ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା…

ରାୟଗଡ଼ା,୨୮।୫(ଆଶିଷ ରଞ୍ଜନ ପଣ୍ଡା)- ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଜାଲରେ ପଡ଼ିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ। ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଅଧିକ୍ଷଣ ଯନ୍ତ୍ରୀ କିଷାନ ବୁଧବାର ସା ୭.୩୦ ସମୟରେ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଗାଡ଼ିରେ ଯିବା ବେଳେ ଭିଜିଲାନ୍ସ ସ୍ବତନ୍ତ୍ର ଟିମ ମାଡ଼ି ବସିଥିଲା। ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିଲା। ଖବର ଲେଖାଯିବା ସୁଦ୍ଧା ଶିରିଗୁଡ଼ା ସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ ଯାଞ୍ଚ କରୁଛି।

Share