ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ ସଭା କ୍ଷେତ୍ରରେ ବିଗ୍‌ ଫାଇଟ ହେବାକୁ ଯାଉଥିବା ବେଳେ ତାଙ୍କ ପରି ବରିଷ୍ଠ ନେତ୍ରୀଙ୍କ ଇସ୍ତଫା ବିଜେଡିକୁ ବଡ଼ ଝଟ୍‌କା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଏକ ରାଜନୈତିକ ପରିବାରରୁ ଆସିଥିବା ଡା. ପାଣିଗ୍ରାହୀ ଗତ ଏକଦଶନ୍ଧି ଧରି ସମ୍ବଲପୁର ବିଜେଡି ରାଜନୀତିରେ ପ୍ରମୁଖ ଚେହେରା ଥିଲେ। ଭାଜପାର ଆଧିପତ୍ୟକୁ ପରାହତ କରି ୨୦୧୪ସାଧାରଣ ନିର୍ବାଚନରେ ସେ ଏଠାରୁ ହେବିଓ୍ବେଟ ଭାଜପାର ଜୟନାରାୟଣ ମିଶ୍ରଙ୍କୁ ହରାଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ଏଠାରୁ ବିଧାୟିକାଭାବେ ଲଢ଼ି ହାରି ଯାଇଥିଲେ ବି ଦଳୀୟ ସଙ୍ଗଠନକୁ ସୁଦୃଢ କରି ଚାଲିଥିଲେ। ଏତଦ୍‌ଭିନ୍ନ ଜଣେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ହିସାବରେ ସେ ଘରୋଇ ଭାବେ ଜନତାଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ।
୨୦୨୪ ସାଧାରଣ ନିର୍ବାଚନରେ ଡା. ପାଣିଗ୍ରାହୀ ସମ୍ବଲପୁର ବିଧାନସଭା ପାଇଁ ଆଶାୟୀ ଥିଲେ। ଏଥିପାଇଁ ସେ ବିଭିନ୍ନ ସମୟରେ ସଭାସମିତି ଆଦିରେ ଲୋକଙ୍କ ସହିତ ମିଶି ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତାଙ୍କର ସମର୍ଥକମାନେ ଡା. ରାସେଶ୍ୱରୀଙ୍କୁ ଟିକେଟ୍‌ ଦେବାକୁ ଖୋଲାଖୋଲି ଦାବି କରିଥିଲେ। ଏନେଇ ସେମାନେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋଭ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ବହୁ ସଂଖାରେ ସମର୍ଥକ ରାସେଶ୍ୱରୀଙ୍କୁ ଟିକେଟ୍‌ ଦାବିରେ ଶୋଭାଯାତ୍ରା ଆଦି ଆୟୋଜନ କରି ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଥିଲେ। ମାତ୍ର ତାଙ୍କୁ ସମ୍ବଲପୁରୁ ପ୍ରାର୍ଥୀ କରା ନଯାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ପ୍ରର୍ଥୀ ଘୋଷଣା କରାଗଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବାବେଳେ ଦଳର ଏହି ନିଷ୍ପତ୍ତିକୁ ନେଇ ତାଙ୍କ ସମର୍ଥକ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ତାଙ୍କ ଇସ୍ତଫା ବିଜେଡି ପାଇଁ କେବଳ କ୍ଷତିକାରକ ନୁହେଁ, ବରଂ ଆଗାମୀ ଦିନରେ ଏହା ବିଜେଡି ଭୋଟ୍‌ବ୍ୟାଙ୍କକୁ ମଧ୍ୟ ପ୍ରଭାବିତ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି। ଦଳରୁ ଇସ୍ତଫା ଦେବା ସମ୍ପର୍କରେ ସେ କହିଛନ୍ତି ଯେ କେବଳ ସମ୍ବଲପୁର ସ୍ବାର୍ଥ, ସ୍ବାଭିମାନ ଓ ଅସ୍ମିତା ପାଇଁ ଦଳରୁ ଇସ୍ତଫା ଦେଇଛନ୍ତି। ଅପରପକ୍ଷରେ ରାସେଶ୍ୱରୀଙ୍କ ଇସ୍ତଫାକୁ ନେଇ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ବିଧାୟକ ଇଂ. ରୋହିତ ପୂଜାରୀ କହିଛନ୍ତି ଯେ, ସେ ତାଙ୍କୁ ମା’ ଭଳି ମାନନ୍ତି। ପ୍ରାର୍ଥୀ ଘୋଷଣା ହେବା ପରେ ତାଙ୍କ ଘରକୁ ଯାଇ ଆଶୀର୍ବାଦ ଗ୍ରହଣ କରି ସମର୍ଥନ ଲୋଡ଼ିଥିଲେ। ଡା. ପାଣିଗ୍ରାହୀ ସମ୍ବଲପୁରରେ ଦଳର ନେତୃତ୍ୱ ନେଉଥିଲେ। ମାତ୍ର ହଠାତ ସେ ଦଳରୁ ଇସ୍ତଫା ଦେବା ଅତ୍ୟନ୍ତ ଦୁଃଖଦାୟକ। ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ନେଇ ଆଗେଇ ଚାଲିଛି। ଏହି ଇସ୍ତଫା ନିର୍ବାଚନକୁ ପ୍ରଭାବତ କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri