏମ୍‌ପିସି ବୈଠକରେ ଆରବିଆଇ ଆହ୍ବାନକୁ ଦୂର କରିବା ପାଇଁ ପଦକ୍ଷେପ ନେବାକୁ ଚାପ ରହିଛି। ଅର୍ଥବ୍ୟବସ୍ଥାରେ ଲିକ୍ୟୁଡିଟି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ମଧ୍ୟ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାପ୍‌ଟପ ବିସ୍ଫୋରଣରୁ କୋଠା ଜଳିଗଲା

ଗାଜିଆବାଦ,୨୭।୧୧: ରଖିଲେ ହରି ମାରିବ କିଏ। ଏହି ଉକ୍ତିଟି ସଫଳ ହୋଇଥିବା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦରେ। ରାଜନଗରର ନୋଏଡ଼ା ସେକ୍ଟର-୬୨ରେ ସଫ୍ଟୱେୟାର ଇଞ୍ଜିନିୟର ରାହୁଲ...

ଗୁଜରାଟରେ ମଦ ବିକ୍ରି ଉପରେ ଲଗାମ, ତେବେ ବି ୧୫ ବର୍ଷରେ ୮୪୫ରୁ ଅଧିକ ମଦମୃତ୍ୟୁ, ଏଏପିର କଟାକ୍ଷ…

ଅହମଦାବାଦ, ୨୬।୭ : ଗୁଜରାଟର ବୋଟାଦ ଜିଲାର ରୋଜିଦ ଗ୍ରାମରେ ଯେଉଁଠାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। ଏହି ଘଟଣାକୁ...

ବିଶ୍ୱ ଋଣ ଭାର ୨୨୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୭।୧୦: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱ ବିଭିନ୍ନ କ୍ଷେତ୍ରରେ ମାନ୍ଦା ରହିବା ସାଙ୍ଗକୁ ଅନେକ ସମସ୍ୟା ଦେଇ ଗତି କରିଛି। ସେହିଭଳି ସଂକ୍ରମଣରୁ ସାଧାରଣ ନାଗରିକଙ୍କୁ ସୁରକ୍ଷା...

ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜସ୍ଥାନ, ୫୦୦ରୁ ଅଧିକ ଟେରର ପ୍ରଫେସର ପଢ଼ାଉଛନ୍ତି ଦଙ୍ଗା ପାଠ୍ୟକ୍ରମ…

ନୂଆଦିଲ୍ଲୀ, ୩।୭ : ରାଜସ୍ଥାନ ସମେତ ସମଗ୍ର ଦେଶରେ ଆତଙ୍କବାଦର ଏକ ନୂଆ ଚେହେରା ସୃଷ୍ଟି ହେବାରେ ଲାଗିଛି। ଏବେ ଯେଉଁମାନେ ଆତଙ୍କବାଦ ବିସ୍ତାର କରୁଛନ୍ତି...

ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରୁଥିଲେ ସ୍ବାମୀ: ଜଣାପଡିବା ପରେ…

ପୁଣେ,୨୦।୬:ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରି ଗିରଫ ହୋଇଛନ୍ତି ସ୍ବାମୀ। ରୋଚକ କଥା ହେଉଛି ୪୦...

ରାକ୍ଷୀଙ୍କ ସ୍ବାମୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ମହୀଶୂର, ୧୪।୨: ବଲିଉଡ୍‌ ଆଇଟମ୍‌ ଗର୍ଲ ରାଷୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲଙ୍କ ନାଁରେ ଜଣେ ଇରାନୀୟ ଛାତ୍ରୀ ମହୀଶୂର ଥାନାରେ ବଳାତ୍କାର ଅଭିଯୋଗ ଆଣିବା ପରେ...

କରୋନା ମହାମାରୀ ସମୟରେ ବିଏମସି ଦେଇଥିବା ଠିକାର ଯାଞ୍ଚ୍‌ ଆରମ୍ଭ କଲେ ସିଏଜି…

ମୁମ୍ବାଇ,୨୨।୧୧ : ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ସରକାରଙ୍କ ସୁପାରିଶ କ୍ରମେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ମଙ୍ଗଳବାର କରୋନ ମହାମାରୀ ସମୟରେ...

ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ,୫-୨: ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୬ ସଦସ୍ୟ ବିଶିଷ୍ଟ ଏହି କମିଟିର ବୈଠକ...

Advertisement
Archives

Model This Week