ଏମ୍‌ଏସ୍‌ଏମ୍‌ଇକୁ କଞ୍ଚାମାଲ ଚିନ୍ତା

ନୂଆଦିଲ୍ଲୀ: ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଅଲ ଇଣ୍ଡିଆ କାଉନସିଲ ଅଫ୍‌ ଆସୋସିଏଶନ ଅଫ୍‌ ଏମ୍‌ଏସ୍‌ଏମ୍‌ଇ (ଏଆଇସିଏ) ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛି। ଇସ୍ପାତ, ଲୁହାପଥର, ତମ୍ବା, ପ୍ଲାଷ୍ଟିକ ଏବଂ ପେପର ଭଳି ଅନ୍ୟ କଞ୍ଚାମାଲ ଦର ବଢିବା ଯୋଗୁ କ୍ଷୁଦ୍ର ଶିଳ୍ପର ଚିନ୍ତା ବଢ଼ିଛି। ସମସ୍ୟା ସମାଧାନ ଲାଗି କେନ୍ଦ୍ର ସରକାର କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାରା ଦେଶରେ ରହିଥିବା ପ୍ରାୟ ୧୭୦ କ୍ଷୁଦ୍ରଶିଳ୍ପର ମିଳିତ ସଙ୍ଗଠନ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ବର୍ତ୍ତମାନ କରୋନା ଯୋଗୁ ବଜାର ପ୍ରଭାବିତ ହୋଇ ରହିଛି। ଏମ୍‌ଏସ୍‌ଏମ୍‌ଇ ମଧ୍ୟ ମହାମାରୀ ସହ ଲଢି ନିଜର ସ୍ଥିତି ବଜାୟ ରଖିବାକୁ ସଂଗ୍ରାମ କରୁଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଜରିଆରେ ସଂଘ ନିବେଦନରେ କହିଛି, ମହାମାରୀ କାରଣରୁ ପରିଚାଳନା ପୁଞ୍ଜି ଅଭାବ ଦେଖାଯାଇଛି। କ୍ଷୁଦ୍ର ଶିଳ୍ପ ବର୍ତ୍ତମାନ ଏକ ବଡ଼ ଆହ୍ବାନ ଦେଇ ଗତି କରୁଛି। ଏହି ସମୟରେ ବିଭିନ୍ନ କଞ୍ଚାମାଲ ଦର ବଢ଼ିବା କାରଣରୁ ସବୁ କିଛିକୁ ସମ୍ଭାଳିବା କଷ୍ଟକର ହୋଇ ପଡ଼ିଛି। ଆଗକୁ ହୁଏତ ଦର ବୃଦ୍ଧି ସ୍ଥିତିରେ କିଛିଟା ସୁଧାର ଆସିପାରେ। ମାତ୍ର ଏହା ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ଅନେକ କ୍ଷତି ପହଞ୍ଚାଇବ। ବର୍ତ୍ତମାନ ବଜାରରେ ଚାହିଦା ଖସିଥିବା ବେଳେ କଞ୍ଚାମାଲ ଦର ବୃଦ୍ଧି ହେବାକୁ କ୍ଷୁଦ୍ର ଶିଳ୍ପ ନାହିଁ ନ ଥିବା ସମସ୍ୟା ସାମ୍ନା କରୁଥିବା ସଂଘ ପକ୍ଷରୁ କୁହାଯାଇଛି। ସଂଘର ସୂଚନା ମୁତାବକ, ଷ୍ଟିଲ୍‌ ଏବଂ ଅନ୍ୟ ବେସ୍‌ ମ୍ୟାଟେରିଆଲ ମାନୁଫାକ୍‌ଚରମାନେ ୧୦ରୁ ୨୦% ଅଧିକ ଲାଭ ହାସଲ କରୁଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହେବା ସ୍ଥିତିକୁ ଆସିଲେଣି।
ସମସ୍ୟା ସମାଧାନ ଲାଗି ସଂଘ ପକ୍ଷରୁ ୮ ସୂତ୍ରୀ ପଦକ୍ଷେପ ପ୍ରସ୍ତାବ ରହିଛି। ଏହା ମଧ୍ୟରେ ନିର୍ଦ୍ଦିଷ୍ଟ ସମୟରେ ମୂଲ୍ୟ ବୃଦ୍ଧିରୁ ସୁରକ୍ଷା, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ପକ୍ଷରୁ କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହନ, ଏମ୍‌ଏସ୍‌ଏମ୍‌ଇର କଞ୍ଚାମାଲ ଆମଦାନୀରେ ସୀମା ଶୁଳ୍କ ଛାଡ଼, ଆଣ୍ଟି ଡପିଂ ଡ୍ୟୁଟିକୁ ବାଦ୍‌ ଦେବା, ଲୁହାପଥର ଏବଂ ଇସ୍ପାତ ରପ୍ତାନି ଉପରେ ରୋକ , ପରିବର୍ତ୍ତିତ ମୂଲ୍ୟରେ ଏମ୍‌ଏସ୍‌ଏମ୍‌ଇଠାରୁ ସାମଗ୍ରୀ ସଂଗ୍ରହ ଭଳି ଅନ୍ୟ ପ୍ରସ୍ତାବ ରହିଛି। କ୍ଷୁଦ୍ରଶିଳ୍ପର ସମସ୍ୟାକୁ ଯଦି ଅଣଦେଖା କରାଯାଏ ତେବେ ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣରେ ବାଧକ ହେବ ବୋଲି କୁହାଯାଇଛି। ଏଭଳି ବିଭିନ୍ନ ସମସ୍ୟାକୁ ବିଚାର କରିବା ଲାଗି ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏଆଇସିଏ ନିବେଦନ କରିଛି। ଉଲ୍ଲେଖଯୋଗ୍ୟ, ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଏମ୍‌ଏସ୍‌ଏମ୍‌ଇ ଯୋଗଦାନ ୩୦% ରହିଥିବା ବେଳେ ମାନୁଫାକଚରିଂ କ୍ଷେତ୍ରରେ ୪୫%, ରପ୍ତାନିରେ ୪୮% ଏବଂ ୧୧ କୋଟି ଲୋକଙ୍କୁ ନିଯୁକ୍ତିରେ ଅବଦାନ ରହିଛି। ସାରା ଦେଶରେ ୬୩.୫ ନିୟୁତ ଏମ୍‌ଏସ୍‌ଏମ୍‌ଇ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri