କୁମ୍ଭମେଳା ପାଇଁ ବଳିପଡ଼ିଥିଲେ ରାଓ୍ବତ

ଡେରାଡୁନ୍‌, ୯ା୫: ଭାରତରେ କରୋନା ବିସ୍ଫୋରଣର ଅନ୍ୟତମ ପ୍ରମୁଖ କାରଣ ପାଲଟିଥିବା କୁମ୍ଭମେଳା ନେଇଥିଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ପଦ। କୋଭିଡ୍‌ କଟକଣା ମଧ୍ୟରେ ହରିଦ୍ୱାରଠାରେ ପ୍ରତୀକାତ୍ମକ ଭାବେ କୁମ୍ଭମେଳା ଆୟୋଜନ କରିବା ନିଷ୍ପତ୍ତି ଭାଜପା ନେତା ରାଓ୍ବତଙ୍କୁ ମହଙ୍ଗା ପଡ଼ିଥିଲା। ଏଥିଯୋଗୁ ଗତ ମାର୍ଚ୍ଚରେ ରାତାରାତି ତାଙ୍କ ଉପରେ ଚାପ ପକାଯାଇ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା ବୋଲି ନିକଟରେ କିଛି ସାକ୍ଷାତକାରରେ କେତେକ ଭାଜପା ନେତାଙ୍କ ମତରୁ ଏଭଳି କଥା ସାମ୍‌ନାକୁ ଆସିଛି। ଭାଜପା ନେତୃବୃନ୍ଦଙ୍କ ସମେତ ଅଖିଳ ଭାରତୀୟ ଆଖଡ଼ା ପରିଷଦ(ଏବିଏପି) ଏବଂ ହରିଦ୍ୱାର ମହାକୁମ୍ଭ ସହ ଜଡ଼ିତ ବିଭିନ୍ନ ଅଧିକାରୀଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ିଛି ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରଯାଇଛି। ୫ ମହନ୍ତ, ୨ ଭାଜପା ନେତା ଏହା ସ୍ପଷ୍ଟ କରିଛନ୍ତି ଯେ, ଏବିଏପି, ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆର୍‌ଏସ୍‌ଏସ୍‌) ସମେତ ଉତ୍ତରାଖଣ୍ଡ କ୍ୟାବିନେଟର କେତେଜଣ ମନ୍ତ୍ରୀ କୁମ୍ଭମେଳାର ଭବ୍ୟ ଆୟୋଜନ କରି ସର୍ବନିମ୍ନ କରୋନା କଟକଣା ଲଗାଇବାକୁ ଚାହୁଁଥିଲେ। ଏପରିକି ୧୨ ବର୍ଷରେ ଥରେ ପାଳନ ହେଉଥିବା କୁମ୍ଭମେଳା ୨୦୨୨ରେ ପଡ଼ୁଥିଲେ ହେଁ କେତେଜଣ ଜ୍ୟୋତିଷ ଏବଂ ପଣ୍ଡିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ୨୦୨୧ରେ ପାଳନ କରିବାକୁ କହିଥିଲେ।
ପ୍ରକାଶ ପାଇଛି ଯେ, ରାଜନୀତିରେ ଦୁଇ ଦଶନ୍ଧିରୁ ଦୀର୍ଘ ଅଭିଜ୍ଞତା ଥିବା ଜଣେ ଭାଜପା ନେତା କହିଛନ୍ତି, କୁମ୍ଭମେଳା ଆୟୋଜନ ଉଭୟ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣକୁ ନେଇ ନିଷ୍ପତ୍ତି ହେବାର ଥିଲା। କିନ୍ତୁ ତ୍ରିବେନ୍ଦ୍ର ସିଂ ରାଓ୍ବତ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେଇ ଏହି ଉତ୍ସବରେ କଟକଣା ଲଗାଇବାକୁ ଚାହିଁଥିଲେ। ୮ ମାସ ପରେ ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ଥିବାରୁ ଲୋକଙ୍କ ଧର୍ମୀୟ ଭାବାବେଗକୁ ଦୃଷ୍ଟିରେ ରଖି କୁମ୍ଭମେଳାକୁ ଅନୁମତି ଦିଆଯାଇଥିଲା। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତ୍ରିବେନ୍ଦ୍ର ଏକ ବୈଠକରେ ଆଲୋଚନା କରିଥିଲେ। କୁମ୍ଭମେଳା ଏକ ବଡ଼ ହିନ୍ଦୁ ପର୍ବ ଏବଂ ଆଖଡ଼ାଗୁଡ଼ିକ ସେମାନଙ୍କ ପ୍ରସ୍ତୁତିରେ ବାଧାର ସମ୍ମୁଖୀନ ହେବା ଉଚିତ ନୁହେଁ ବୋଲି ମୋଦି କହିଥିବା ସମ୍ପୃକ୍ତ ଭାଜପା ନେତା କହିଛନ୍ତି। ବିନା କୌଣସି ବିବାଦରେ ଏହାର ଆୟୋଜନ ହେବା ଉପରେ ମୋଦି ଗୁରୁତ୍ୱ ଦେଇଥିଲେ। ଏହା ହିଁ ରାଓ୍ବତ ଓ ଆଖଡା ମଧ୍ୟରେ ବିବାଦର କାରଣ ପାଲଟିଥିଲା ଏବଂ ଏଥିପାଇଁ ରାଓ୍ବତ ମାର୍ଚ୍ଚ ୯ରେ ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଥିଲେ।
ବର୍ଷ କରୋନା ମହାମାରୀର ଘାତକ ସଂକ୍ରମଣ ଜାରିଥିବା ସତ୍ତ୍ୱେ କୁମ୍ଭମେଳା ଆୟୋଜନ ହୋଇଥିଲା। ଜାନୁୟାରୀ ୧୪ରୁ ଏପ୍ରିଲ ୨୭ ମଧ୍ୟରେ ୯୦ ଲକ୍ଷରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ହରିଦ୍ୱାରଠାରେ ଗଙ୍ଗାନଦୀରେ ବୁଡ଼ ପକାଇଥିଲେ। ଏଥିଯୋଗୁ ହଜାର ହଜାର ସଂଖ୍ୟାରେ ଲୋକେ କରୋନାରେ ଆକ୍ରାନ୍ତ ହେବା ସହ ଦେଶର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ବଢ଼ାଇ ସାଧାରଣରେ ‘ସୁପର ସ୍ପ୍ରେଡର’ ଆଖ୍ୟା ପାଇଥିଲା। ତେବେ ଉତ୍ତରାଖଣ୍ଡର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ତିରଥ ସିଂ ରାଓ୍ବତ ଏହି ଅଭିଯୋଗକୁ ଖଣ୍ଡନ କରି କୁମ୍ଭମେଳା ଯୋଗୁ କରୋନା ବ୍ୟାପି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri