Posted inଫୁରସତ

ବିରଳ ରେଲଓ୍ବେ ଷ୍ଟେଶନ: ଏପର୍ଯ୍ୟନ୍ତ ମାତ୍ର ୨ଟି ରାଜ୍ୟରେ

ଭାରତୀୟ ରେଲଓ୍ବେ ଇତିହାସ ବହୁ ପୁରୁଣା। ରେଲଓ୍ବେ ବିଷୟରେ ଅନେକ ମଜାଦାର କାହାଣୀ ରହିଛି, ଯାହା ବିଷୟରେ ବହୁ କମ୍‌ ଲୋକଙ୍କୁ ଜଣା। ଆପଣ ଜାଣିଛନ୍ତି କି ଦେଶରେ ଏଭଳି ଏକ ରେଲଓ୍ବେ ଷ୍ଟେଶନ ରହିଛି, ଯାହା ୨ ରାଜ୍ୟରେ ଅବସ୍ଥିତ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥାଟି ସତ। ପଶ୍ଚିମ ରେଲଓ୍ବେର ସୁରଟ-ଭୁସାବଲ ଲାଇନରେ ନଭାପୁର ନାମକ ଏକ ରେଲଓ୍ବେ ଷ୍ଟେଶନ ରହିଛି। ଯାହା ୨ ରାଜ୍ୟରେ ଅବସ୍ଥିତ। ନଭାପୁର ରେଲଓ୍ବେ ଷ୍ଟେଶନର ଅଧା ଅଂଶ ମହାରାଷ୍ଟ୍ରରେ ଓ ଅଧା ଗୁଜରାଟରେ ରହିଥିବା ଜଣାପଡ଼ିଛି। ରେଳମନ୍ତ୍ରୀ ପୀୟୁଷ ଗୋଏଲ ନିଜେ ଏହି ବିଷୟରେ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯେତେବେଳେ ନଭାପୁର ରେଲଓ୍ବେ ଷ୍ଟେଶନ ନିର୍ମାଣ ହୋଇଥିଲା ସେତେବେଳେ ମହାରାଷ୍ଟ୍ର ଓ ଗୁଜାରଟର ବିଭାଜନ ହୋଇ ନ ଥିଲା। ସେହି ସମୟରେ ନଭାପୁର ଷ୍ଟେଶନ ସଂଯୁକ୍ତ ମୁମ୍ବାଇ ପ୍ରଦେଶ ଅଧିନରେ ରହିଥିଲା। ଯେତେବେଳେ ମୁମ୍ବାଇ ପ୍ରଦେଶ ବିଭାଜିତ ହେଲା ସେତେବେଳେ ଏହି ଷ୍ଟେଶନକୁ ୨ରାଜ୍ୟ ମହାରାଷ୍ଟ୍ର ଓ ଗୁଜରାଟରେ ବିଭକ୍ତ କରାଯାଇଥିଲା। ସେବେଠାରୁ ଏହି ଷ୍ଟେଶନର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସବୁଠାରୁ ବିଶେଷ କଥା ହେଲା ଏହି ରେଲଓ୍ବେ ଷ୍ଟେଶନରେ ଯାତ୍ରୀମାନଙ୍କ ପାଇଁ ୪ଟି ଭିନ୍ନ ଭିନ୍ନ ଭାଷାରେ ସୂଚନା ଦିଆଯାଇଥାଏ। ଯେପରିକି ହିନ୍ଦୀ, ଇଂଲିଶ, ଗୁଜରାଟୀ ଓ ମରାଠି ଭାଷାରେ ଆନାଉନ୍ସମେଣ୍ଟ କରାଯାଇଥାଏ। ଯାହାଦ୍ୱାରା ମହାରାଷ୍ଟ୍ର ଓ ଗୁଜରାଟରୁ ଆସୁଥିବା ଯାତ୍ରୀମାନେ ସହଜରେ ବୁଝିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

ମୋଦିଙ୍କୁ ଝଟ୍‌କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…

ନୂଆଦିଲ୍ଲୀ,୮ା୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri