ଆଜି ବାହୁଡ଼ା

ପୁରୀ ଅଫିସ,୯।୭: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସରିବା ପରେ ଶନିବାର ଚତୁର୍ଦ୍ଧାମୂର୍ତ୍ତି ବାହୁଡ଼ିବେ। ଏଥିପାଇଁ ରଥ-ପଥ ସବୁ ପ୍ରସ୍ତୁତ। ତିନିରଥ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ। ଗୋଟିଏ ପଟେ ବୈଷୟିକ ଟିମ୍‌ ରଥ ଯାଞ୍ଚ କାର୍ଯ୍ୟ ଶେଷ କରିଥିବା ବେଳେ ଅନ୍ୟପଟେ ଦଇତାପତି ସେବାୟତମାନେ ନୀତିକାନ୍ତି ସଅଳ ସାରିବା ପ୍ରୟାସରେ ଲାଗିଛନ୍ତି। ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବା ନେଇ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏହାକୁ ଆଗୁଆ ଆରମ୍ଭ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି। ବାହୁଡ଼ା ପହଣ୍ଡି, ଛେରାପହଁରା, ଚାରମାଳ ଫିଟା, ଘୋଡ଼ା ଲାଗି ପ୍ରଭୃତି ନୀତିକାନ୍ତି ପରେ ରଥଟଣା ଆରମ୍ଭ ହେବ ବୋଲି ବରିଷ୍ଠ ଦଇତାପତି ଜଗନ୍ନାଥ ଦାସ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ୧୮୦ ପ୍ଲାଟୁନ୍‌ ଫୋର୍ସ, ୧୮ ଜଣ ଏସ୍‌ପି ର଼୍ୟାଙ୍କର ଅଧିକାରୀ, ୩୩ ଅତିରିକ୍ତ ଏସ୍‌ପି, ୭୪ ଡିଏସ୍‌ପି, ୧୩୬ ଇନ୍ସପେକ୍ଟର, ୭୨୧ ଏସ୍‌ଆଇ ଏବଂ ଏଏସ୍‌ଆଇ, ୧୦୭ ହାବିଲଦାର, ୬୭୩ କନଷ୍ଟେବଳ, ୨୦୦୮ ଜଣ ହୋମଗାର୍ଡ ନିଯୁକ୍ତ ହୋଇଛନ୍ତି। ଟ୍ରାଫିକ୍‌ ନିଯନ୍ତ୍ରଣ ଦୃଷ୍ଟିରୁ ପୁରୀ ସହରକୁ ୧୦ଟି ଜୋନ୍‌ ଓ ୨୯ ସେକ୍ଟରରେ ବିଭକ୍ତ କରାଯାଇଛି ବୋଲି ଏଡିଜି ଆର୍‌.କେ.ଶର୍ମା ସୂଚନା ଦେଇଛନ୍ତି। ଆରପିଏଫ୍‌ ଏବଂ ରେଲଓ୍ବ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିସିଟିଭି କ୍ୟାମେରା ଉପରେ କଣ୍ଟ୍ରୋଲ ରୁମ୍‌ ନଜର ରଖିବ। ବାହୁଡ଼ା ଯାତ୍ରାରେ କର୍ଡନ ପାସ୍‌କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ ବୋଲି ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ବିଭିନ୍ନ ବିଭାଗର କର୍ମଚାରୀ ପ୍ରସ୍ତୁତ ରହିଥିବାବେଳେ ଭକ୍ତଙ୍କ ସୁରକ୍ଷିତ ଓ ସୁବିଧା ଦର୍ଶନକୁ ଗୁରୁତ୍ୱ ଦିଆଯାଉଥିବା ଜିଲାପାଳ ସମର୍ଥ ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri