ନବୀନଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ରବି ପାଣି: ଓଡ଼ିଶା ରାଜନୀତିରେ…

ଭୁବନେଶ୍ୱର,୧୬।୨: ପାଟକୁରା ବିଧାୟକ ତଥା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଉଭୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଦର୍ଶାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୨ ନେତା ବିଜେଡିରୁ ବିଦା ହେବା ପରେ ଚର୍ଚ୍ଚା ଜୋର ଧରିଛି। ଅରବିନ୍ଦ ମହାପାତ୍ର ଦଳରୁ ବହିଷ୍କାର ନେଇ ବେଶି ଆଲୋଚନା ହେଉଛି। ଏସବୁ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ ନେତା ରବି ପାଣି।
ରବି ପାଣି କହିଛନ୍ତି, ଓଡ଼ିଶା ରାଜନୀତିରେ ନବୀନ ବାବୁ ଜିରୋ। ସେ ହାତ ହଲେଇଦେଲେ ଭୋଟ ହେଉଥିଲା, କିନ୍ତୁ ଆଉ ହେବନି । ନୂଆପଡ଼ାରେ ଦଳର ଅବସ୍ଥା କଣ ହେଲା ତାହା ଦେଖନ୍ତୁ। ନବୀନ ବିଜୟଙ୍କ ପୁଅକୁ ଡାକି ଆଣି ଦଳରେ ସାମିଲ କରାଇଲେ। ସେତେବେଳେ ବିଜୟଙ୍କୁ ପଚାରି ନ ଥିଲେ। ଖାଲି ଗୋଟିଏ ମେସେଜ୍‌ କରିଥିଲେ। ଏବେ ଦଳରୁ ବାହାର କରିଦେଲେ। ସେତେବେଳେ ଦୁର୍ନୀତି ଗସ୍ତ କହି ବିଜୟ ଆଉ ନଳିନୀଙ୍କୁ ବାହାର କରି କହିଥିଲେ ଏବେ ବି ସେୟା। ନବୀନଙ୍କ ପାଖରେ ଘେରିକି ଅଛନ୍ତି ଅନେକ ବିଶ୍ୱାସଘାତକ। ଆମେ ୫୦ରୁ ୬୦ ସବୁବେଳେ ବସୁଛୁ, ଓଡିଶା ବୁଲୁଛୁ ନୂଆ ସମୀକରଣ କଥା ଚିନ୍ତା କରାଯାଉଛି । ବିଜୁ ବାବୁ ଟିକେ ଭୁଲ ପାଇଁ ୪୫କୁ ଖସି ଆସିଥିଲେ ଆଉ ନବୀନ ଏବେ ଜିରୋ।
ଯେଉଁମାନେ ଗତକାଲି ବିଶ୍ୱାସଘାତକ ଓ ଦୁର୍ନୀତିଗସ୍ତ କହୁଥିଲେ ସେମାନେ ମେ ୨୯ରେ କଣ କରିଥିଲେ ବୋଲି କହି ଅତନୁ ସବ୍ୟସାଚୀଙ୍କୁ ଟାର୍ଗେଟ୍‌ କରିଛନ୍ତି ରବି ପାଣି। ସେ କହିଛନ୍ତି, ବିଜୁ ପଟ୍ଟନାୟକ ଚାହୁଁଥିଲେ, ଯେଉଁମାନେ ଲୋକଙ୍କ ସହ ରହିବେ ସେମାନଙ୍କୁ ପ୍ରାର୍ଥୀ କରାଯିବ। ଆଜି ନବୀନ ବାବୁ ଦେଖୁଛନ୍ତି ତାଙ୍କ ଗୋଡ ଯିଏ ଧରିବେ ସେମାନଙ୍କୁ ପ୍ରାର୍ଥୀ କରାଯିବ। ସେମାନେ ଦୁର୍ନୀତି କରିବେ, ସେଇ ଦୁର୍ନୀତିର ଭାଗ ତାଙ୍କୁ ଦେବେ। ସେମାନେ କହିବେ ଆମେ ନିର୍ମଳ।
ସୂଚନାଯୋଗ୍ୟ ଅରବିନ୍ଦଙ୍କୁ ନିଲମ୍ବନ ପରେ ଶୁକ୍ରବାର ବିଜୟଙ୍କ ଘରକୁ ଯାଇଥିଲେ ରବି ପାଣି। ଭୁବନେଶ୍ବର ସ୍ଥିତ ବିଜୟଙ୍କ ବାସଭବନକୁ ଯାଇ ଆଲୋଚନା କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହା ଜଣାପଡ଼ିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ...

ଦେବୀ ପ୍ରସାଦଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଛୁଟିଲା ଶୁଭେଚ୍ଛାର ସୁଅ

ରାଇକିଆ,୧୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ବିଜୁ ଜନତା ଦଳର ନୂତନ ଭାବେ ନଗର ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା...

ଦିନେ ମୋ ଘର ଭାଙ୍ଗିଥିଲ, ଆଜି ଲୋକେ ତଡ଼ିଦେଲେ: କଙ୍ଗନାଙ୍କ ହୁଙ୍କାର

ମୁମ୍ବାଇ,୧୭।୧: ମହାରାଷ୍ଟ୍ର ବିଏମସି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ଫଳାଫଳ ସହିତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଉପରେ ଠାକରେ ପରିବାରର ଶାସନ ଶେଷ ହୋଇଛି।...

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ...

ଜବରଦଖଲ ଉଚ୍ଛେଦ ଘଟଣା: ଛଦ୍ମବେଶୀ ବ୍ୟବସାୟୀଙ୍କ ଆବେଦନ ଯୋଗୁ ବଢୁଛି ସମସ୍ୟା

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି।...

ଗୋମାଫିଆଙ୍କ ଘରେ ରେଡ୍‌: ବିଡ଼ା ବିଡ଼ା ଟଙ୍କା ଦେଖି ସମସ୍ତେ ତାଜୁବ

ଭଦ୍ରକ, ୧୭।୧(ସନାତନ ରାଉତ): ଅବୈଧ ଗୋ ଚାଲାଣ ଅଭିଯୋଗରେ କେନ୍ଦୁଝର ପୋଲିସ ଭଦ୍ରକ ପୁରୁଣା ବଜାର ଥାନାରେ ମୁଲ୍ଲା ସାହିରେ ଶେଖ ତାଜଉଦ୍ଦିନ ଘରେ ଚଢ଼ାଉ...

ଅସହ୍ୟ ଜାଡ଼: ପାଣିରେ ହାତ ଦେବା ହୋଇପଡ଼ୁଛି କଷ୍ଟ

ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଜାଡ଼ ଜାରି ରହିଛି। ମଧ୍ୟରାତ୍ରିରୁ ଜାଡ଼ ବୃଦ୍ଧି ପାଇବା ସହ ଦିନ ୧୧ ପର୍ଯ୍ୟନ୍ତ ଥରାଉଛି। ଫଳରେ...

ବଙ୍ଗରୁ ଓଡ଼ିଶା ଆସିବ ନିବେଶ

ଭୁବନେଶ୍ୱର,୧୭ା୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଦୁଇଦିନିଆ ନିବେଶକ ସମ୍ମିଳନୀରୁ ଶନିବାର ବିପୁଳ ପରିମାଣର ନିବେଶ ଓଡ଼ିଶା ଆସିବା ସମ୍ଭାବନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri