ରାସନ ଚାଉଳକୁ ନେଇ ବଡ଼ ଅପଡେଟ୍: ବନ୍ଦ ହେବ…

ଭୁବନେଶ୍ୱର,୧।୧୧: ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ କୋଟାର ଚ‌ାଉଳ ଉଠାଇପାରିବେ ଓ ଇ-କେୱାଇସି କରି ନଥିବା ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ନେଇ ସେହିପରି କୌଣସି ଅପଡେଟ ଆସିନାହିଁ।

ଚଳିତମାସ ୧୫ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷସୁଦ୍ଧା ଇ-କେୱାଇସି କରି ନଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ।

Dharitri – Odisha’s No.1 Trusted Odia Daily

 

 

Share