ବିଶ୍ୱରେ ‘ବେଷ୍ଟ ବ୍ୟାଙ୍କର୍‌’ ଭାବେ ସମ୍ମାନିତ ହେଲେ ଆରବିଆଇ ମୁଖ୍ୟ ଶକ୍ତିକାନ୍ତ ଦାସ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୯: ଦେଶ ପାଇଁ ଗର୍ବ ଆଣିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମୁଖ୍ୟ ଶକ୍ତିକାନ୍ତ ଦାସ। ଓଡିଆ ପୁଅ ତଥା ଆରବିଆଇର ଗଭର୍ଣ୍ଣର ଭାବେ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଛନ୍ତି। ଆମେରିକୀୟ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଶକ୍ତିକାନ୍ତଙ୍କୁ ସର୍ବଭାରତୀୟ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର ଭାବେ ମାନ୍ୟତା ଦିଆଯାଇଛି। ଗ୍ଲୋବାଲ ଫାଇନାନ୍ସ ରିପୋର୍ଟରେ ତାଙ୍କୁ ‘ଏ +’ ରେଟିଂ ଦିଆଯାଇଛି।

ବିଶ୍ୱର ଶ୍ରେଷ୍ଠ ବ୍ୟାଙ୍କର୍‌ ଭାବେ ମାନ୍ୟତା ପାଇଥିବାରୁ ଶକ୍ତିକାନ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ, ଯାହା ବିଶ୍ୱରେ ଏହା ଆମର ଆର୍ଥିକ ନେତୃତ୍ୱକୁ ପ୍ରତିଫଳିତ କରିଥାଏ। ଶକ୍ତିକାନ୍ତଙ୍କ ଉତ୍ସର୍ଗ ଏବଂ ଦୂରଦୃଷ୍ଟି ଆମ ଦେଶର ବିକାଶ ପଥକୁ ମଜବୁତ କରିବ।

ଏ+ ରେଟିଂ ଦିଆଯାଇଥିବା ତିନୋଟି କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ତାଲିକାରେ ଶକ୍ତିକାନ୍ତ ଶୀର୍ଷରେ ରହିଛନ୍ତି। ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ସ ରିପୋର୍ଟ କାର୍ଡ ୨୦୨୩ ଅନୁଯାୟୀ ‘ଏ+’ ଗ୍ରେଡ ଅର୍ଜନ କରୁଥିବା ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ମଧ୍ୟରେ ଭାରତର ଶକ୍ତିକାନ୍ତ ଦାସ, ଥୋମାସ ଜେ. ଜୋର୍ଡାନ (ସ୍ବିଜରଲ୍ୟାଣ୍ଡ), ନଗୁଏନ ଥି ହଙ୍ଗ (ଭିଏତନାମ) ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିଲେ କ’ଣ ଶସ୍ତା ହୋଇଯିବ ସୁନା? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: ଭାରତୀୟ ପରିବାରରେ ସୁନା ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି, ତାହା ଅଳଙ୍କାର ଆକାରରେ ହେଉ କିମ୍ବା ନିବେଶ ଭାବରେ। ତଥାପି, ଭାରତ ବିଶ୍ୱର…

ସରକାର ଗଠନର ଗୋଟିଏ ଦିନ ପରେ ଦେଖାଦେଲାଣି ଫାଟ, ଅସନ୍ତୋଷ ପ୍ରକାଶ କଲେ ସହଯୋଗୀ …

ଚେନ୍ନାଇ,୧୧।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ, ଜାତୀୟ ସଙ୍ଗୀତ(ଜନଗଣ ମନ) ଏବଂ ରାଷ୍ଟ୍ରଗୀତ(ବନ୍ଦେ ମାତରମ)…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି: ଭାରତ-ବାଂଲାଦେଶ ସୀମାରେ ଲାଗିବ ତାରବାଡ଼

କୋଲକାତା,୧୧।୫: ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇ ଦେବାକୁ ଘୋଷଣା…

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଖାଆନ୍ତୁ କଖାରୁ ଫୁଲ

କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍‌…

ସୋମନାଥ ଅମୃତ ମହୋତ୍ସବରେ ଯୋଗଦେଲେ ମୋଦି, କଲେ ପୂଜାର୍ଚ୍ଚନା

ପ୍ରଭାସପାଟନା,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମନାଥ ମନ୍ଦିରରେ ଆୟୋଜିତ ‘ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରରେ ପୂଜା କରିଥିଲେ ଏବଂ ପ୍ରାର୍ଥନା କରିଥିଲେ।…

ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ

ଦେଶ ସ୍ବାଧୀନତା ଲାଭ କରିବା ପରେ ଏହାର ପ୍ରଗତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ଅନେକ ବୃହତ୍‌ ନଦୀବନ୍ଧ ନିର୍ମାଣ…

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କ ଭରସା ନାହିଁ, ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ

କେନ୍ଦ୍ରାପଡା,୧୧୦ା୫ (ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ବନ୍ୟା, ବାତ୍ୟା ସହ ସୁନାମି…

ସୁନାଥରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଦୁଇ ଗୁରୁତର

ପୁରୁଷୋତ୍ତମପୁର,୧୧ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ରବିବାର ସନ୍ଧ୍ୟାରେ ରୋଷେଇ ପାଇଁ ଗ୍ୟାସ୍‌ ଲଗାଇବା ବେଳେ ହଠାତ୍‌ ସିଲିଣ୍ଡରଟି ବିସ୍ଫୋରଣ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri