ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ

ଓ୍ବାଶିଂଟନ୍‌,୨୩ା୩: ଆମେରିକାର ଶିକାଗୋରୁ ସୋମବାର ବାହାରିବାକୁ ଥିବା ରାମମନ୍ଦିର ରଥଯାତ୍ରା ଦେଶର ୪୮ ରାଜ୍ୟ ଭ୍ରମଣ କରିବ। ୬୦ ଦିନ ମଧ୍ୟରେ ଏହା ୮,୦୦୦ରୁ ଅଧିକ ମାଇଲ ଅତିକ୍ରମ କରି ୮୫୧ ମନ୍ଦିର ବୁଲିବ। ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।
ବିଶ୍ୱହିନ୍ଦୁ ପରିଷଦ ଆମେରିକା (ଭିଏଚ୍‌ପିଏ) ସାଧାରଣ ସମ୍ପାଦକ ଅମିତାଭ ମିତ୍ତଲ କହିଛନ୍ତି, ଏକ ଟୋୟୋଟା ଭ୍ୟାନ୍‌ରେ ନିର୍ମିତ ଏହି ରଥରେ ପ୍ରଭୁ ରାମ, ଦେବୀ ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମୂର୍ତ୍ତିକୁ ଅବସ୍ଥାପିତ କରାଯାଇଛି। ଅଯୋଧ୍ୟା ରାମମନ୍ଦିରରୁ ନିଆଯାଇଥିବା ସ୍ବତନ୍ତ୍ର ପ୍ରସାଦ ଏବଂ ପ୍ରାଣ ପ୍ରତିଷ୍ଠା ପୂଜିତ ଅକ୍ଷତକୁ ମଧ୍ୟ ଏଥିରେ ରଖାଯିବ। ରାମମନ୍ଦିର ପ୍ରତିଷ୍ଠା ପରେ ବିଶ୍ୱର ୧.୫ ବିଲିୟନ୍‌ ହିନ୍ଦୁଙ୍କ ମଧ୍ୟରେ ଆସ୍ଥା ଓ ଶକ୍ତିର ପୁନଃ ଅଭ୍ୟୁଦୟ ହୋଇଛି। ଏପ୍ରିଲ ୨୩ ହନୁମାନ ଜୟନ୍ତୀ ଅବସରରେ ଇଲିନୋଇସ୍‌ସ୍ଥିତ ସୁଗାର ଗ୍ରୋଭ୍‌ରେ ରଥଯାତ୍ରା ଶେଷ ହେବ। ଏହି ଐତିହାସିକ ଯାତ୍ରାରେ ଭିଏଚ୍‌ପିଏକୁ ସହଯୋଗ କରିବା ପାଇଁ ବହୁ ସ୍ବେଚ୍ଛାସେବୀ ନିଜ ନାମ ପଞ୍ଜୀକରଣ କରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri