Posted inଖେଳ

‘ବିରାଟ’ଙ୍କ ଜର୍ସି ପିନ୍ଧିବେ ରବିନ୍ଦ୍ର ଜାଡେଜା !

ନୂଆଦିଲ୍ଲୀ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି। ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନ ଏବଂ ଦୁବାଇରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ଜାଡେଜା ଘରୋଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଜାଡେଜା ସୌରାଷ୍ଟ୍ର ପାଇଁ ରଣଜୀ ଟ୍ରଫି ଖେଳିବେ। ଜାନୁଆରୀ ୨୩ ତାରିଖରେ ସେ ଦିଲ୍ଲୀ ଦଳ ବିପକ୍ଷରେ ’ବିରାଟ’ଙ୍କ ସହିତ ପଡ଼ିଆକୁ ଓହ୍ଲାଇବେ ଏବଂ ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜାଡେଜା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜାଡେଜା ରଣଜୀ ଟ୍ରଫି ମ୍ୟାଚ୍‌ରେ ବିରାଟଙ୍କ ଜର୍ସି ପିନ୍ଧିବାକୁ ଯାଉଛନ୍ତି। ଏବେ ଆପଣ ଭାବୁଥିବେ ଯେ ଏହା କିପରି ହୋଇପାରିବ? ଆସନ୍ତୁ ଜାଣିବା…

ଜାନୁଆରୀ ୨୩ରେ ସୌରାଷ୍ଟ୍ର ଏବଂ ଦିଲ୍ଲୀ ଦଳ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟରେ ପରସ୍ପର ସହ ମୁହାଁମୁହିଁ ହେବେ। ଜାଡେଜା ସୌରାଷ୍ଟ୍ର ପାଇଁ ଖେଳିବେ। ବିରାଟ କୋହଲି ଦିଲ୍ଲୀ ପାଇଁ ରଣଜୀ ଖେଳିଥାନ୍ତେ କିନ୍ତୁ ତାଙ୍କ ବେକରେ ଆଘାତ ଲାଗିଛି। ଏପରି ପରିସ୍ଥିତିରେ, ସେ ରଣଜୀ ମ୍ୟାଚ ଖେଳିପାରିବେ ନାହିଁ ସତ ହେଲେ ଘରୋଇ ଟୁର୍ନାମେଣ୍ଟରେ ତାଙ୍କ ନାମ ଶୁଣିବାକୁ ମିଳିବ।

E8c72483 36dd 42be 88ed 8faf7316a598

କହିବାକୁ ଗଲେ ଜାନୁଆରୀ ୨୨ ବୁଧବାର ଜାଡେଜା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଏକ ଜର୍ସି ଦୃଶ୍ୟମାନ ହେଉଛି। ଏଥିରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନର ଲୋଗୋ ମୁଦ୍ରିତ ହୋଇଛି। ଏଥିରେ ଇଂରାଜୀରେ ବଡ଼ ଆକାରରେ ’ସୌରାଷ୍ଟ୍ର’ ଶବ୍ଦ ମଧ୍ୟ ଲେଖାଯାଇଛି। ଏହା ବ୍ୟତୀତ ଜାଡେଜାଙ୍କ ଜର୍ସିରେ ଇଂରାଜୀରେ VIRAT ମଧ୍ୟ ଲେଖାଯାଇଛି। ଫଟୋ ସହିତ ଜାଡେଜା ଅଲ୍‌ ସେଟ୍‌ ଏବଂ #ରଣଜୀ ଲେଖିଛନ୍ତି। ଏହାକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ଜାଡେଜା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଜର୍ସି ନୁହେଁ, ବରଂ ୍‌‘ବିରାଟ’ ଲେଖାଥିବା ଜର୍ସି ପିନ୍ଧି ମ୍ୟାଚ ଖେଳିବେ।

ଦିଲ୍ଲୀ ଏବଂ ସୌରାଷ୍ଟ୍ର ମଧ୍ୟରେ ମ୍ୟାଚ୍‌ ଜାନୁଆରୀ ୨୩ ତାରିଖ ସକାଳ ୯.୩୦ ରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଆରମ୍ଭ ହେବ। ଜାଡେଜା ଦୁଇ ବର୍ଷ ପରେ ରଣଜୀ ଟ୍ରଫିରେ ପୁନରାଗମନ କରୁଛନ୍ତି। ସେ ଶେଷ ଥର ପାଇଁ ଜାନୁଆରୀ ୨୦୨୩ ରେ ଏହି ଘରୋଇ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri