ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ସାର୍ବଜନୀନ ମାମଲା, ୩ ସପ୍ତାହରେ ରିପୋର୍ଟ ଦିଅ: ହାଇକୋର୍ଟ

କଟକ,୧୫ା୩ (କାର୍ତ୍ତିକ ସାହୁ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ରଘୁବୀର ଦାସ ତଦନ୍ତ କମିସନ୍‌ଙ୍କ ରିପୋର୍ଟ ସାର୍ବଜନୀନ କରାଯିବା ନେଇ ରୁଜୁ ମାମଲାର ଶୁଣାଣି ହାଇକୋର୍ଟରେ ଶୁକ୍ରବାର ହୋଇଛି। ରାଜ୍ୟ ସରକାର ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ସମୟ ଗଡ଼ାଉଥିବାରୁ ହାଇକୋର୍ଟ ୩ ସପ୍ତାହ ମଧ୍ୟରେ ଏହି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ଖଣ୍ଡପୀଠ ମାମଲାର ଏପ୍ରିଲ ୫ ତାରିଖରେ ଶୁଣାଣି କରି ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି ନିମନ୍ତେ ଧାର୍ଯ୍ୟ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ୨୦୧୮ ଜୁନ୍‌ ୬ ତାରିଖରେ ଜଷ୍ଟିସ ରଘୁବୀର ଦାଶ କମିସନ୍‌ ଗଠନ କରିଥିଲେ। ଜଷ୍ଟିସ ରଘୁବୀର ଦାସ ମାମଲାର ତଦନ୍ତ କରି ୨୦୧୮ ନଭେମ୍ବର ୨୯ ତାରିଖରେ ରାଜ୍ୟ ସରକାରଙ୍କୁ ୩୫୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ। କମିସନ୍‌ ଅଫ୍‌ ଇନକ୍ୱାରି ଆକ୍ଟ ୧୯୫୨ ଅନୁଯାୟୀ ସରକାର ଉକ୍ତ ରିପୋର୍ଟକୁ ପରଖିବା ପରେ ବିଧାନସଭାରେ ଉପସ୍ଥାପନ କରିବେ କି ନାହିଁ ସେନେଇ ନିଷ୍ପତ୍ତି ନେବା କଥା। ହେଲେ ଏ କ୍ଷେତ୍ରରେ କ’ଣ ହୋଇଛି ତାହା ଜଣା ନାହିଁ। ବିରୋଧୀ ଦଳ ମଧ୍ୟ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବା ନିମନ୍ତେ ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ। ହେଲେ ୨୦୧୮ରୁ ଅଦ୍ୟାବଧି ଉକ୍ତ ରିପୋର୍ଟକୁ ସରକାର ଚପାଇ ରଖିଛନ୍ତି। ଆବେଦନକାରୀ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ ପୂର୍ବକ ସାର୍ବଜନୀନ କରିବାକୁ ପିଟିସନ୍‌ରେ ଦର୍ଶାଇଛନ୍ତି। ରତ୍ନଭଣ୍ଡାରରେ କ’ଣସବୁ ଅଳଙ୍କାର ରହିଛି ତା’ର ତାଲିକା ୧୯୭୮ ମସିହାରୁ ଏଯାବତ୍‌ ପ୍ରସ୍ତୁତ ହୋଇନାହିଁ। ଏହି ତାଲିକା ପ୍ରସ୍ତୁତ କରିବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ମଧ୍ୟ ଆବେଦନ କରାଯାଇଛି। ଏଥିସହ ରତ୍ନଭଣ୍ଡାର ଦୁର୍ବଳ ହୋଇପଡ଼ିବା କାରଣରୁ ତାହାର ମରାମତି ନିମନ୍ତେ ଏଏସ୍‌ଆଇକୁ ଦାୟିତ୍ୱ ଦିଆଯାଉ ବୋଲି ଆବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ସଚିବ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ପୁରୀ ଜିଲା କାମକଣ୍ଟିଆର ସମାଜସେବୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ଦାୟର ମାମଲାକୁ ଆଇନଜୀବୀ ଅନୁପ ମହାପାତ୍ର ଓ ଆଇନଜୀବୀ ହରପ୍ରିୟା ରାଉତରାୟ ପରିଚାଳନା କରୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri