କେବଳ ଏହି ଆକାଉଣ୍ଟକୁ ଇନ୍‌ଷ୍ଟାଗ୍ରାମରେ ଫଲୋ କରନ୍ତି ରତନ ଟାଟା

ନୂଆଦିଲ୍ଲୀ,୧୧।୩: ଭାରତୀୟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟାଙ୍କ ଲୋକପ୍ରିୟତା କାହିଁରେ କେତେ। ତାଙ୍କଠାରୁ ସମସ୍ତେ କିଛି ନା କିଛି ଶିଖିବାକୁ ଚାହାନ୍ତି। ସାଧାରଣତଃ ସେ ସୋସିଆଲ ମିଡିଆରେ ସେତେଟୋ ସକ୍ରିୟ ନ ହେଲେ ବି ମଝିରେ ମଝିରେ କିଛି ପୋଷ୍ଟ କରିଥାନ୍ତି। ତେବେ ଇନଷ୍ଟାଗ୍ରାମ ଦେଖିଲେ ରତନ ଟାଟା କେବଳ ଗୋଟିଏ ଆକାଉଣ୍ଟକୁ ଫଲୋ(ଅନୁସରଣ) କରୁଥିବା ଦେଖାଯାଇଛି।

ଇନଷ୍ଟାଗ୍ରାମରେ ୮.୫ ମିଲିୟନ ଲୋକ ରତନ ଟାଟାଙ୍କୁ ଫଲୋ କରନ୍ତି। ସେଥିରେ ଅନେକ ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକ ଅଛନ୍ତି। ହେଲେ ନିଜେ ସେ କେବଳ ଗୋଟିଏ ଆକାଉଣ୍ଟକୁ ଫଲୋ କରନ୍ତି, ଯାହା ସହ ଟାଟାର ସମ୍ପର୍କ ରହିଛି।

ରତନ ଟାଟା ଚାରିଟେବୁଲ୍‌ ସଂସ୍ଥା ‘ଟାଟା ଟ୍ରଷ୍ଟ’କୁ ଫଲୋ କରନ୍ତି। ଏହା ତାଙ୍କର ନିଜସ୍ବ ସଂସ୍ଥା। ୧୯୧୯ରେ ଏହା ପ୍ରତିଷ୍ଠା ହୋଇଥିଲା। ଆଜିର ସମୟରେ ଏହା ଭାରତର ସର୍ବ ପୁରାତନ ଫାଉଣ୍ଡେଶନ ମଧ୍ୟରୁ ଅନ୍ୟତମ। ଏକ ଶତାଦ୍ଦୀ ଧରି ଏହା ଶିକ୍ଷା, ସ୍ବାସ୍ଥ୍ୟ, ଜଳ, ପରିମଳ, ଜୀବିକା, ସାମାଜିକ ନ୍ୟାୟ, ଦକ୍ଷତା, ସହରୀକରଣ, ପରିବେଶ, ଡିଜିଟାଲ ସାକ୍ଷରତା, ଖେଳ, କଳା, ହସ୍ତଶିଳ୍ପ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି। ଏହି ଟ୍ରଷ୍ଟର ଅନୁଦାନରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଉପକୃତ ହୁଅନ୍ତି। ଏହା ଶହ ଶହ ଛାତ୍ରଙ୍କ ଭବିଷ୍ୟତ ଗଢ଼ି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

ବିୟର ବୋତଲ ପର୍ଯ୍ୟନ୍ତ ପହଞ୍ଚିଲାଣି ଯୁଦ୍ଧର ନିଆଁ, ଦେବାକୁ ପଡ଼ିପାରେ ଅଧିକ ଦେୟ

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି। ସାଧାରଣତଃ ଗରମ ଋତୁରେ ବିୟରର ବ୍ୟବହାର ବୃଦ୍ଧି ପାଏ। ତଥାପି, ଏଥର, ଭାରତୀୟ ବିୟର ପ୍ରେମୀମାନଙ୍କୁ ଏହି ଋତୁରେ ସେମାନଙ୍କର ତୃଷା…

ମୃତ୍ୟୁ ଖବର ପାଇ ତବଲା ବାଦକଙ୍କ ଘରେ ପହଞ୍ଚିଲେ ଭାଜପା ଜିଲା ସଭାପତି

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ବିୟୋଗ ଘଟିଛି ।  ଖବର ପାଇ ଭାଜପା…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri