ଏମ୍‌ଏସ୍‌ଏମ୍‌ଇକୁ କଞ୍ଚାମାଲ ଚିନ୍ତା

ନୂଆଦିଲ୍ଲୀ: ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଅଲ ଇଣ୍ଡିଆ କାଉନସିଲ ଅଫ୍‌ ଆସୋସିଏଶନ ଅଫ୍‌ ଏମ୍‌ଏସ୍‌ଏମ୍‌ଇ (ଏଆଇସିଏ) ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛି। ଇସ୍ପାତ, ଲୁହାପଥର, ତମ୍ବା, ପ୍ଲାଷ୍ଟିକ ଏବଂ ପେପର ଭଳି ଅନ୍ୟ କଞ୍ଚାମାଲ ଦର ବଢିବା ଯୋଗୁ କ୍ଷୁଦ୍ର ଶିଳ୍ପର ଚିନ୍ତା ବଢ଼ିଛି। ସମସ୍ୟା ସମାଧାନ ଲାଗି କେନ୍ଦ୍ର ସରକାର କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାରା ଦେଶରେ ରହିଥିବା ପ୍ରାୟ ୧୭୦ କ୍ଷୁଦ୍ରଶିଳ୍ପର ମିଳିତ ସଙ୍ଗଠନ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ବର୍ତ୍ତମାନ କରୋନା ଯୋଗୁ ବଜାର ପ୍ରଭାବିତ ହୋଇ ରହିଛି। ଏମ୍‌ଏସ୍‌ଏମ୍‌ଇ ମଧ୍ୟ ମହାମାରୀ ସହ ଲଢି ନିଜର ସ୍ଥିତି ବଜାୟ ରଖିବାକୁ ସଂଗ୍ରାମ କରୁଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଜରିଆରେ ସଂଘ ନିବେଦନରେ କହିଛି, ମହାମାରୀ କାରଣରୁ ପରିଚାଳନା ପୁଞ୍ଜି ଅଭାବ ଦେଖାଯାଇଛି। କ୍ଷୁଦ୍ର ଶିଳ୍ପ ବର୍ତ୍ତମାନ ଏକ ବଡ଼ ଆହ୍ବାନ ଦେଇ ଗତି କରୁଛି। ଏହି ସମୟରେ ବିଭିନ୍ନ କଞ୍ଚାମାଲ ଦର ବଢ଼ିବା କାରଣରୁ ସବୁ କିଛିକୁ ସମ୍ଭାଳିବା କଷ୍ଟକର ହୋଇ ପଡ଼ିଛି। ଆଗକୁ ହୁଏତ ଦର ବୃଦ୍ଧି ସ୍ଥିତିରେ କିଛିଟା ସୁଧାର ଆସିପାରେ। ମାତ୍ର ଏହା ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ଅନେକ କ୍ଷତି ପହଞ୍ଚାଇବ। ବର୍ତ୍ତମାନ ବଜାରରେ ଚାହିଦା ଖସିଥିବା ବେଳେ କଞ୍ଚାମାଲ ଦର ବୃଦ୍ଧି ହେବାକୁ କ୍ଷୁଦ୍ର ଶିଳ୍ପ ନାହିଁ ନ ଥିବା ସମସ୍ୟା ସାମ୍ନା କରୁଥିବା ସଂଘ ପକ୍ଷରୁ କୁହାଯାଇଛି। ସଂଘର ସୂଚନା ମୁତାବକ, ଷ୍ଟିଲ୍‌ ଏବଂ ଅନ୍ୟ ବେସ୍‌ ମ୍ୟାଟେରିଆଲ ମାନୁଫାକ୍‌ଚରମାନେ ୧୦ରୁ ୨୦% ଅଧିକ ଲାଭ ହାସଲ କରୁଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହେବା ସ୍ଥିତିକୁ ଆସିଲେଣି।
ସମସ୍ୟା ସମାଧାନ ଲାଗି ସଂଘ ପକ୍ଷରୁ ୮ ସୂତ୍ରୀ ପଦକ୍ଷେପ ପ୍ରସ୍ତାବ ରହିଛି। ଏହା ମଧ୍ୟରେ ନିର୍ଦ୍ଦିଷ୍ଟ ସମୟରେ ମୂଲ୍ୟ ବୃଦ୍ଧିରୁ ସୁରକ୍ଷା, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ପକ୍ଷରୁ କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହନ, ଏମ୍‌ଏସ୍‌ଏମ୍‌ଇର କଞ୍ଚାମାଲ ଆମଦାନୀରେ ସୀମା ଶୁଳ୍କ ଛାଡ଼, ଆଣ୍ଟି ଡପିଂ ଡ୍ୟୁଟିକୁ ବାଦ୍‌ ଦେବା, ଲୁହାପଥର ଏବଂ ଇସ୍ପାତ ରପ୍ତାନି ଉପରେ ରୋକ , ପରିବର୍ତ୍ତିତ ମୂଲ୍ୟରେ ଏମ୍‌ଏସ୍‌ଏମ୍‌ଇଠାରୁ ସାମଗ୍ରୀ ସଂଗ୍ରହ ଭଳି ଅନ୍ୟ ପ୍ରସ୍ତାବ ରହିଛି। କ୍ଷୁଦ୍ରଶିଳ୍ପର ସମସ୍ୟାକୁ ଯଦି ଅଣଦେଖା କରାଯାଏ ତେବେ ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣରେ ବାଧକ ହେବ ବୋଲି କୁହାଯାଇଛି। ଏଭଳି ବିଭିନ୍ନ ସମସ୍ୟାକୁ ବିଚାର କରିବା ଲାଗି ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏଆଇସିଏ ନିବେଦନ କରିଛି। ଉଲ୍ଲେଖଯୋଗ୍ୟ, ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଏମ୍‌ଏସ୍‌ଏମ୍‌ଇ ଯୋଗଦାନ ୩୦% ରହିଥିବା ବେଳେ ମାନୁଫାକଚରିଂ କ୍ଷେତ୍ରରେ ୪୫%, ରପ୍ତାନିରେ ୪୮% ଏବଂ ୧୧ କୋଟି ଲୋକଙ୍କୁ ନିଯୁକ୍ତିରେ ଅବଦାନ ରହିଛି। ସାରା ଦେଶରେ ୬୩.୫ ନିୟୁତ ଏମ୍‌ଏସ୍‌ଏମ୍‌ଇ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri